ଖୋଲିଲା ବଡ ରହସ୍ୟ; ୨୫ କୋଟିରେ ବିକ୍ରି ହୋଇଗଲେ ଆପ୍ ସାଂସଦ !

ସଫଳ ହେଲା ‘ଅପରେସନ୍ ଲୋଟସ୍’ !

ଏକା ସଂଗେ ବିଜପିକୁ ଲମ୍ବ ଡିଆଁ ମାରିଲେ ୭ ସାଂସଦ !

ଦିନେ ବିଜେପିକୁ ଘେରୁଥିଲେ ଆଜି ସେହି ଶିବିରରେ ବସି ମିଠା ଖାଉଛନ୍ତି

ବିଜେପିରେ ମିଶିବା ପାଇଁ ଜାଣିଶୁଣି କରୁଥିଲେ କି ଏମିତି ପ୍ଲାନ ?

ଧରା ପଡିଗଲା ସାଂସଦ ମାନଙ୍କ ମାଷ୍ଟର ପ୍ଲାନ; ଜାଣିଶୁଣି କରୁଥିଲେ ଏମିତି…

ଯିଏ ଦିନେ ‘ଅପରେସନ୍ ଲୋଟସ୍’ କଥା କହି ବିଜେପିକୁ ଘେରୁଥିଲେ, ଆଜି ସିଏ ନିଜେ ସେହି ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି। ଆମ୍ ଆଦମୀ ପାର୍ଟି ପାଇଁ ଆସିଛି ସବୁଠାରୁ ବଡ଼ ରାଜନୈତିକ ସୁନାମି। ଦଳର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସମେତ ୭ ଜଣ ଆପ୍ ସାଂସଦ ଏବେ ପଦ୍ମ ଧରିଛନ୍ତି। ଏହି ଧକ୍କା ପରେ ରାଜ୍ୟସଭାରେ ଆପ୍‌ର ବଳ ଏବେ ଖସି ଆସିଛି ମାତ୍ର ୩ରେ। କିନ୍ତୁ ସଂକଟ କେବଳ ଦିଲ୍ଲୀ ଦରବାରରେ ସୀମିତ ନାହିଁ। ଦିଲ୍ଲୀ ବିଧାନସଭାରେ ବି ଦଳର ସ୍ଥିତି ଏବେ ଦୋହଲି ଯାଇଛି। ୨୦୧୫ରେ ୬୭ ଆସନ ଜିତିଥିବା ଆପ୍ ପାଖରେ ଏବେ ଅଛନ୍ତି ମାତ୍ର ୨୨ ବିଧାୟକ। ଆଉ ଭିତରି ଖବର ଅନୁଯାୟୀ, ଖୁବଶୀଘ୍ର ଆଉ ୫ ରୁ ୭ ଜଣ ବିଧାୟକ ବିଜେପି କ୍ୟାମ୍ପକୁ ଡେଇଁପାରନ୍ତି। ତେବେ ଦଳବଦଳ ଆଇନରୁ ବର୍ତ୍ତିବାକୁ ହେଲେ ଅତିକମରେ ୧୫ ଜଣ ଆପ୍ ବିଧାୟକଙ୍କୁ ପାର୍ଟି ଛାଡିବାକୁ ପଡିବ।

ତେବେ ଏସବୁ ଭିତରେ ଯଦି ଆମେ ପୁରୁଣା କଥାକୁ ମାନେ ପକାଇବା ତେବେ ଅଗଷ୍ଟ ୨୦୨୨ରେ ନିଜେ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ବିଧାୟକଙ୍କୁ ୨୦ ରୁ ୨୫ କୋଟି ଟଙ୍କାର ଅଫର୍ ଦେଉଛି। ଫେବୃଆରୀ ୨୦୨୫ରେ ସଞ୍ଜୟ ସିଂହ ମଧ୍ୟ ୭ ଜଣ ଆପ୍ ପ୍ରାର୍ଥୀଙ୍କୁ ୧୫ କୋଟି ଟଙ୍କା ଲେଖାଏଁ ଯଚାଯାଇଥିବା କଥା କହିଥିଲେ। ୨୦୨୩ରେ ନିଜେ ରାଘବ ଚଢ଼ା ଇଡି ଓ ସିବିଆଇର ଭୟ ଦେଖାଇ ବିଜେପି ଉପରେ ‘ଅପରେସନ୍ ଲୋଟସ୍ ୨.୦’ର ସଙ୍ଗୀନ ଅଭିଯୋଗ ଆଣିଥିଲେ। କିନ୍ତୁ ବିଡମ୍ବନାର ବିଷୟ, ରାଜ୍ୟସଭା ଉପନେତା ପଦରୁ ହଟିବାର ମାତ୍ର ୩ ସପ୍ତାହ ପରେ ଆଜି ସେହି ରାଘବ ଚଢ଼ା ବିଜେପିର ମୋହରା ସାଜିଛନ୍ତି।

ଏସବୁ ଭିତରେ ବିଜେପିର ନଜର ରହିଛି ୨୦୨୭ ପଞ୍ଜାବ ନିର୍ବାଚନ ଉପରେ। ରାଘବଙ୍କ ଭଳି ଜଣେ ଯୁବ ଓ ଲୋକପ୍ରିୟ ଚେହେରାକୁ ‘କ୍ରାଉଡ୍ ପୁଲର୍’ ଭାବେ ବ୍ୟବହାର କରି ପଞ୍ଜାବରେ ଭଗୱନ୍ତ ମାନ ସରକାରଙ୍କୁ ଘେରିବାକୁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଲାଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୩ରେ ଯେଉଁ ରାଘବ ଚଢ଼ା ବିଜେପି ଉପରେ ଇଡି ଏବଂ ସିବିଆଇର ଭୟ ଦେଖାଇ ୨୫ କୋଟି ଟଙ୍କାରେ ବିଧାୟକ କିଣିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ, ଆଜି ସେ ନିଜେ ବିଜେପି ମୁଖ୍ୟାଳୟରେ ବସିଛନ୍ତି। ରାଜ୍ୟସଭା ଉପନେତା ପଦରୁ ହଟିବାର ମାତ୍ର ୩ ସପ୍ତାହ ପରେ ତାଙ୍କର ଏହି ପଦକ୍ଷେପ ଆପ୍ କ୍ୟାମ୍ପରେ ନିଆଁ ଲଗାଇ ଦେଇଛି।

Leave a Reply

Your email address will not be published. Required fields are marked *