\n\n\n\n\n\n\n

ଲିଭିଯିବ ବିଜୁ ପରିବାର ! ବିଜେଡିର ଉତ୍ତରାଧିକାରୀ ହେବେ ପାଣ୍ଡିଆନଙ୍କ ଝିଅ !

ସେବେ ‘କାର୍ତ୍ତିକ’, ଏବେ ‘ରାଉତ’ 

ବିଜେଡ଼ିକୁ ଅକ୍ତିଆର କରିବାକୁ ପାଣ୍ଡିଆନଙ୍କ ମାଷ୍ଟରପ୍ଲାନ !

ବିଜୁ ପରିବାର ନୁହେଁ ପାଣ୍ଡିଆନ ଦମ୍ପତ୍ତି ହେବେ ବିଜେଡିର ଆଗାମୀ ଉତ୍ତରାଧିକାରୀ !

ସୁଜାତାଙ୍କ ଏଣ୍ଟ୍ରି, ରାଜ୍ୟ ରାଜନୀତିରେ ବଡ ପଲଟବାର !

ରାଜନୀତିରେ କ୍ଷମତା ହାସଲ ପାଇଁ କେତେବେଳେ କଣ ହେବ, ତାହା କେହି କହିପାରିବେ ନାହିଁ। କିନ୍ତୁ ଭୋଟ୍ ପାଇଁ କଣ ନିଜ ନାଁ ଆଉ ସାଙ୍ଗିଆକୁ ବି ବଦଳାଇ ଦିଆଯାଇପାରେ? ହଁ… ଓଡ଼ିଶା ରାଜନୀତିରେ ଏବେ ଠିକ୍ ଏମିତି ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଗୋଟିଏ ସମୟରେ ଥିଲେ ‘କାର୍ତ୍ତିକ’, ଆଉ ଏବେ ଆସିଲେ ‘ରାଉତ’ !

ଟିକେ ମନେ ପକାନ୍ତୁ ୨୦୨୩ ମସିହା କଥା। ଯେତେବେଳେ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କ ନାଁକୁ ଅପଭ୍ରଂଶ କରି କେବଳ ‘କାର୍ତ୍ତିକ ପାଣ୍ଡିଆନ’ ବୋଲି ଖୁବ୍ ପ୍ରଚାର କରାଗଲା। କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡିକୁ ଏହି ‘କାର୍ତ୍ତିକ’ ନାଁ କୌଣସି ଫାଇଦା ଦେଇନଥିଲା। ବରଂ ‘ଅଣଓଡ଼ିଆ’ ପ୍ରସଙ୍ଗ ଦଳ ପାଇଁ ବୁମେରାଂ ସାଜିଥିଲା।

ଆଉ ଏବେ… ଠିକ୍ ସମାନ ଢଙ୍ଗରେ ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ୍ ବିଜେଡିରେ ଧମାକାଦାର ଏଣ୍ଟ୍ରି ମାରିଛନ୍ତି। କିନ୍ତୁ ଏଥର ରଣନୀତି ପୂରା ବଦଳିଯାଇଛି। ତାଙ୍କ ନାଁରୁ ‘କାର୍ତ୍ତିକେୟନ୍’ ଶବ୍ଦକୁ ଅଘୋଷିତ ଭାବେ ଉଡ଼ାଇ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଦଳର ସବୁ ବରିଷ୍ଠ ନେତା, ଏପରିକି ପ୍ରେସ୍ ରିଲିଜ୍‌ରେ ବି ତାଙ୍କୁ କେବଳ ‘ସୁଜାତା ରାଉତ’ ବୋଲି ସମ୍ବୋଧନ କରାଯାଉଛି। କାରଣ ସ୍ପଷ୍ଟ- ବିରୋଧୀଙ୍କ ‘ଅଣଓଡ଼ିଆ’ ଅସ୍ତ୍ରକୁ କାଟ୍ କରିବା ପାଇଁ ଏହା ବିଜେଡିର ଏକ ମାଷ୍ଟରଷ୍ଟ୍ରୋକ୍। ସୁଜାତା ଜଣେ ‘ଓଡ଼ିଆ ଝିଅ’ ହୋଇଥିବାରୁ, ଏବେ ତାଙ୍କ ଜରିଆରେ ଦଳ ହରାଇଥିବା ସହାନୁଭୂତି ପୁଣି ସାଉଁଟିବାକୁ ଲକ୍ଷ୍ୟ ରଖିଛି।

ସବୁଠାରୁ ବଡ଼ କଥା ହେଲା, ବିଜୁ ପରିବାରରୁ ଆଉ କେହି ରାଜନୀତିକୁ ଆସିବେ ନାହିଁ ବୋଲି ଏବେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଆଉ ଏହା ବି ପ୍ରମାଣିତ ହୋଇଛି ଯେ, ନିର୍ବାଚନ ହାରିବା ପରେ ବି ଦଳର ପୂରା ଭରସା ଏବେ ସେହି ପାଣ୍ଡିଆନ ଦମ୍ପତିଙ୍କ ଉପରେ ହିଁ ରହିଛି। କାଲି ପର୍ଯ୍ୟନ୍ତ ଯେଉଁ ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା, ଆଜି ସେମାନେ ଧାଡ଼ି ବାନ୍ଧି ସୁଜାତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜନୀତି ପାଇଁ ଏହି ‘ନାମ ଓ ସାଙ୍ଗିଆ’ର ବ୍ୟବଚ୍ଛେଦ କଣ ବିଜେଡିକୁ ପୁଣିଥରେ ସଫଳତା ଦେବ? ନା ସାଧାରଣ ଜନତା ଏହି ରାଜନୈତିକ ଖେଳକୁ ଧରିନେବେ? ତାହା ହିଁ ଏବେ ସବୁଠୁ ବଡ଼ ସସ୍‌ପେନ୍ସ। ବିଜେଡି-ବିଜେପିର ନରମ ଆଭିମୁଖ୍ୟ ଭିତରେ ସୁଜାତାଙ୍କ ଭୂମିକା ଆଗକୁ କଣ ରହିବ, ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।