ଆନ୍ଧ୍ରପ୍ରଦେଶ ପାଇଁ ଆଜି ଏକ ଐତିହାସିକ ଦିନ! ବହୁ ପ୍ରତୀକ୍ଷିତ ଅମରାବତୀକୁ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଡେପୁଟି ସିଏମ୍ ପବନ କଲ୍ୟାଣ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ବଡ଼ ଖବର ସାମ୍ନାକୁ ଆଣିଛନ୍ତି। ସଂସଦର ବଜେଟ୍ ଅଧିବେଶନରେ ‘ଆନ୍ଧ୍ରପ୍ରଦେଶ ପୁନର୍ଗଠନ ସଂଶୋଧନ ବିଲ୍ ୨୦୨୬’ ବହୁମତରେ ପାରିତ ହେବା ପରେ, ଏହି ସ୍ୱପ୍ନ ଆଜି ସତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍କୁ ମଞ୍ଜୁରୀ ଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, “ଏହା କେବଳ ଏକ ନିଷ୍ପତ୍ତି ନୁହେଁ, ବରଂ କୋଟି କୋଟି ଆନ୍ଧ୍ରବାସୀଙ୍କ ପୁରୁଣା ସ୍ୱପ୍ନର ପୂରଣ। ରାଜ୍ୟ ବିଭାଜନ ସମୟରୁ ହିଁ ଅମରାବତୀକୁ ଏକ ପ୍ରଶାସନିକ ଏବଂ ଅତ୍ୟାଧୁନିକ କେନ୍ଦ୍ର ଭାବେ ଗଢିବାକୁ ଲକ୍ଷ୍ୟ ରଖିଥିଲେ ନାଇଡୁ ସରକାର। ଏବେ ତିନୋଟି ରାଜଧାନୀର ଦ୍ୱନ୍ଦ୍ୱ ଦୂର ହୋଇଛି ଏବଂ ସ୍ପଷ୍ଟ ହୋଇଛି ଯେ, ଅମରାବତୀ ହିଁ ହେବ ରାଜ୍ୟର ଏକମାତ୍ର ଶକ୍ତିକେନ୍ଦ୍ର। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗରେ ଏହି ବିକାଶ ଯାତ୍ରା ଏବେ ଆହୁରି ଦ୍ରୁତ ହେବ। ଅମରାବତୀର ଏହି ନୂଆ ପରିଚୟ ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶର ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି।
©2026 B Tv WordPress Video Theme by WPEnjoy
