ରାଜ୍ୟରେ ନୂଆ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବର୍ତ୍ତମାନ ସାରା ଓଡ଼ିଶାରେ ଚାଲିଛି ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ। ପ୍ରତିଟି ବ୍ଲକ ସ୍ତରରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ମଧ୍ୟ ଏହା ମହାସମାରୋହରେ ପାଳିତ ହେଉଛି। ଜୁନ୍ ୧୮ ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ଗରଦପୁର ବ୍ଲକରେ ଆରମ୍ଭ ହୋଇଥିବା ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମର ପ୍ରଥମ ଦିବସଟି ସମ୍ପୂର୍ଣ୍ଣ ଭାବେ କୃଷି ଏବଂ କୃଷକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା। ଏହି ଅବସରରେ ଏକ ସ୍ୱତନ୍ତ୍ର କୃଷି କର୍ମଶାଳା ଆୟୋଜିତ ହୋଇଥିଲା, ଯେଉଁଥିରେ ବ୍ଲକର ସମସ୍ତ ୧୮ ଗୋଟି ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଗରଦପୁର ବିଡିଓ ଆଲୋକ କୁମାର ସେଠୀ, ବ୍ଲକ କୃଷି ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ କୃଷି ବିଶେଷଜ୍ଞମାନେ ଉପସ୍ଥିତ ରହି ଚାଷୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ବିଶେଷ କରି କିଭଳି ରାସାୟନିକ ସାର ଏବଂ କୀଟନାଶକର ପ୍ରୟୋଗ କମାଇ ଜୈବିକ ତଥା ପ୍ରାକୃତିକ କୃଷି ଆପଣାଇ ହେବ, ସେନେଇ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ପ୍ରଗତିଶୀଳ କୃଷି ମାଧ୍ୟମରେ କେବଳ ଯେ ଅମଳ ବୃଦ୍ଧି ପାଇବ ତାହା ନୁହେଁ, ବରଂ ଆମ ପରିବେଶ ମଧ୍ୟ ସୁସ୍ଥ ରହିପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ। ଆସନ୍ତୁ ଶୁଣିବା ଏନେଇ ଅଧିକାରୀମାନେ କଣ କହୁଛନ୍ତି।
byte ଆଲୋକ କୁମାର ସେଠୀ (ବିଡିଓ, ଗରଦପୁର ବ୍ଲକ)
byte କୃଷି ଅଧିକାରୀ, ଗରଦପୁର ବ୍ଲକ
byte କୃଷି ବିଶେଷଜ୍ଞ, କେନ୍ଦ୍ରାପଡ଼ା
ଆଗାମୀ ଦିନରେ ଏହି ଜୈବିକ କୃଷି ପଦ୍ଧତି କେବଳ ପରିବେଶକୁ ସୁରକ୍ଷିତ ରଖିବ ନାହିଁ, ବରଂ ଚାଷୀଙ୍କ ରୋଜଗାର ବଢ଼ାଇବା ସହ ସେମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ମଧ୍ୟ କରିପାରିବ ।
