ବିଜୁଳି ବିଲ୍ ନାଁରେ ‘ମହାଲୁଟ୍’?
ଗ୍ରାହକଙ୍କ ପକେଟରୁ କାଟିନେଲା ଅତିରିକ୍ତ ୭୭୮ କୋଟି!
ସରକାରୀ ରିପୋର୍ଟ ଖୋଲିଲା ଟାଟା ପାୱାରର ଗୁମର!
ଗୋଟିଏ ପଟେ ଗଲା ୮୦ ଜୀବନ… ଅନ୍ୟପଟେ ଆଦାୟ ହେଲା ୭୭୮ କୋଟି!
ଆପଣଙ୍କ ଘରକୁ ଆସୁଥିବା ବିଜୁଳି ବିଲକୁ କେବେ ଟିକିନିଖି କରି ଦେଖିଛନ୍ତି କି? ଯଦି ନାହିଁ… ତେବେ ସାବଧାନ ହୋଇଯାଆନ୍ତୁ! କାରଣ ଆପଣ ଜାଣି ନଥାଇ ଆପଣଙ୍କ ପକେଟରୁ ଚୁପଚାପ୍ କଟାଯାଉଛି ଅଧିକ ଟଙ୍କା। ଆଉ ଏହି ଟଙ୍କାର ପରିମାଣ କେତେ ଜାଣିଛନ୍ତି? ହଜାରେ କିମ୍ବା ଲକ୍ଷେ ନୁହେଁ… ପୁରା ୭୭୮ କୋଟି ଟଙ୍କା!
ହଁ ଦର୍ଶକ ବନ୍ଧୁ, ଏ କୌଣସି ଗୁଜବ ନୁହେଁ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବା (OERC)ର ସତ୍ୟାପିତ ରିପୋର୍ଟରୁ ପଦାକୁ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ। ୨୦୨୪-୨୫ ଆର୍ଥିକ ବର୍ଷରେ ଟାଟା ପାୱାରର ବିଭିନ୍ନ ବିତରଣ କମ୍ପାନୀ, ନିର୍ଦ୍ଧାରିତ ଟାରିଫ୍ ଠାରୁ ଗ୍ରାହକଙ୍କଠାରୁ ଆଦାୟ କରିଛନ୍ତି ଅଧିକ ୭୭୮ କୋଟି।
ନିୟମ ଅନୁସାରେ ସାଧାରଣ ଘରୋଇ ଗ୍ରାହକଙ୍କ ପାଇଁ ୟୁନିଟ୍ ପିଛା ଦର ରହିବା କଥା ୬୪୫.୩୯ ପଇସା। କିନ୍ତୁ ଆଦାୟ କରାଗଲା କେତେ? ପୁରା ୬୭୮.୪୦ ପଇସା! ଅର୍ଥାତ୍ ପ୍ରତି ୟୁନିଟରେ ପ୍ରାୟ ୮୭ ପଇସା ଅଧିକ। ସେହିପରି ବଡ଼ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କଠାରୁ ମଧ୍ୟ ମନଇଚ୍ଛା ବିଲ୍ କଟାଯାଇଛି।
କିନ୍ତୁ କାହାଣୀ ଏତିକିରେ ସରୁନି। ଗୋଟିଏ ପଟେ ଅଧିକ ଆଦାୟ, ଅନ୍ୟପଟେ ସେବା ନାଁରେ ବିଫଳତା! ଗତ ବର୍ଷ କେବଳ ବିଜୁଳି ଦୁର୍ଘଟଣାରେ ଯାଇଛି ୮୦ ଜଣ ମଣିଷ ଏବଂ ୫୪ଟି ନିରୀହ ପଶୁଙ୍କ ଜୀବନ। କେତେବେଳେ କରେଣ୍ଟ ଗଲା ଆଉ କେତେବେଳେ ଆସିବ, ତାହାର ଆଗୁଆ ସୂଚନା ଦେବା ପାଇଁ ଟ୍ରାନ୍ସଫର୍ମରରେ ‘ସ୍ମାର୍ଟ ମିଟର’ ବସାଇବାକୁ ନିର୍ଦ୍ଦେଶ ଥିଲା। ସେଥିରେ ବି ଟାଟା ପାୱାର ସମ୍ପୂର୍ଣ୍ଣ ଫେଲ୍!
ଏବେ ସବୁଠୁ ବଡ଼ ପ୍ରଶ୍ନ— ଗ୍ରାହକଙ୍କ ଶ୍ରମର ଏହି ଅତିରିକ୍ତ ୭୭୮ କୋଟି ଟଙ୍କା ସେମାନେ ଫେରି ପାଇବେ ତ ? ନା କମ୍ପାନୀର ହିସାବ ଖାତାରେ ହଜିଯିବ ଆପଣଙ୍କ ପଇସା? ଆପଣଙ୍କ ମତ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ |
