ଓଡ଼ିଶାରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ନୂଆ SOP ଲାଗୁ

ଫ୍ଲାଟ୍ କିଣିବାକୁ ଯାଉଛନ୍ତି କି?

ଟିକେ ଅଟକି ଯାଆନ୍ତୁ… ଆସିଗଲା ନୂଆ ନିୟମ!

ଫ୍ଲାଟ୍ କିଣିଲେ ମିଳିବ ରିହାତି!

ରାଜ୍ୟ ସରକାରଙ୍କ ବଡ଼ ମାଷ୍ଟରଷ୍ଟ୍ରୋକ୍!

ବିନା ‘OC’ ଓ ‘RERA’ ରେ ଆଉ ହେବନି ଫ୍ଲାଟ୍ ରେଜିଷ୍ଟ୍ରି 

ଜାରି ହେଲା କଡ଼ା SOP

ସ୍ବପ୍ନର ଘରଟିଏ କିଣିବାକୁ କିଏ ବା ନ ଚାହେଁ? କିନ୍ତୁ ନିଜ ଜୀବନସାରାର ରୋଜଗାର ଲଗାଇ ଏକ ଆପାର୍ଟମେଣ୍ଟ କିଣିବା ପରେ, ରେଜିଷ୍ଟ୍ରେସନ ପାଇଁ ଅଫିସରୁ ଅଫିସ୍ ଯେଉଁ ହଟହଟା ହେବାକୁ ପଡେ… ତାହା କାହାକୁ ବା ଅଛପା? ଆଇନର ଗଳାବାଟ ଓ ଅସ୍ପଷ୍ଟତା ଭିତରେ ଫସିଯାଏ ସାଧାରଣ ମଣିଷ। ହେଲେ… ଏବେ ଆଉ ନୁହେଁ! ଆପଣଙ୍କ ଏହି ଟେନସନ୍ ଚିରଦିନ ପାଇଁ ଦୂର କରିବାକୁ ରାଜ୍ୟ ସରକାର ଖେଳିଛନ୍ତି ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍। 

ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଏବେ ଲାଗୁ ହୋଇଛି ଏକ ନୂଆ ଆଣ୍ଡ ପାୱାରଫୁଲ୍ ‘ଏସ୍‌ଓପି’ (SOP)। ପୂର୍ବରୁ ରେରା ଆଇନ ଓ ପଞ୍ଜୀକରଣ ଆଇନ ଭିତରେ ଥିବା ସମସ୍ତ ଦ୍ଵନ୍ଦ୍ଵକୁ ଶେଷ କରିଦିଆଯାଇଛି। ରାଜସ୍ୱ ଏବଂ ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ଏବେ ରେଜିଷ୍ଟ୍ରେସନ ପ୍ରକ୍ରିୟା ହେବ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ସରଳ।

ନୂଆ ନିୟମ ଅନୁଯାୟୀ ଆପାର୍ଟମେଣ୍ଟଗୁଡିକୁ ୩ଟି ସ୍ୱତନ୍ତ୍ର ଶ୍ରେଣୀରେ ବଣ୍ଟାଯାଇଛି। ସବୁଠୁ ବଡ଼ କଥା ହେଉଛି, ‘ପୋଷ୍ଟ-ରେରା’ ବା ନୂଆ ଆପାର୍ଟମେଣ୍ଟ କ୍ଷେତ୍ରରେ ନିୟମକୁ ବେଶ୍ କଡ଼ାକଡ଼ି କରାଯାଇଛି। ଶୁଣି ରଖନ୍ତୁ… ବିନା ଅକୁପାନ୍ସି ସାର୍ଟିଫିକେଟ୍ (OC), ବିନା ରେରା ରେଜିଷ୍ଟ୍ରେସନ ଏବଂ ବିନା ଆଲଟମେଣ୍ଟ ଲେଟରରେ ଆଉ ହୋଇପାରିବନି ପଞ୍ଜୀକରଣ! ଅର୍ଥାତ କୌଣସି ବିଲ୍ଡର ଆଉ ଆପଣଙ୍କୁ ଅଧାଗଢ଼ା ଘର ଧରେଇ ଠକି ପାରିବେ ନାହିଁ। ସବୁ କାଗଜପତ୍ର ପକ୍କା ଥିଲେ ହିଁ ଅନୁମୋଦନ ମିଳିବ। କେବଳ ସେତିକି ନୁହେଁ, ବିଏମସି (BMC) ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଓ ତହସିଲ ପର୍ଯ୍ୟନ୍ତ କାହାର କଣ କ୍ଷମତା ରହିବ, ତାହାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି। ଆଉ ଏସବୁ ଭିତରେ… ମହିଳାମାନଙ୍କ ପାଇଁ ରହିଛି ସବୁଠୁ ବଡ଼ ସର୍ପ୍ରାଇଜ୍! ଯଦି ଆପାର୍ଟମେଣ୍ଟ କୌଣସି ମହିଳାଙ୍କ ନାଁରେ କିଣାଯାଉଛି, ତେବେ ପୂର୍ବ ଭଳି ଷ୍ଟାମ୍ପ ଡ୍ୟୁଟିରେ ମିଳିବ ପୂରା ୧ ପ୍ରତିଶତର ରିହାତି। ଯଦି ଆପଣ ଘର କିଣିବାକୁ ଯାଉଛନ୍ତି, ଏବେ ଆଉ ଭୟ ନୁହେଁ… ନିଶ୍ଚିନ୍ତରେ କିଣନ୍ତୁ। 

Leave a Reply

Your email address will not be published. Required fields are marked *