ରେକର୍ଡ ଭାଙ୍ଗିଲେ ମଦୁଆ! ବର୍ଷକରେ ପିଇଗଲେ ୧୬ ଲକ୍ଷ ଲିଟର…

ଗୋଟିଏ ବର୍ଷ… ୧୬ ଲକ୍ଷ ଲିଟର ବିଦେଶୀ ମଦ!

ବିୟର ନୁହେଁ, ହାର୍ଡ ଡ୍ରିଙ୍କ୍ସରେ ବୁଡ଼ିଲା ଜିଲ୍ଲା !

ସରକାରୀ ଟାର୍ଗେଟ୍ ଫେଲ୍… ନିଶାରେ ରେକର୍ଡ ଭାଙ୍ଗିଲେ ମଦୁଆ !

ପାରାଦୀପରୁ କୁଜଙ୍ଗ… କେଉଁଠି ଉଡିଲା ସବୁଠୁ ଅଧିକ ମଦ?

ମଦ ବିକ୍ରିର ଏହି ତଥ୍ୟ ଆପଣଙ୍କ ହୋସ୍ ଉଡ଼ାଇଦେବ!

କଳ୍ପନା କରନ୍ତୁ, ଯଦି ଗୋଟିଏ ଜିଲ୍ଲାରେ ପାଣି ବଦଳରେ ମଦର ନଈ ବହେ, ତେବେ ଅବସ୍ଥା କଣ ହେବ? ଆଜ୍ଞା ହଁ, କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଗତସିଂହପୁର ଜିଲ୍ଲାରୁ ଆସିଛି ଏମିତି ଏକ ରିପୋର୍ଟ, ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବର୍ଷକରେ ଜିଲ୍ଲାବାସୀ ପିଇଯାଇଛନ୍ତି ୧୬ ଲକ୍ଷ ଲିଟରରୁ ଅଧିକ ବିଦେଶୀ ମଦ ଏବଂ ୨୭ ଲକ୍ଷ ଲିଟରରୁ ଅଧିକ ବିୟର!

୨୦୨୫ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମାସ… ଏହି ଗୋଟିଏ ବର୍ଷ ଭିତରେ ଅବକାରୀ ବିଭାଗ ଟାର୍ଗେଟ୍ ରଖିଥିଲା ପ୍ରାୟ ୧୨ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ପାଇଁ। କିନ୍ତୁ ମଦୁଆଙ୍କ କମାଲ ଦେଖନ୍ତୁ… ଟାର୍ଗେଟକୁ ଡେଇଁ ଏହି ଆକଳନ ପହଞ୍ଚିଗଲା ୧୬ ଲକ୍ଷ ୩୬ ହଜାର ଲିଟରରେ! ଖାଲି ସେତିକି ନୁହେଁ, ବିୟର ବିକ୍ରି ମଧ୍ୟ ୨୭ ଲକ୍ଷ ଲିଟର ପାର୍ କରିଛି। କିନ୍ତୁ ଆଜିକାଲି ଜଗତସିଂହପୁର ଲୋକଙ୍କୁ ବିୟର ଅପେକ୍ଷା କଡ଼ା ବିଦେଶୀ ମଦ ବେଶି ପସନ୍ଦ ଆସୁଛି।

ଏହି ମଦୁଆ ମହାସଂଗ୍ରାମରେ ସବୁଠୁ ବାଜି ମାରିଛି ପାରାଦୀପର ଷଣ୍ଢକୁଦ ନମ୍ବର ୨ ଠିପି ବନ୍ଦ ଦୋକାନ। ଧାର୍ଯ୍ୟ କୋଟା ଠାରୁ ଯଥେଷ୍ଟ ଅଧିକ ମଦ ଉଠାଇ ଏହା ଜିଲ୍ଲାରେ ଏକ ନମ୍ବର ସ୍ଥାନ ଦଖଲ କରିଛି। ସେହିପରି କୁଜଙ୍ଗ, ବିରିଡ଼ି ମଧ୍ୟଶାସନ, ବାଲିତୁଠ ଓ ଜଗତସିଂହପୁର ସହରର ଦୋକାନ ଗୁଡ଼ିକ ରେକର୍ଡ ଭାଙ୍ଗିଛନ୍ତି। କିନ୍ତୁ କାହାଣୀରେ ଟ୍ଵିଷ୍ଟ ମଧ୍ୟ ଅଛି! ଜିଲ୍ଲାର ୨୬ଟି ଦୋକାନ ମଧ୍ୟରୁ ବୋଧେଇ ଭଳି କିଛି ସ୍ଥାନରେ ମଦ ଓ ବିୟର ଉଠାଣ ନୈରାଶ୍ୟଜନକ ରହିଛି। ସେଠାରେ ଟାର୍ଗେଟ୍ ପୂରଣ କରିବାରେ ଦୋକାନୀ ଫେଲ୍ ମାରିଛନ୍ତି।

ଗୋଟିଏ ପଟେ ଟାର୍ଗେଟ୍ ଠାରୁ ଅଧିକ ମଦ ବିକ୍ରି, ଅନ୍ୟପଟେ କିଛି ଦୋକାନର ଶୋଚନୀୟ ସ୍ଥିତି। କିନ୍ତୁ ପ୍ରଶ୍ନ ଉଠୁଛି- ଏତେ ବିପୁଳ ପରିମାଣର ମଦ ପିଉଛି କିଏ? ଏହା କେବଳ ସାଧାରଣ ଖାଉଟିଙ୍କ ଚାହିଦା ନା ଏହା ପଛରେ ରହିଛି ଆଉ କିଛି ବଡ଼ କାରଣ?

Leave a Reply

Your email address will not be published. Required fields are marked *