ଖସିଲେ ଅମ୍ବାନୀ ଉଠିଲେ ଆଦାନୀ
ବିଜନେସ୍ ଟାଇକୁନ୍ଙ୍କ ରେସ୍ରେ ଆସିଲା ବଡ ଟ୍ୱିଷ୍ଟ୍
ଏସିଆର ନୂଆ ‘କିଙ୍ଗ୍’ ହେଲେ ଗୌତମ ଆଦାନୀ!
ଉପରକୁ ଉଠିଲେ ଆଦାନୀ ତଳକୁ ଖସିଲେ ଅମ୍ବାନୀ
ବିଶ୍ୱର କୋଟିପତି ମାନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର… ସମ୍ପତ୍ତିର ଏହି ମହାଖେଳରେ କିଏ ମାରିବ ବାଜି? କିନ୍ତୁ ଦର୍ଶକବନ୍ଧୁ, ଏସିଆ ମହାଦେଶରେ ଏବେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ଓଲଟପାଲଟ! ଭାରତର ଦୁଇ ବଡ଼ ବିଜନେସ୍ ଟାଇକୁନ୍ଙ୍କ ମଧ୍ୟରେ ଚାଲିଥିବା ରେସ୍ରେ ଏବେ ଆସିଛି ଏକ ନୂଆ ଟ୍ୱିଷ୍ଟ୍। ବହୁ ଦିନ ଧରି ଏସିଆର ସବୁଠୁ ଧନୀ ବ୍ୟକ୍ତିର ତାଜ୍ ପିନ୍ଧିଥିବା ମୁକେଶ ଅମ୍ବାନୀଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି ଗୌତମ ଆଦାନୀ।
ହଁ ଆଜ୍ଞା, ‘ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ’ର ତାଜା ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି। ୯୨.୬ ବିଲିୟନ ଡଲାର ସମ୍ପତ୍ତି ସହ ଆଦାନୀ ଏବେ ବିଶ୍ୱର ୧୯ତମ ଧନୀ ବ୍ୟକ୍ତି ହୋଇଛନ୍ତି । ସେପଟେ ୯୦.୮ ବିଲିୟନ ଡଲାର ସହ ୨୦ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ଅମ୍ବାନୀ। ଟ୍ରାନ୍ସପୋର୍ଟ ଠାରୁ ଆରମ୍ଭ କରି ଏନର୍ଜି, ଡିଫେନ୍ସ ଏବଂ ରିଏଲ ଏଷ୍ଟେଟ୍ ପର୍ଯ୍ୟନ୍ତ ଆଦାନୀ ଗ୍ରୁପର ଦ୍ରୁତ ବିସ୍ତାର ହିଁ ତାଙ୍କୁ ଏହି ସଫଳତା ଦେଇଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଗ୍ରୁପର ମୋଟ ମାର୍କେଟ ଭ୍ୟାଲୁ ଏବେ ୧୫୦ ବିଲିୟନ ଡଲାର୍ ପାର୍ କରିସାରିଲାଣି!
ଅନ୍ୟପଟେ, ଯଦି ବିଶ୍ୱ ସ୍ତରରେ ଦେଖିବା, ତେବେ ୬୫୬ ବିଲିୟନ ଡଲାର୍ର ବିପୁଳ ସମ୍ପତ୍ତି ସହ ଏଲନ ମସ୍କ ଏବେ ବି ନିଜର ନମ୍ବର 1 କାଏମ ରଖିଛନ୍ତି। ତାଙ୍କ ତଳକୁ ଦ୍ୱିତୀୟରେ ଲାରୀ ପେଜ୍ ଏବଂ ତୃତୀୟରେ ଅଛନ୍ତି ଜେଫ୍ ବେଜୋସ୍। କିନ୍ତୁ ବର୍ତ୍ତମାନ ପାଇଁ ଏସିଆର କିଙ୍ଗ୍ ପାଲଟିଛନ୍ତି ଗୌତମ ଆଦାନୀ! ଦେଖିବାର କଥା, ସମ୍ପତ୍ତିର ଏହି ମହାଲଢ଼େଇରେ ଆଗକୁ ଆଉ କେଉଁ ନୂଆ ରେକର୍ଡ ଦେଖିବାକୁ ମିଳୁଛି।
