ମାଗଣା ସ୍ୱାସ୍ଥ୍ୟ ସେବା ପ୍ରହସନ! କୁଆଡେ ଗଲେ ANM ଦିଦି?

ପ୍ରହସନ ପାଲଟିଛି ସରକାରଙ୍କ ‘ମାଗଣା ସ୍ୱାସ୍ଥ୍ୟ ସେବା’

ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡ଼ିଛି ତାଲା, ଗାଏବ ANM ଦିଦି!

ସ୍ୱାସ୍ଥ୍ୟସେବାରୁ ବଞ୍ଚିତ କେନ୍ଦ୍ରାପଡ଼ାବାସୀ !

ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ଏବେ ପାଲଟିଛି ପ୍ରହସନ! ଖୋଦ୍ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଝୁଲୁଛି ତାଲା, ଦେଖା ନାହାନ୍ତି ANM ଦିଦି। ଆଉ ରୋଗୀ ଅବସ୍ଥା ବେହାଲ। ଦେଖନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ…

ଏଭଳି ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତରୁ। ଯେଉଁଠି ସାଧାରଣ ଓ ଗରିବ ଲୋକଙ୍କ ପାଇଁ ଥିବା ମାଗଣା ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ସମ୍ପୂର୍ଣ୍ଣ ଅକାମୀ। ଅଭିଯୋଗ ହେଉଛି, କିଛି ବର୍ଷ ତଳେ ତିଆରି ହୋଇଥିବା ଭଲ ଗୃହକୁ ବିପଦସଂକୁଳ ଦର୍ଶାଇ କର୍ମଚାରୀମାନେ ନିଜ ମନମୁଖୀ ଶାସନ ଚଳାଇଛନ୍ତି।ସ୍ଥାନୀୟ ବୃଦ୍ଧା: ପ୍ରମିଳା ସ୍ୱାଇଁ / ତିଳୋତ୍ତମା ପରିଡା / ଅଗସ୍ତି ପାତ୍ରସ୍ୱାସ୍ଥ୍ୟସେବା ନପାଇ କେବଳ ବୟସ୍କ ନୁହଁନ୍ତି, ବରଂ ଗାଁର ଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟ ଏହି ବ୍ୟବସ୍ଥା ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁବଗୋଷ୍ଠୀ: ସୁଧାଂଶୁ ଶେଖର ସ୍ୱାଇଁ / ବିଶ୍ୱଜିତ ପାତ୍ର

ସବୁଠାରୁ ବଡ଼ କଥା ହେଲା, ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବାରମ୍ବାର ଫୋନ୍ କଲେ ମଧ୍ୟ ସେ ଧରାଛୁଆଁ ଦେଉନାହାନ୍ତି। ଏବେ ଦେଖିବାକୁ ବାକି ରହିଲା, ଖବର ପ୍ରସାରଣ ପରେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କେବେ ଚେତୁଛନ୍ତି ଏବଂ ଗରଜଙ୍ଗାବାସୀଙ୍କୁ କେବେ ସୁବିଧା ମିଳୁଛି।

Leave a Reply

Your email address will not be published. Required fields are marked *