\n\n\n\n\n\n\n

ଗଣ୍ଡ ସମାଜର ନୂଆଁଖାଇ ଭେଟଘାଟ

ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇର ଉତ୍ସାହ ଏବେ ବି ଜାରି ରହିଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ଧାନ ମଣ୍ଡିଠାରେ ଗଣ୍ଡ ସମାଜ ପକ୍ଷରୁ ମହାସମାରୋହରେ ‘ନୂଆଁଖାଇ ଭେଟଘାଟ’ ଆୟୋଜିତ ହୋଇଯାଇଛି।

ପ୍ରଥମେ କୋକସରା ଠାକୁରାଣୀ ମନ୍ଦିରରୁ ବାହାରିଥିଲା ଏକ ଭବ୍ୟ ମଶାଲ ଯାତ୍ରା। ଏହି ଯାତ୍ରା ଧାନ ମଣ୍ଡି ପରିସରରେ ପହଞ୍ଚିବା ପରେ ଗଣ୍ଡ ସମାଜର ଇଷ୍ଟଦେବତା ଚତୁରଭୁଜ ବୁଢ଼ା ଦେଓଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା।

ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା ଓ ସାମାଜିକ ଏକତାର ଅନନ୍ୟ ପ୍ରତୀକ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରଣେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଏବଂ ବିଡିଓ ଡ. ହିମାଞ୍ଚଳ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗଣ୍ଡ ସମାଜର ବହୁ କର୍ମକର୍ତ୍ତା ଏକାଠି ହୋଇ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ନିଜର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିଥିଲେ।