୧୦ ମାସରେ ୧୪ ଥର ଲିଖିତ ଆପତ୍ତି… ତଥାପି ଚାଲିଲା ଭୋଟ୍ ଡକାୟତି!
ବଡ଼ ବାବୁଙ୍କ ପାଇଁ ‘VIP ମଡ୍ୟୁଲ୍’… ସାଧାରଣ ଲୋକଙ୍କ ନାଁ ଡିଲିଟ୍..ECI Net ସଫ୍ଟୱେର୍ରେ କାହା ହାତରେ ଚାବିକାଠି?
ଗୋଆରେ ୯୭ ଜଣ ବୈଧ ଭୋଟରଙ୍କ ନାଁ କାଟିଲା କିଏ?
ବେଙ୍ଗଲରେ ୧୬ ଲକ୍ଷ ଭୋଟରଙ୍କ ବିରୋଧରେ ଅପିଲ..କମିଶନରଙ୍କୁ ନଜଣାଇ କିଏ ଖେଳିଲା ଏ ଖେଳ?
କାହା ନିର୍ଦ୍ଦେଶରେ ଫ୍ରିଜ୍ ହେଲା ସ୍ପେଶାଲ ସମରୀ ରିଭିଜନ୍?
ଦେଶ ସରକାର ବାଛୁଛି ନା ସରକାର ଭୋଟର ବାଛୁଛନ୍ତି?..ଜ୍ଞାନେଶ କୁମାରଙ୍କ ପଛରେ କେଉଁ କ୍ଷମତାକେନ୍ଦ୍ରର ହାତ?
ଆୟୋଗ ନାଁରେ କିଏ ଖେଳୁଛି ଅଦୃଶ୍ୟ ରାଜନୈତିକ ଖେଳ?..ମୋଦୀ-ଶାହଙ୍କ ଇଶାରାରେ ଚାଲିଛି କି ଭୋଟର ଫିକ୍ସିଂ ସିଣ୍ଡିକେଟ୍?
୧୩ କୋଟି ଭୋଟରଙ୍କ ନାମ ତାଲିକାରୁ ସଫା… ଆଉ ନିର୍ବାଚନ ଆୟୋଗ ଭିତରେ ଚାଲିଲା ଗଣତନ୍ତ୍ରର ସବୁଠୁ ବଡ଼ ରାଜନୈତିକ ଏନ୍କାଉଣ୍ଟର| ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ମାଷ୍ଟରମାଇଣ୍ଡ ପଛରେ ଦିଲ୍ଲୀର କେଉଁ କ୍ଷମତାକେନ୍ଦ୍ର? ଏହା ଭୋଟ୍ ଚୋରି ନା ଦେଶଦ୍ରୋହର ରକ୍ତାକ୍ତ ଚକ୍ରବ୍ୟୂହ?
ଦେଶର ସମ୍ବିଧାନ ଆଉ ୧୪୦ କୋଟି ଜନତାଙ୍କ ପିଠିରେ ଛୁରୀ ଭୁସିଦେଇଛି ଭାରତର ନିର୍ବାଚନ ଆୟୋଗ|ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନର ଧାରା ୩୨୪କୁ ପାଦରେ ଦଳିମକଚି, ନିରପେକ୍ଷତାର ମୁଖା ପିନ୍ଧିଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବେ କ୍ଷମତାସୀନ ଶାସକ ଦଳର ବେଆଇନ କଣ୍ଢେଇ ପାଲଟିଯାଇଛନ୍ତି|
ଆଇନ କହୁଛି ମୁଖ୍ୟ ନିର୍ବାଚନ କମିଶନର କେବଳ ‘ସମାନଙ୍କ ମଧ୍ୟରେ ପ୍ରଥମ’| ତିନିଜଣ କମିଶନରଙ୍କ ସହମତି ବିନା ଗୋଟିଏ ବି କାଗଜ ଘୁଞ୍ଚିପାରିବନି| କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ବିସ୍ଫୋରକ ଅନୁସନ୍ଧାନରୁ ପଦାରେ ପଡ଼ିଛି ଯେ, ଅନ୍ୟ ଦୁଇ କମିଶନର ସୁଖବୀର ସିଂହ ସାନ୍ଧୁ ଆଉ ବିବେକ ଯୋଶୀଙ୍କୁ ଅନ୍ଧାରରେ ରଖି, ସେମାନଙ୍କ ଛାତି ଉପରେ ଚଢ଼ି ଏକଛତ୍ରବାଦୀ ଶୈଳୀରେ ଚାଲିଥିଲା ଜ୍ଞାନେଶ କୁମାରଙ୍କ କଳା ସାମ୍ରାଜ୍ୟ| ଗତ ୧୦ ମାସ ଭିତରେ ୧୪ ଥର ଲିଖିତ ବିରୋଧ କରାଗଲା, ହେଲେ ସେହି ସାମ୍ବିଧାନିକ ଆପତ୍ତିକୁ ଡଷ୍ଟବିନ୍ରେ ଫିଙ୍ଗିଦେଇ କାହା ଇଶାରାରେ ଜାରି ହେଉଥିଲା ଗୋପନୀୟ ତୁଗଲକି ଫରମାନ?
ଅସଲ ଚକ୍ରବ୍ୟୂହ ରଚାଗଲା ‘ECI Net’ ସଫ୍ଟୱେର୍ ଜରିଆରେ| ସମ୍ବିଧାନ ଅନୁଯାୟୀ ଯେଉଁ କ୍ଷମତା ଗ୍ରାଉଣ୍ଡ୍ ଲେଭଲ୍ର ଏସ୍ଡିଏମ୍ କିମ୍ବା ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସରଙ୍କ ପାଖରେ ରହିବା କଥା, ସେମାନଙ୍କ ହାତକୁ ବାନ୍ଧି ଦିଲ୍ଲୀର ବନ୍ଦ କୋଠରୀରେ ବସି ଚଳାଗଲା ଭୋଟ୍ ଚୋରିର ଡିଜିଟାଲ୍ ସିଣ୍ଡିକେଟ୍| କୋଟି କୋଟି ସାଧାରଣ ନାଗରିକଙ୍କ ନାମ ରାତାରାତି ଡିଲିଟ୍ କରାଗଲା, ଆଉ ନେତା, ମନ୍ତ୍ରୀ ତଥା ପୁଞ୍ଜିପତିଙ୍କ ପାଇଁ ତିଆରି ହେଲା ‘ଭିଆଇପି ମଡ୍ୟୁଲ୍’| ଯେମିତି କୌଣସି ବଡ଼ ବାବୁଙ୍କ ନାଁ ନକଟୁ, କିନ୍ତୁ ଗରିବଙ୍କ ମତାଧିକାର ଛଡ଼ାଇ ନିଆଯାଉ|
ପଶ୍ଚିମବଙ୍ଗରେ କୋର୍ଟ ଯେଉଁ ୩୩ ଲକ୍ଷ ଭୋଟରଙ୍କ ନାଁ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ, କମିଶନରଙ୍କ ଅଜାଣତରେ ସେଥିରୁ ୧୬ ଲକ୍ଷ ବୈଧ ନାଗରିକଙ୍କ ବିରୋଧରେ ଆୟୋଗ ନାଁରେ ଅପିଲ୍ ଠୁଙ୍କିଦିଆଗଲା| ନୂଆ ପିଢ଼ି ଯେମିତି ମତ ସାବ୍ୟସ୍ତ ନକରିପାରିବେ, ସେଥିପାଇଁ ସ୍ପେଶାଲ ସମରୀ ରିଭିଜନ୍କୁ ଦୁଇ ବର୍ଷ ଧରି ଫ୍ରିଜ୍ କରିଦିଆଗଲା| ଫର୍ମ ୬ରେ ବେଆଇନ ସର୍ତ୍ତ ଲଗାଇ କୋଟି କୋଟି ନୂଆ ଭୋଟରଙ୍କ ଭବିଷ୍ୟତ ଉପରେ ତାଲା ଝୁଲାଇ ଦିଆଗଲା|
୧୩ କୋଟି ନାଗରିକଙ୍କ ଭୋଟ୍ କାଟିବା କୌଣସି ସାଧାରଣ ତ୍ରୁଟି ନୁହେଁ ଏହା ଦେଶଦ୍ରୋହ| ଏହା ଭାରତୀୟ ଗଣତନ୍ତ୍ରକୁ ହତ୍ୟା କରିବାର ସୁଚିନ୍ତିତ ଷଡ଼ଯନ୍ତ୍ର|ଜ୍ଞାନେଶ କୁମାରଙ୍କ ଏକାକୀ ଏତେ ବଡ଼ ଦୁଃସାହସ କରିବା ଅସମ୍ଭବ| ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ ପଛରେ ଦିଲ୍ଲୀର ପିଏମ୍ଓ ନା ଅମିତ ଶାହଙ୍କ କାର୍ଯ୍ୟାଳୟର ସିଧା ନିର୍ଦ୍ଦେଶ ଥିଲା? ଜନତା ସରକାର ବାଛୁଛନ୍ତି ନା ସରକାର ନିଜ ପାଇଁ ନୂଆ ଭୋଟର ବାଛୁଛନ୍ତି? କେବଳ ଇସ୍ତଫା ନୁହେଁ, ଏହି ଦେଶଦ୍ରୋହୀ ଖେଳର ମାଷ୍ଟରମାଇଣ୍ଡମାନଙ୍କ ଉପରେ କେବେ ହେବ ଦେଶଦ୍ରୋହର ମୋକଦ୍ଦମା?
