\n\n\n\n\n\n\n

ନୂଆ ଅନ୍ଦାଜରେ ‘ଆମ ବସ୍’; ମହିଳା ଓ କିନ୍ନରଙ୍କୁ ବଡ ଦାୟିତ୍ବ

ବଦଳିଲା କ୍ରୁଟ୍‌ର ନାଁ!

ନୂଆ ରୂପ, ନୂଆ ଅନ୍ଦାଜରେ ଆସୁଛି ‘ଆମ ବସ୍’

କେବଳ ରାଜଧାନୀ ନୁହେଁ ଜିଲ୍ଲାକୁ ଜିଲ୍ଲା ଦୌଡ଼ିବ ଇଲେକ୍ଟ୍ରିକ୍ ବସ୍

ଷ୍ଟିୟରିଂ ଧରିବେ ମହିଳା; ସଂକୀର୍ଣ୍ଣ ରାସ୍ତାରେ ଇ-ରିକ୍ସା ଚଳାଇବେ ତୃତୀୟ ଲିଙ୍ଗୀ

୫୦ ସ୍ପିଡ୍ ଡେଇଁବନି ବସ୍, ଲାଗିଲା କଡ଼ା କଟକଣା

ବଦଳିଯାଇଛି କ୍ରୁଟ୍‌ର ନାଁ ! କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଏବେ ପାଲଟିଛି ‘କମ୍ପ୍ରିହେନ୍‌ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’। ଆଉ କେବଳ ରାଜଧାନୀ ନୁହେଁ, ସାରା ଓଡ଼ିଶାରେ ଏବେ ଦୌଡ଼ିବ ନୂଆ ଇଭି ବସ୍।

ପ୍ରଥମେ କେନ୍ଦୁଝର, ଆଉ ଦ୍ୱିତୀୟ ପର୍ଯ୍ୟାୟରେ ବାରିପଦା, ଅନୁଗୁଳ, ଝାରସୁଗୁଡ଼ା ଓ ବାଲେଶ୍ୱରକୁ ଯିବ କ୍ରୁଟ୍‌ର ‘ଆମ ବସ୍’। ଖୁବ୍‌ଶୀଘ୍ର ରାଜ୍ୟକୁ ଆସୁଛି ୨୦୦ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରିକ୍ ବସ୍। କଟକ, ଭୁବନେଶ୍ୱର ଓ ରାଉରକେଲାକୁ ୧୦୦ ଲେଖାଏଁ ଏବଂ ସମ୍ବଲପୁର ଓ ବ୍ରହ୍ମପୁରକୁ ୫୦ ଲେଖାଏଁ ବସ୍ ଭେଟି ଦେବେ ପ୍ରଧାନମନ୍ତ୍ରୀ।

କିନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି… ଏହି ବସ୍‌ର ଷ୍ଟିୟରିଂ ଏବେ ରହିବ ମହିଳାଙ୍କ ହାତରେ। କେନ୍ଦୁଝରରେ ୪ ଜଣ ମହିଳା ଡ୍ରାଇଭର ଦାୟିତ୍ୱ ନେଇସାରିଥିବା ବେଳେ, ବସ୍ ଯାଇପାରୁନଥିବା ସଂକୀର୍ଣ୍ଣ ରାସ୍ତାରେ ଇ-ରିକ୍ସା ଚଳାଇବେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ। ଏହା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଗୁ ହୋଇଛି କଡ଼ା ନିୟମ। ଜଣେ ଡ୍ରାଇଭର ୮ ଘଣ୍ଟାରୁ ଅଧିକ ଗାଡ଼ି ଚଳାଇବେନି, ଆଉ ସ୍ପିଡ୍ ଗଭର୍ଣ୍ଣର ଯୋଗୁଁ ବସ୍‌ର ବେଗ ୫୦ କିଲୋମିଟରରୁ ଅଧିକ ହେବନାହିଁ।

ଦୁର୍ଘଟଣାକୁ ରୋକିବା ପାଇଁ ବସ୍‌ରେ ଲାଗିବ ଅତ୍ୟାଧୁନିକ ‘ଆଡାସ୍’ (ADAS) ସିଷ୍ଟମ୍। ବସ୍ ଷ୍ଟାଣ୍ଡ ହେବ ସମ୍ପୂର୍ଣ୍ଣ ଡିଜିଟାଲ୍। ପୁରୁଣା ଡିଜେଲ୍ ବସ୍ ହଟିବ, ଆଉ ଇଭି ବସ୍‌ରେ ପ୍ରଦୂଷଣମୁକ୍ତ ହେବ ସହର… ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଦେଖିବାକୁ ବାକି ରହିଲା, ଏହି ସ୍ମାର୍ଟ୍ ପରିବର୍ତ୍ତନ ରାଜ୍ୟବାସୀଙ୍କ ଯାତ୍ରାକୁ କେତେ ସହଜ କରୁଛି! ବ୍ୟୁରୋ ରିପୋର୍ଟ।