\n\n\n\n\n\n\n

ହାତୀ ମୁହଁରେ ଚାଷୀଙ୍କ ଫସଲ !

ନୂଆପଡ଼ା ଜିଲ୍ଲାରେ ପୁଣି ଥରେ ହାତୀ ଆତଙ୍କ। ବଲାଙ୍ଗୀର ଅଞ୍ଚଳରୁ ଆସିଥିବା ୩ଟି ଦନ୍ତା ହାତୀ ଏବେ ସିନାପାଲି ରେଞ୍ଜରେ ପ୍ରବେଶ କରି ଉପଦ୍ରବ ମଚାଇଛନ୍ତି।

ବୋଡେନ ରେଞ୍ଜ ଦେଇ ଆସିଥିବା ଏହି ହାତୀପଲ ଭୀମାପଦର, ଉପରପିଟା ଏବଂ ମହୁଳପଡ଼ା ସମେତ ଆଖପାଖ ଅଞ୍ଚଳରେ ବୁଲୁଛନ୍ତି। ଫଳରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି, ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ। ଗାଁ ନିକଟରେ ଦନ୍ତା ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଖବର ପାଇ ସିନାପାଲି ବନ ବିଭାଗ ପାଟ୍ରୋଲିଂ ଜାରି ରଖିବା ସହ ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛି। ଲୋକଙ୍କୁ ରାତିରେ ଜଙ୍ଗଲ ନିକଟକୁ ଏକାକୀ ନଯିବା ଏବଂ ହାତୀଙ୍କୁ ନ ଘେରିବା ପାଇଁ ସତର୍କ କରାଯାଇଛି। ସେପଟେ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ଜୋର ଧରିଛି।