\n\n\n\n\n\n\n

ପ୍ରଥମ ଥର ଭୋଟ୍ ଦେବେ ଛାତ୍ରଛାତ୍ରୀ; ଉଠୁଛି ପଡୁଛି କଲେଜ୍!

ଦୀର୍ଘ ୮ ବର୍ଷର ଲମ୍ବା ବ୍ୟବଧାନ ପରେ କ୍ୟାମ୍ପସକୁ ଫେରିଛି ନିର୍ବାଚନୀ ଉଷ୍ମତା! ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ।

ଅନେକ ଛାତ୍ରଛାତ୍ରୀ ଜୀବନରେ ପ୍ରଥମ ଥର ପାଇଁ ଭୋଟ ଦେଇ ନିଜର ନେତା ବାଛିବେ, ଯାହାକୁ ନେଇ ସେମାନେ ବହୁତ ଉଲ୍ଲାସିତ। ଏହି ନିର୍ବାଚନୀ ହାୱାରେ ପୁରା କଲେଜ କ୍ୟାମ୍ପସ ଏବେ ସରଗରମ ହୋଇପଡିଛି।

ସାଙ୍ଗସାଥୀଙ୍କ ଆଡ୍ଡା ହେଉ କିମ୍ବା କ୍ଲାସରୁମ୍, ସବୁଆଡେ ଏବେ କେବଳ ଗୋଟିଏ ଚର୍ଚ୍ଚା- କିଏ ମାରିବ ବାଜି? କାହା ମୁଣ୍ଡରେ ପିନ୍ଧାଯିବ ଛାତ୍ରସଂସଦର ମୁକୁଟ? ଛାତ୍ର ରାଜନୀତିକୁ ନେଇ ପଞ୍ଚାୟତ ମହାବିଦ୍ୟାଳୟରେ ଏବେ ଏକ ପ୍ରକାର ଉତ୍ସବର ମାହୋଲ।