23 ପ୍ରକାର ରୋଗ ଭଲ କରିପାରେ ଡାଲଚିନ
ଶରୀର ପାଇଁ ଜଡିବୁଟି ଭାବେ କାମ କରେ
ଟିବି , ଏସିଡିଟି ଭଳି ମାରାତ୍ମକ ରୋଗରୁ ରକ୍ଷା କରେ
ଘରେ ଆମେ ମସଲା ଭାବରେ ଡାଲଚିନିକୁ ବ୍ୟବହାର କରିଥାଉ ।
ସାଧାରଣତଃ ତରକାରୀ କିମ୍ବା ଡାଲିରେ ଡାଲଚିନିକୁ ବ୍ୟବହାର କରାଯାଇଥାଏ । କେବଳ ରୋଷେଇ ଘରେ ଡାଲଚିନିକୁ ବ୍ୟବହାର କରି ହେବ ତାହା ନୁହେଁ , ଡାଲଚିନି ବିଭିନ୍ନ ରୋଗରୁ ମଧ୍ୟ ଆମ ଶରୀରକୁ ରକ୍ଷା କରିଥାଏ । ଅନେକ ଲୋକ ଡାଲଚିନିର ଔଷଧୀୟ ଗୁଣ ବିଷୟରେ ଅବଗତ ନ ଥାଇ ପାରନ୍ତି । କିନ୍ତୁ ଆପଣ ଆଜି ଜାଣି ପାରିବେ ଯେ , ଡାଲଚିନି ପାଉଡର ଗମ୍ଭୀର ପରି ଗମ୍ଭୀର ରୋଗକୁ ଭଲ କରିଥାଏ । ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ରୋଗ ପାଇଁ ଡାଲଚିନି ଔଷଧ ଭାବରେ କାମ କରିବ । ଭାଇରାଲ ଜ୍ବର ଠାରୁ ଆରମ୍ଭ କରି ସର୍ଦ୍ଦି , କାଶ ପାଇଁ ଡାଲଡିନ ଅନେକ ଉପକାରୀ ହୋଇଥାଏ । ଶରୀରର ଓଜନ କମ କରିବା ପାଇଁ ଡାଲଚିନି ଜଡିବୁଟି ଭାବେ କାମ କରେ ।
ଭୋକ ନ ଲାଗିଲେ ମଧ୍ୟ ଡାଲଚିନି ଖାଇ ପାରିବେ । ଟିବି , ଆଲର୍ଜୀ,ଏସିଡିଟି ପାଇଁ ଡାଲଚିନି ବେଷ୍ଟ ମେଡିସିନ ଅଟେ । କେତେବେଳେ ବି ଆପଣ ଡାଲଚିନିକୁ ବ୍ୟବହାର କରି ପାରିବେ, ଡାଲଚିନି କେବେ ଆପଣଙ୍କୁ ଧୋକା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ଡାଲଚିନିକୁ ଖାଇବା କିପରି । ସକାଳୁ ଖାଲିପେଟରେ ଆପଣ ଡାଲଚିନିକୁ ଖାଇବେ । ଡାଲଚିନିର ପାଉଡରକୁ ଆପଣ ଗରମ ପାଣିରେ ମିଶାଇ ଖାଇପାରିବେ । ପାଉଡରକୁ ଗୁଳାକରି ମଧ୍ୟ ଖାଇହେବ । ଛୋଟ ପିଲାଙ୍କୁ କମ ଡାଲଚିନି ପାଉଡର ଖାଇବାକୁ ଦେବେ । ଯଦି ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଡାଲଚିନିକୁ ଆପଣ ନିୟମିତ ଭାବେ ବ୍ୟବହାର କରିପାରିବେ ।
