ସୁରକ୍ଷିତ ଫୁଟପାଥ୍‌ରେ ଚାଲିବା ଏବେ ‘ମୌଳିକ ଅଧିକାର’: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ 

ସରକାର ଓ ମ୍ୟୁନିସିପାଲିଟିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚାବୁକ୍!

ଫୁଟପାଥ୍‌ରେ ଚାଲିବା ଏବେ ଆପଣଙ୍କ ‘ମୌଳିକ ଅଧିକାର’

ଗାଡ଼ି ମୋଟର ନୁହେଁ… ଏଣିକି ପଥଚାରୀ ହିଁ ରାସ୍ତାର ରାଜା!

ଐତିହାସିକ ରାୟ ସୁନାଇଲେ ସୁପ୍ରିମକୋର୍ଟ !

ଆପଣ ପ୍ରତିଦିନ ସ୍କୁଲ୍, ଅଫିସ୍ କିମ୍ବା ବଜାର ଯିବା ପାଇଁ ରାସ୍ତାରେ ଚାଲି ଚାଲି ଯାଉଛନ୍ତି କି? ଆପଣ ଭାବୁଛନ୍ତି କି ଆପଣ ସୁରକ୍ଷିତ? ଟିକେ ଅଟକି ଯାଆନ୍ତୁ… ଆଉ ଭାବନ୍ତୁ ଆପଣଙ୍କ ସହରରେ, ଆପଣଙ୍କ ରାସ୍ତାରେ ଚାଲିବା ପାଇଁ ସୁରକ୍ଷିତ ଫୁଟପାଥ୍ ଅଛି ତ? ଯଦି ନାହିଁ, ତେବେ ଯେକୌଣସି ମୁହୂର୍ତ୍ତରେ ଆପଣ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇପାରନ୍ତି।

କିଛି ଦିନ ତଳର ଘଟଣା। ଗୋଟିଏ ୫ ବର୍ଷର କୁନି ପିଲା ନିଜ ବାପାଙ୍କ ହାତ ଧରି ରାସ୍ତାରେ ସ୍କୁଲ୍ ଯାଉଥିଲା। ହଠାତ୍ ପଛରୁ ମାଡ଼ି ଆସିଲା ଏକ ବଡ଼ ଟ୍ୟାଙ୍କର… ଆଉ ଆଖି ପିଛୁଳାକେ ସବୁକିଛି ଶେଷ। କୁନି ପିଲାଟିର ଜୀବନ ଚାଲିଗଲା। କାରଣ ସେହି ରାସ୍ତାରେ କୌଣସି ଫୁଟପାଥ୍ ନଥିଲା।

କିନ୍ତୁ ଏହି ହୃଦୟବିଦାରକ ଘଟଣା ପରେ, ଏବେ ଆସିଛି ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ରାୟ! ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବେ କହିଛନ୍ତି- ସୁରକ୍ଷିତ ଫୁଟପାଥ୍‌ରେ ଚାଲିବା ସରକାରଙ୍କ କୌଣସି ଦୟା ନୁହେଁ, ବରଂ ଏହା ଆପଣଙ୍କର ଏବଂ ମୋର ‘ମୌଳିକ ଅଧିକାର’ ବା Fundamental Right!

ସମ୍ବିଧାନର ଧାରା ୧୯ ଏବଂ ୨୧ ଅନୁଯାୟୀ, ରାସ୍ତାରେ ଗାଡ଼ି ମୋଟର ଅପେକ୍ଷା ପଥଚାରୀମାନଙ୍କୁ ପ୍ରଥମିକତା ମିଳିବା ଉଚିତ୍। କୋର୍ଟ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ସୁରକ୍ଷିତ ଫୁଟପାଥ୍ ତିଆରି କରିବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ। ଯଦି ଫୁଟପାଥ୍ ଅଭାବରୁ କୌଣସି ଦୁର୍ଘଟଣା ଘଟେ, ତେବେ ନାଗରିକମାନଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ ସରକାର!

Leave a Reply

Your email address will not be published. Required fields are marked *