ଭାରତୀୟ ପାଇଲଟଙ୍କ ସାହସ ଦେଖି ଆବା କାବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ !
ପାଇଲଟଙ୍କୁ କହିଲେ ‘ସାକ୍ଷାତ ହିରୋ’
ସଙ୍କଟମୋଚକ ସାଜି ବଞ୍ଚାଇଲେ ୧୭୪ ଅମୂଲ୍ୟ ଜୀବନ!
ମଝି ଆକାଶରେ ୯/୧୧ ଭଳି ଆତଙ୍କ!
କକପିଟ୍ ଭିତରେ କୋ-ପାଇଲଟଙ୍କ ଭୟଙ୍କର ଛୁରାମାଡ଼!
କିଏ ଏହି ପାଇଲଟ ? କାହିଁକି ତାଙ୍କର ଏତେ ଚର୍ଚ୍ଚା ?
୩୦ ହଜାର ଫୁଟ୍ ଉପରେ ମଝି ଆକାଶରେ ଉଡୁଛି ବିମାନ। ସବୁକିଛି ସାଧାରଣ ମନେ ହେଉଛି। କିନ୍ତୁ ହଠାତ୍… କକପିଟ୍ ଭିତରୁ ଶୁଭିଲା ଚିତ୍କାର ! ଚାରିଆଡେ ଖାଲି ରକ୍ତ ଆଉ ରକ୍ତ। ଆକାଶ ମାର୍ଗରେ ଆମେରିକାର ୯/୧୧ ଭଳି ଏକ ଭୟଙ୍କର ଆତଙ୍କୀ ଘଟଣା ଘଟିବାକୁ ଯାଉଥିଲା। କିନ୍ତୁ ଆକ୍ରମଣକାରୀର ସାମ୍ନାରେ ପାହାଡ଼ ହୋଇ ଛିଡ଼ା ହୋଇଗଲେ ଜଣେ ବୀର ଭାରତୀୟ ସନ୍ତାନ।
ଦୁବାଇରୁ ତେଲ ଆବିବ୍ ଯାଉଥିଲା ‘ଫ୍ଲାଇ ଦୁବାଇ’ର ବିମାନ। ବିମାନରେ ଥିଲେ ଇସ୍ରାଏଲୀ ନାଗରିକଙ୍କ ସମେତ ୧୭୪ ଜଣ ଯାତ୍ରୀ। କେହି କିଛି ବୁଝିବା ପୂର୍ବରୁ ହଠାତ୍ ନିଜର ଅସଲ ରୂପ ଦେଖାଇଲେ ସେହି ବିମାନର କୋ-ପାଇଲଟ୍। ହାତରେ ଛୁରୀ ଧରି ମୁଖ୍ୟ ପାଇଲଟ୍ ତଥା ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଛାରଙ୍କ ଉପରକୁ ଆକ୍ରମଣ କରିଦେଲେ। ଆଖି ପିଛୁଳାକେ କ୍ୟାପଟେନ୍ ସ୍ମିତଙ୍କ ଉପରକୁ ହେଲା ଏକାଧିକ ଛୁରାମାଡ଼।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡିଥାନ୍ତେ ଯେକୌଣସି ସାଧାରଣ ମଣିଷ। କିନ୍ତୁ ସ୍ମିତ୍ ମଛାର ହାର୍ ମାନିନଥିଲେ। ମୃତ୍ୟୁ ସହ ଲଢ଼ିଲେ ଆଉ ନିଜର ଶେଷ ଶକ୍ତି ଖଟାଇ କକପିଟ୍ କବାଟ ଖୋଲିଦେଲେ। ଯାହାଫଳରେ କ୍ରୁ ମେମ୍ବର ଏବଂ ଯାତ୍ରୀମାନେ ଭିତରେ ପଶି ଆକ୍ରମଣକାରୀକୁ କାବୁ କରିନେଲେ। ଏହାପରେ ସାଉଦି ଆରବର ତାବୁକ୍ ସହରରେ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଗଲା। ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ, କ୍ୟାପଟେନ୍ ସ୍ମିତ୍ ଏବେ ସାଉଦି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ଅଛି।
ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୁରା ବିଶ୍ୱ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ‘ସାକ୍ଷାତ ହିରୋ’ ବୋଲି ସମ୍ବୋଧନ କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି – ‘କ୍ୟାପଟେନ୍ ସ୍ମିତଙ୍କ ଉପରେ ଆମକୁ ଗର୍ବ ଅଛି’। ୧୭୪ ଜଣଙ୍କ ଜୀବନ ବଞ୍ଚାଇ ଆଜି ଏହି ଭାରତୀୟ ପାଇଲଟ୍ ପ୍ରମାଣ କରିଦେଲେ ଯେ, ସଙ୍କଟ ସମୟରେ ଭାରତୀୟଙ୍କ ସାହସ ଆଗରେ ଯମରାଜ ମଧ୍ୟ ହାର୍ ମାନିଯାଏ। ସଲାମ ଏହି ବୀରପୁତ୍ରଙ୍କୁ!
