ଆସନ୍ତା ଅକ୍ଟୋବର ୮ ତାରିଖରେ ବରଗଡ଼ ବନ୍ଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ଏହି ବନ୍ଦ ଡାକରା ଦେଇଛି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି।
ମୁଖ୍ୟତଃ ଏମଏମଡିଆର ବିଲ୍ ବିରୋଧ, ପାଠ୍ୟପୁସ୍ତକରେ ତ୍ରୁଟି ଯୋଗୁଁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ ଏବଂ ଭୋଟ ଚୋରି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଦଳ ଏହି ବଡ଼ ନିଷ୍ପତ୍ତି ନେଇଛି।
ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ବି.ଏନ୍ ପଟ୍ଟନାୟକ, ପୂର୍ବତନ ବିଧାୟକ ସାଧୁ ନେପାକ, ଜିଲ୍ଲା ସଭାପତି ଶୁଭେନ୍ଦୁ ସାହୁ ଏବଂ ହାର୍ଦିପ ସିଂଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହି ବନ୍ଦ ସମ୍ପର୍କରେ ସୂଚନା ଦେଇଛନ୍ତି
