କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ପ୍ରସିଦ୍ଧ ଭୈରବ ଦେବଙ୍କ ଝାମୁଯାତ୍ରା।ନଅ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ରୁଣ୍ଡ ହୋଇଥିଲେ। ଚାରିଆଡେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୁରାତନ ପରମ୍ପରା ଓ ରୀତିନୀତି ଅନୁଯାୟୀ ପ୍ରଥମେ ପ୍ରଭୁ ଭୈରବ ଦେବଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଦେବତାଙ୍କ କାଳିସୀ ସହରର ବିଭିନ୍ନ ରାସ୍ତା ପରିକ୍ରମା କରିଥିଲେ। ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ଥିଲା ଅଗ୍ନି ପରୀକ୍ଷା ପରମ୍ପରା। ଜଳନ୍ତା ଅଗ୍ନିକୁଣ୍ଡ ଉପରେ ପୂଜକମାନେ ଖାଲି ପାଦରେ ଚାଲିଥିଲେ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ତଥା କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
