\n\n\n\n\n\n\n

ରାତି ଅଧରେ ଦାଦନ ଚାଲାଣ! ପୋଲିସ ଜାଲରେ ସର୍ଦ୍ଦାର ଓ ଡ୍ରାଇଭର

ଦାଦନ ଚାଲାଣ ବେଳେ ପୋଲିସର ଚଢ଼ାଉ ! ଇଟାଭାଟିକୁ ଚାଲାଣ ହେଉଥିବା ୬ ଶିଶୁଙ୍କ ସମେତ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ଘଟଣାରେ ଦାଦନ ସର୍ଦ୍ଦାର ଓ ଗାଡ଼ି ଚାଳକଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ମାଲପଡ଼ା ଗାଁ ନିକଟ ଚାଷଜମି ପାଖରୁ ଏକ ବୋଲେରୋ ସହ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ତେଲେଙ୍ଗାନାର ନିଜାମାବାଦସ୍ଥିତ ଏକ ଇଟାଭାଟିକୁ ନିଆଯାଉଥିବା ଜଣାପଡ଼ିଛି ।

ଏହି ଘଟଣାରେ ଖପ୍ରାଖୋଲ ଥାନାରେ ମାମଲା ରୁଜୁ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ରୋଜଗାରର ଅଭାବରୁ କେବେ ଦୂର ହେବ ଦାଦନ ଦୁଃଖ? ଶ୍ରମିକଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାରୀ ଯୋଜନା କେତେ ସଫଳ? ଦାଦନ ପ୍ରବଣ ଅଞ୍ଚଳରେ ଏବେ ଏହା ବଡ଼ ପ୍ରଶ୍ନ ।