ତାମିଲନାଡୁରେ ହେଲା ଖେଳ! ବିଜୟ ମୁଖ୍ୟମନ୍ତ୍ରୀ
କିନ୍ତୁ ସରକାରର ରିମୋଟ୍ କଣ୍ଟ୍ରୋଲ୍ କାହା ହାତରେ?
ଦୀର୍ଘ ବର୍ଷ ପରେ କ୍ଷମତାକୁ ଫେରିଲା କଂଗ୍ରେସ…
ରାହୁଲ ଗାନ୍ଧୀ ଖେଳିଲେ ବଡ଼ ମାଷ୍ଟରଷ୍ଟ୍ରୋକ୍ !
ଥଲାପତିଙ୍କ ଦରବାରରେ କଂଗ୍ରେସର ରାଜ୍
୨ ମନ୍ତ୍ରୀ ପଦ ସହ ତାମିଲନାଡୁରେ ହେଲା ମେଗା ଡିଲ୍
ବିଜୟଙ୍କ କାନ୍ଧରେ ବନ୍ଧୁକ ରଖି ତାମିଲନାଡୁ ଦଖଲ କଲା କଂଗ୍ରେସ!
ତାମିଲନାଡୁ ରାଜନୀତିରେ ଘଟିଯାଇଛି ସବୁଠାରୁ ବଡ଼ ଖେଳ! ସିଲଭର ସ୍କ୍ରିନର ହିରୋ ଥଲାପତି ବିଜୟ ଏବେ ତାମିଲନାଡୁର ୧୩ତମ ମୁଖ୍ୟମନ୍ତ୍ରୀ। ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ନିଜ ଦଳ ଟିଭିକେର ବିରାଟ ବିଜୟ ପରେ ସେ ଶପଥ ନେଇସାରିଛନ୍ତି। କିନ୍ତୁ ଅସଲ ପିକ୍ଚର ଏବେ ବି ବାକି ଅଛି! ପରଦା ସାମ୍ନାରେ ବିଜୟ ହିରୋ ସାଜିଛନ୍ତି ସତ, କିନ୍ତୁ ପରଦା ପଛର କାହାଣୀ ଶୁଣିଲେ ଆପଣ ବି ତାଜୁବ୍ ହେବେ। କୁହାଯାଉଛି, ତାମିଲନାଡୁର ସିଂହାସନରେ ବିଜୟ ବସିବେ ଠିକ୍, ହେଲେ ସରକାରର ରିମୋଟ୍ କଣ୍ଟ୍ରୋଲ ରହିବ ସିଧା ଦିଲ୍ଲୀରେ… ଆଉ ତାହା ପୁଣି ରାହୁଲ ଗାନ୍ଧୀଙ୍କ ହାତରେ! କିନ୍ତୁ କିପରି?
କଥା ହେଉଛି, ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦଳ ୧୦୮ଟି ଆସନ ଜିତି ସବୁଠୁ ବଡ଼ ଦଳ ହେଲା, କିନ୍ତୁ ମ୍ୟାଜିକ୍ ନମ୍ବର ୧୧୮ ଛୁଇଁବାରେ ବିଫଳ ହେଲା। ଆଉ ଠିକ୍ ଏତିକି ବେଳେ ରାହୁଲ ଗାନ୍ଧୀ ଖେଳିଲେ ଏକ ମାଷ୍ଟରଷ୍ଟ୍ରୋକ୍। ଡିଏମକେ ମେଣ୍ଟରେ ରହି ମାତ୍ର ୫ଟି ଆସନ ଜିତିଥିବା କଂଗ୍ରେସ ପାଇଁ କ୍ଷମତାର ବିଶାଳ ରାସ୍ତା ଖୋଲିଦେଲେ ବିଜୟ। ଯେଉଁ କଂଗ୍ରେସକୁ ଡିଏମକେ ବର୍ଷ ବର୍ଷ ଧରି ମନ୍ତ୍ରୀ ପଦ ଦେବାକୁ ମନା କରିଆସୁଥିଲା, ସେହି କଂଗ୍ରେସକୁ ନିଜ କ୍ୟାବିନେଟରେ ୨ଟି କ୍ୟାବିନେଟ୍ ମନ୍ତ୍ରୀ ପଦ ଅଫର୍ କରିଦେଲେ ଥଲାପତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରାୟ ୫୫ ବର୍ଷର ଦୀର୍ଘ ବ୍ୟବଧାନ ପରେ କଂଗ୍ରେସ ପୁଣିଥରେ ତାମିଲନାଡୁ ସରକାରରେ ସାମିଲ ହେବାକୁ ଯାଉଛି। କିଲିୟୁର ବିଧାୟକ ଏସ. ରାଜେଶ କୁମାର ଏବଂ ମେଲୁର ବିଧାୟକ ପି. ବିଶ୍ୱନାଥନଙ୍କ ଭଳି ନେତା ଏବେ ମନ୍ତ୍ରୀ ହେବା ଦୌଡ଼ରେ ଆଗରେ। କ୍ଷମତା ବଣ୍ଟନର ଏହି ଚୁକ୍ତି ପରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ନାମକୁ ମାତ୍ର ବିଜୟଙ୍କ ସରକାର ଚାଲିବ, କିନ୍ତୁ ପ୍ରକୃତ କ୍ଷମତା ଭୋଗ କରିବ କଂଗ୍ରେସ। ଗୋଟିଏ ପଟେ ବିଜୟଙ୍କ ଲୋକପ୍ରିୟତା ଆଉ ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଚାଲ୍!
ତେବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, କଣ ପ୍ରକୃତରେ ଦିଲ୍ଲୀର ଇସାରାରେ ନାଚିବେ କି ଥଲାପତି ବିଜୟ? କଂଗ୍ରେସର ଏହି ଡିଲ୍ ଆଗରେ କଣ ମୁଣ୍ଡ ନୁଆଁଇବେ ତାମିଲନାଡୁର ନୂଆ ସିଏମ୍? ଆଗକୁ କାହା ହାତରେ ରହିବ ତାମିଲନାଡୁର ଡୋରି, ତାହା ଉପରେ ରହିଛି ସମସ୍ତଙ୍କ ନଜର।
