ସରକାରଙ୍କ ବଡ ଘୋଷଣା !
ଅଧିକ ପିଲା ଜନ୍ମ କଲେ ମିଳିବ ଟଙ୍କା !
୩ୟ ସନ୍ତାନକୁ ୩୦ ହଜାର, ୪ର୍ଥକୁ ୪୦ ହଜାର !
ସିଧାସଳଖ ମା’ଙ୍କ ଆକାଉଣ୍ଟକୁ ଆସିବ ଟଙ୍କା !
ସରକାର କଲେ ଏଭଳି ଚମକାଇଦେବା ଭଳି ଘୋଷଣା
ସରକାରଙ୍କ ବଡ ଘୋଷଣା | ଏବେ ଅଧିକ ପିଲା ଜନ୍ମ କଲେ ମିଳିବ ଟଙ୍କା । ସାଧାରଣତଃ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ‘ଆମେ ଦୁଇ, ଆମର ଦୁଇ’ ନୀତିକୁ ଗୁରୁତ୍ୱ ଦିଆଯାଉଛି । ସରକାର ଚାହୁଁଛନ୍ତି ଲୋକେ କମ୍ ପିଲା ଜନ୍ମ କରନ୍ତୁ । କିନ୍ତୁ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି, ଯେଉଁଠି ସରକାର ପୂରା ଓଲଟା ନିଷ୍ପତ୍ତି ନେଇଛନ୍ତି । ଏଠି ଅଧିକ ପିଲା ଜନ୍ମ କରିବାକୁ ଲୋକଙ୍କୁ ଦିଆଯାଉଛି ଖୋଲା ଅଫର୍ ! ଆଉ ଖାଲି ଅଫର୍ ନୁହେଁ, ମିଳୁଛି ମୋଟା ଅଙ୍କର କ୍ୟାସ୍ ପ୍ରାଇଜ୍ ।
ଆପଣ ଭାବୁଥିବେ ଏମିତି କେମିତି ହୋଇପାରେ ? କିଏ ସେହି ସରକାର, ଯିଏ ଏଭଳି ନିଷ୍ପତ୍ତି ନେଇଛନ୍ତି ? ତେବେ ଆପଣଙ୍କୁ ଆଉ ବେଶୀ ଅପେକ୍ଷା ନକରାଇ ସସପେନ୍ସ ଉପରୁ ପରଦା ହଟାଉଛୁ । ଏହି ବଡ଼ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର !
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ପଦକ୍ଷେପ ନେଇ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ଯେଉଁ ଦମ୍ପତିଙ୍କର ୩ୟ ସନ୍ତାନ ଜନ୍ମ ହେବ, ସେମାନଙ୍କୁ ସରକାରଙ୍କ ତରଫରୁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । କଥା ସେତିକିରେ ସରିନି, ଯଦି ୪ର୍ଥ ସନ୍ତାନ ଜନ୍ମ ହୁଏ, ତେବେ ମିଳିବ ପୂରା ୪୦ ହଜାର ଟଙ୍କା !
ସବୁଠାରୁ ବଡ଼ କଥା ହେଉଛି, ଏହି ଟଙ୍କା ପାଇଁ କୌଣସି ସରକାରୀ ବାବୁଙ୍କ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସିଧାସଳଖ ମା’ଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେବ ଏହି ପୁରା ଟଙ୍କା ।
ତେବେ ଆନ୍ଧ୍ର ସରକାରଙ୍କ ଏହି ନିଆରା ପଦକ୍ଷେପକୁ ନେଇ ଏବେ ସବୁଆଡେ ଜୋରଦାର ଚର୍ଚ୍ଚା । ସରକାରଙ୍କ ଏହି ଘୋଷଣା ଉପରେ ଆପଣଙ୍କ ମତାମତ କଣ ? କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ, ଏବଂ ଏମିତି ଦମଦାର୍ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ ।
