କୁରୁକ୍ଷେତ୍ର ପାଲଟିଲା ରାୟଗଡା !
କୁକୁର, ମାଙ୍କଡ ଭଳି ଝୁଣି ଖାଇଗଲେ ନର ରାକ୍ଷସ !
ଗୋଟିଏ ଭୁଲ ବୁଝାମଣା ରାଜ୍ୟ ପାଇଁ ସାଜିଲା ବଡ କଳଙ୍କ !
ଭିଡରେ କଏଦ ହେଲା ଛାତିଥରା ଦୃଶ୍ୟ !
ଚିତ୍କାର ଶୁଣିଲେ ଟାଙ୍କୁରିଉଠୁଛି ଲୋମ !
ମଣିଷ କେତେ ତଳକୁ ଖସିପାରେ? ଗୋଟିଏ ମିଛ ଗୁଜବ ଆଉ ଗୁଗଲ୍ ମ୍ୟାପ୍ ର ଗୋଟିଏ ଛୋଟିଆ ଭୁଲ୍… କେମିତି ଦୁଇ ଜଣ ନିରୀହଙ୍କ ପାଇଁ କାଳ ପାଲଟିଗଲା, ତାହା ଶୁଣିଲେ ଆପଣଙ୍କ ରକ୍ତ ବି ଟାଣିଯିବ। କଥା କହିବାକୁ ଲାଜ ଲାଗୁଛି, ହେଲେ ସତ ଏୟା ଯେ, ଭିଡ଼ତନ୍ତ୍ରର ଆଳରେ ଆମ ସମାଜର ମାନସିକତା ଆଜି ରସାତଳକୁ ଖସିଯାଇଛି।
ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ। କନ୍ଧମାଳ ଦାରିଙ୍ଗବାଡ଼ିର ଏକ NGOରେ କାମ କରୁଥିବା ୨ ଜଣ ଯୁବକ-ଯୁବତୀ ବାହାରିଥିଲେ କଳାହାଣ୍ଡିର ଥୁଆମୂଳ ରାମପୁର। କିନ୍ତୁ ଅଜଣା ରାସ୍ତା ଥିବାରୁ ସାହାରା ସାଜିଥିଲା ଗୁଗଲ୍ ମ୍ୟାପ୍। ରାତି ପ୍ରାୟ ୮ଟା… ବାଟ ଭୁଲି ଦୁହେଁ ପହଞ୍ଚିଗଲେ କଲ୍ୟାଣସିଂହପୁରର ଏକ ଆଦିବାସୀ ଅଞ୍ଚଳରେ। ନିଜ ଭିତରେ ହିନ୍ଦୀରେ କଥା ହେଉଥିଲେ। ଆଉ ବାସ୍, ଏତିକି ହିଁ ଥିଲା ସେମାନଙ୍କର ସବୁଠାରୁ ବଡ଼ ଭୁଲ୍!
ସ୍ଥାନୀୟ ଲୋକଙ୍କର ସନ୍ଦେହ ହେଲା ଯେ ସେମାନେ ପିଲାଚୋର। କଥା କଣ ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଅମଣିଷଙ୍କ ତାଣ୍ଡବ। ଉଗ୍ର ଭିଡ଼ ପିଛା କରି ସାଇନଗର ଅଞ୍ଚଳରେ ଦୁହିଁଙ୍କୁ ଧରିଥିଲେ। ଯୁବତୀଙ୍କୁ ଖାଲି ନିର୍ଦ୍ଧୁମ ପିଟି ନଥିଲେ, ବରଂ ଅତି ଅମାନୁଷିକ ଭାବେ ତାଙ୍କ ଅନ୍ତବସ୍ତ୍ର ଚିରି ରାସ୍ତା ମଝିରେ ତାଙ୍କୁ ବିବସ୍ତ୍ର କରିଦେଇଥିଲେ। ସେହି ଭିଜୁଆଲ ଏତେ ସମ୍ବେଦନହୀନ ଆଉ ବର୍ବର ଯେ, ଆମେ ଆପଣଙ୍କୁ ସ୍କ୍ରିନ୍ ରେ ଦେଖାଇବା ମଧ୍ୟ ଅସମ୍ଭବ। ଜଣେ ମହିଳା ସେହି ସମୟରେ କେତେ ଅସହାୟ ବୋଧ କରୁଥିବେ ଓ କେତେ ଯନ୍ତ୍ରଣା ଭୋଗିଥିବେ, ତାହା କେବଳ ସେ ହିଁ ଅନୁଭବ କରିପାରିବେ।
ଓଡ଼ିଶାର ନାଁକୁ ସାରା ଦେଶରେ ବଦନାମ କରିଥିବା ଏହି ଘଟଣାକୁ ଶେଷରେ ଗମ୍ଭୀରତାର ସହ ନେଇଛି ରାୟଗଡ଼ା ପୋଲିସ। ଭିଡିଓ ଫୁଟେଜ୍ ଆଧାରରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ପୋଲିସ ୩ଟି କେସ୍ ରୁଜୁ କରିଥିବା ବେଳେ ଆଗକୁ ଆହୁରି ମୁଖା ଖୋଲିବ ଆଉ ଗିରଫଦାରୀ ମଧ୍ୟ ବଢ଼ିବ। ତେବେ ଆସନ୍ତୁ ଶୁଣିବା ସେହି କାଳରାତିର ଭୟାନକ ଅନୁଭୂତି ନିଜେ ପୀଡ଼ିତାଙ୍କ ମୁହଁରୁ…
ଆଇନକୁ ହାତକୁ ନେବାର ଅଧିକାର ଏହି ହିଂସ୍ର ଭିଡ଼କୁ କିଏ ଦେଲା? ସୋସିଆଲ୍ ମିଡିଆର ଗୁଜବ ଆଉ ଆମ ଲୋକଙ୍କର ବିଚାରହୀନତା ଆଗକୁ ଆଉ କେତେ ନିରୀହଙ୍କ ଜୀବନ ନେବ? ଏହି ପ୍ରଶ୍ନର ଉତ୍ତର ଆଜି ପୁରା ସମାଜକୁ ଖୋଜିବାକୁ ହିଁ ପଡ଼ିବ।
