ମନ୍ତ୍ରୀ ଇସ୍ତଫା ନଦେଲେ ମୋଦୀ ଅଯୋଗ୍ୟ PM ହେବେ

ବଦଳିଲା CJP ର ଟାର୍ଗେଟ !

ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ CJP ଟାର୍ଗେଟରେ ମୋଦି !

ଇସ୍ତଫା ନଦେଲେ ମୋଦୀ ଇତିହାସର ସବୁଠୁ ଅଯୋଗ୍ୟ PM ହେବେ!

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ମୋଦିଙ୍କୁ ଡାଇରେକ୍ଟ ଆଟାକ !

ରାତିର ଅନ୍ଧକାର… ଚାରିପଟେ ପୋଲିସର କଡ଼ା ପହରା… ଆଉ ତା’ ମଝିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ଗୁଞ୍ଜରିତ ହେଉଛି ଗୋଟିଏ ସ୍ୱର— “ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅ! 

ନିଟ୍ (NEET) ପରୀକ୍ଷା ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ୍ ବିରୋଧରେ କକରୋଚ୍ ଜନତା ପାର୍ଟି ବା CJP ର ‘ଅନିର୍ଦ୍ଦିଷ୍ଟ କାଳ ଧାରଣା’ ଏବେ ଏକ ନୂଆ ଏବଂ ସାଂଘାତିକ ମୋଡ଼ ନେଇଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଦବାଇବା ପାଇଁ ପ୍ରଶାସନ ସବୁ ପ୍ରକାର ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦକାରୀଙ୍କ ମନୋବଳ ଭାଙ୍ଗିବା ପାଇଁ ସର୍ବସାଧାରଣ ଶୌଚାଳୟର ପାଣି ସଂଯୋଗ କାଟି ଦିଆଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ପୋଲିସର ଧମକ ପରେ ବି କ’ଣ ପଛକୁ ହଟିବ CJP?

ଏହାର କଡ଼ା ଜବାବ ଦେଇଛନ୍ତି ଦଳର ପ୍ରତିଷ୍ଠାତା ଅଭିଜୀତ ଦିପକେ। ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଯଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର କରାନଯାଏ, ତେବେ ମୋଦୀ ଇତିହାସର ସବୁଠାରୁ ଅଯୋଗ୍ୟ ପ୍ରଧାନମନ୍ତ୍ରୀ ଭାବେ ଗଣାହେବେ।” କେବଳ ସେତିକି ନୁହେଁ, ଏବେ ଏହି ଛାତ୍ର ଆନ୍ଦୋଳନରେ ସାମିଲ ହେବାକୁ ଦେଶର ବଡ଼ ବଡ଼ ‘ଚାଷୀ ସଂଗଠନ’ମାନଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ଅଭିଜୀତ।

କିନ୍ତୁ ଏସବୁ ଭିତରେ ସବୁଠାରୁ ବଡ଼ ସସପେନ୍ସ ହେଉଛି ପୋଲିସର ଆକ୍ସନ୍! ଅଭିଯୋଗ ହେଉଛି ଯେ, ଖରାମାସରେ ଆନ୍ଦୋଳନକାରୀଙ୍କୁ ଯେଉଁ ସହୃଦୟ ବ୍ୟକ୍ତିମାନେ ପାଣି ବୋତଲ କିମ୍ବା କଦଳୀ ଦାନ କରୁଛନ୍ତି, ଦିଲ୍ଲୀ ପୋଲିସ ସେମାନଙ୍କର ଠିକଣା ଓ ‘ଆଧାର’ ତଥ୍ୟ ସଂଗ୍ରହ କରୁଛି। କାହିଁକି ଚାଲିଛି ଏତେ ବଡ଼ ଛାନଭିନ୍? କାହାକୁ ଭୟ କରୁଛି ପ୍ରଶାସନ?ଗୋଟିଏ ପଟେ ଦେଶର ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ନିଟ୍ (NEET) ପୁନଃ-ପରୀକ୍ଷା ସାରିଛି, ଅନ୍ୟପଟେ ପରୀକ୍ଷା ସରିବା ପରେ ସିଧା ଜନ୍ତର-ମନ୍ତର ଆସିବାକୁ ଛାତ୍ରମାନଙ୍କୁ ଆହ୍ୱାନ ଦେଇଛି CJP। ବର୍ତ୍ତମାନ ସମସ୍ତଙ୍କ ନଜର ଯଦି ଦିଲ୍ଲୀ ରାଜରାସ୍ତାରେ ଅସନ୍ତୁଷ୍ଟ ଛାତ୍ର ଏବଂ ଚାଷୀ ଏକାଠି ହୁଅନ୍ତି, ତେବେ ସୃଷ୍ଟି ହେବ କି ଆଉ ଏକ ମହାଭାରତ? ସରକାର ଇସ୍ତଫା ନେବେ ନା ଆନ୍ଦୋଳନକୁ ଦବାଇ ଦିଆଯିବ?

Leave a Reply

Your email address will not be published. Required fields are marked *