ଭାରତୀୟ ଗଣତନ୍ତ୍ରର ଅପରାଜେୟ ବାହୁବଳୀ…ପ୍ରଚଣ୍ଡ ଝଡ଼ରେ ବି ୧୦୦% ଷ୍ଟ୍ରାଇକ୍ ରେଟ୍ କେମିତି?
ମୋଦୀ-ସୋନିଆ-ଯୋଗୀଙ୍କ ଅଭେଦ୍ୟ ଦୁର୍ଗ..ମୋଦୀ ଲହରରେ କାହିଁକି ଗ୍ରୀନ ଜୋନରେ ରାୟବରେଲି ?
କୌଣସି ଦଳର ଚିହ୍ନ ନାହିଁ… ତଥାପି ୭ ଥର ବିଧାୟକ?କୁଣ୍ଡାରେ କାହିଁକି ଚାଲେ କେବଳ ରାଜା ଭୈୟାଙ୍କ ହୁକୁମ୍?
ଏହା ନିର୍ବାଚନୀ ଚକ୍ରବ୍ୟୂହ ନା କ୍ଷମତାର ଅଭେଦ୍ୟ କବଚ?
କାହାର ଦୁର୍ଗରେ ପ୍ରଥମେ ପଶିବ ବିରୋଧୀଙ୍କ ବୁଲ୍ଡୋଜର୍?
ରାଜନୀତିର ୧୦ ମହାରଥୀଙ୍କ ଭିତରୁ ପ୍ରଥମେ କିଏ ପଡିବ ବଳି ?
୨ ଦଶନ୍ଧି… ୨ ବିରୋଧୀ ବିଚାରଧାରା… କିନ୍ତୁ ବିଜୟ ୧୦୦%
ଏହା ନିର୍ବାଚନୀ ଚକ୍ରବ୍ୟୂହ ନା କ୍ଷମତାର ଅଭେଦ୍ୟ କବଚ?
ମୋଦୀଙ୍କ କାଶୀ ରଥ vs ସୋନିଆଙ୍କ ରାୟବରେଲି ଦୁର୍ଗ!
ମୋଦୀ ଲହର ଠୁ ଇନ୍ଦିରା ଝଡ଼..ବାହୁବଳୀ ରାଜା ଭୈୟାଙ୍କ ଠୁ ଯୋଗୀ ଆଦିତ୍ୟନାଥ..ଯେଉଁଠି ଆଣ୍ଟି-ଇନ୍କମ୍ବେନ୍ସି ବଡ଼ ବଡ଼ ଦିଗ୍ଗଜଙ୍କ ରାଜନୈତିକ କ୍ୟାରିୟର ସଫା କରିଦିଏ, ସେଠି ଆଜିବି ୧୦ ଜଣ ହେଭିୱେଟ୍ଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୦ ପ୍ରତିଶତ ଅପରାଜେୟ ରହିଛି|ଭାରତୀୟ ରାଜନୀତିର ଏହି ରକ୍ତାକ୍ତ ଅଖାଡ଼ାରେ ସରକାର କାହାର ବି ହେଉ କିମ୍ବା ଲହର ଯାହା ସପକ୍ଷରେ ବି ଯାଉ, ଦଶ ଜଣ ହେଭିୱେଟ୍ ରାଜନେତାଙ୍କ ଛାତି ଉପରେ ଆଜି ଯାଏଁ ପରାଜୟର କଳା ଦାଗ ଲାଗିପାରିଲାନି|ଯେଉଁଠି ପାଞ୍ଚ ବର୍ଷର ଆଣ୍ଟି-ଇନ୍କମ୍ବେନ୍ସି ବଡ଼ ବଡ଼ ସିଂହଙ୍କୁ ମାଟିରେ ମିଶାଇଦିଏ, ସେଠି ଏମାନଙ୍କ ଷ୍ଟ୍ରାଇକ୍ ରେଟ୍ ଆଜି ବି ଶହେ ପ୍ରତିଶତ ଅପରାଜେୟ ରହିଛି |
ଏହି ତାଲିକାର ଶୀର୍ଷରେ ଅଛନ୍ତି କଂଗ୍ରେସର ପାୱାର ସେଣ୍ଟର ସୋନିଆ ଗାନ୍ଧୀ। ୧୯୯୯ରେ ସକ୍ରିୟ ରାଜନୀତିରେ ପାଦ ଦେବା ମାତ୍ରେ ଉତ୍ତରପ୍ରଦେଶର ଆମେଥି ଆଉ କର୍ଣ୍ଣାଟକର ବେଲାରୀରୁ ଏକାସଙ୍ଗେ ବିରୋଧୀଙ୍କୁ ଛାରଖାର କରିଦେଲେ। ୨୦୦୪ରୁ ରାୟବରେଲିକୁ ନିଜର ଏମିତି ଦୁର୍ଗ ବନାଇଲେ ଯେ ୨୦୧୪ ଆଉ ୨୦୧୯ର ପ୍ରଚଣ୍ଡ ମୋଦୀ ଲହରରେ ସମଗ୍ର ଉତ୍ତରପ୍ରଦେଶରେ କଂଗ୍ରେସ ସଫା ହୋଇଗଲା ପରେ ବି ସୋନିଆଙ୍କ ଗଡ଼ ଟିକିଏ ହେଲେ ହଲିଲାନି|
ଦ୍ୱିତୀୟରେ କୃଷକଙ୍କ ମସିହା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ। ୧୯୩୭ରେ ଇଂରେଜ ଅମଳରୁ ୧୯୭୪ ଯାଏଁ ଲଗାତାର ବିଧାନସଭା ଜିତିଲେ, ଆଉ ବାଗପତରୁ ତିନି ତିନି ଥର ସାଂସଦ ହେଲେ। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ପୂରା ଦେଶରେ ସହାନୁଭୂତି ଝଡ଼ ଉଠିଥିଲା, ବାଜପେୟୀଙ୍କ ଭଳି ମହାରଥୀ ବି ହାରିଗଲେ, କିନ୍ତୁ ବାଗପତର ଚାଷୀ ନିଜ ଚୌଧୁରୀଙ୍କୁ କେବେ ହାରିବାକୁ ଦେଲାନି|
ତୃତୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ୨୦୦୨ ରାଜକୋଟ ଉପ-ନିର୍ବାଚନରୁ ଆରମ୍ଭ ହୋଇଥିବା ବିଜୟ ରଥ ଆଜି ବି ଅଟକିନି। ମଣିନଗରରୁ ଲଗାତାର ତିନି ଥର ବିଧାୟକ, ଆଉ ୨୦୧୪ରୁ ନେଇ ୨୦୨୪ ଯାଏଁ କାଶୀର ଗାଦି ଅକ୍ଷୁଣ୍ଣ ରଖି ଗତ ଦୁଇ ଦଶନ୍ଧି ଧରି ସେ ନିର୍ବାଚନୀ ପିଚ୍ରେ ଅପରାଜେୟ ରହିଛନ୍ତି|
ଚତୁର୍ଥରେ କୁଣ୍ଡାର ବାହୁବଳୀ ରଘୁରାଜ ପ୍ରତାପ ସିଂହ ଓରଫ୍ ରାଜା ଭୈୟା। ୧୯୯୩ରେ ମାତ୍ର ୨୪ ବର୍ଷ ବୟସରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଉତୁରି ଆଜି ଯାଏଁ କୌଣସି ଜାତୀୟ ପାର୍ଟିର ସାହାରା ନନେଇ ଲଗାତାର ସାତ ଥର ବିଧାୟକ ହେଲେ। ମାୟାବତୀଙ୍କ ଶାସନ ଆସୁ କି ମୁଲାୟମ କି ଯୋଗୀ, କୁଣ୍ଡାରେ କେହି ରାଜା ଭୈୟାଙ୍କ ପତିଆରା ଭାଙ୍ଗିପାରିଲେନି|
ପଞ୍ଚମରେ ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା| ଶାହାଜାହାନପୁର ଆସନରୁ ୧୯୮୯ରୁ ନେଇ ୨୦୨୨ ଯାଏଁ ମଣ୍ଡଳ-କମଣ୍ଡଳ ରାଜନୀତି ଭିତରେ ବି ଲଗାତାର ନଅ ଥର ବିଧାନସଭା ଜିତି ସେ ୩୫ ବର୍ଷ ଧରି ରାଜନୀତିର ଅଭେଦ୍ୟ ପାଚେରୀ ସାଜିଛନ୍ତି|
ଷଷ୍ଠରେ ବେବାକ ଖେଳାଳି ବରୁଣ ଗାନ୍ଧୀ। ୨୦୦୯ରେ ପିଲିଭିତ୍ରୁ ପାଖାପାଖି ତିନି ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟ, ତା’ପରେ ସୁଲତାନପୁର ଓ ପୁଣି ପିଲିଭିତ୍ ଫତେହ କରି ତିନୋଟି ଯାକ ଲୋକସଭା ଲଢ଼େଇରେ ଶତପ୍ରତିଶତ ବିଜୟ ଧାରା ବଜାୟ ରଖିଲେ|
ସପ୍ତମରେ ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଳେଶ ଯାଦବ। ୨୦୦୦ ମସିହାରେ କନ୍ନୌଜରୁ ସଂସଦ ଯାତ୍ରା, ପରେ ଆଜମଗଡ଼, କରହଲ୍ ବିଧାନସଭା ଆଉ ୨୦୨୪ରେ ପୁଣି କନ୍ନୌଜ ଛଅଟି ବଡ଼ ନିର୍ବାଚନ ମଇଦାନରେ ଛିଡ଼ା ହୋଇ ଛଅଟି ଯାକରେ କ୍ଲିନ୍ ସ୍ୱିପ୍ କରିଛନ୍ତି| ଅଷ୍ଟମରେ ଓବିସି ଭୋଟ୍ବ୍ୟାଙ୍କର ଚାଣକ୍ୟ ଅନୁପ୍ରିୟା ପଟେଲ। ୨୦୧୨ରେ ରୋହନିୟାରୁ ବିଧାୟକ, ଆଉ ମିର୍ଜାପୁରରୁ ଲଗାତାର ତିନି ଥର ସାଂସଦ ହୋଇ ନିଜର ରାଜନୈତିକ ସମୀକରଣକୁ ସବୁବେଳେ ଅପରାଜେୟ ରଖିଛନ୍ତି|
ନବମରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ୧୯୮୧ ଆମେଥି ଉପ-ନିର୍ବାଚନରୁ ଆରମ୍ଭ କରି ବୋଫର୍ସ ଝଡ଼ ଭିତରେ ବି ସେ ଚାରୋଟି ଯାକ ନିର୍ବାଚନରେ ଜିତି ଅପରାଜିତ ରହିଥିଲେ| ଆଉ ଦଶମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମାତ୍ର ୨୬ ବର୍ଷ ବୟସରେ ଗୋରଖପୁରରୁ ସାଂସଦ ହୋଇ ଲଗାତାର ପାଞ୍ଚ ଥର ଲୋକସଭା ଆଉ ୨୦୨୨ରେ ବମ୍ପର ଭୋଟ୍ରେ ବିଧାନସଭା ଜିତି ଛଅଟି ଯାକ ନିର୍ବାଚନରେ ଅଭେଦ୍ୟ ଦୁର୍ଗ ତିଆରି କରିଛନ୍ତି|
ରାଜନୀତିର ଏହି ଅଖାଡ଼ାରେ କେହି ଚିରସ୍ଥାୟୀ ନୁହନ୍ତି..ଇନ୍ଦିରା ଗାନ୍ଧୀଙ୍କ ପତନ ହୋଇଥିଲା, ଅଟଳ ବିହାରୀ ବାଜପେୟୀ ହାରିଥିଲେ, ଆଉ ବଡ଼ ବଡ଼ ସାମ୍ରାଜ୍ୟ ରାତାରାତି ଧୂଳିସାତ୍ ହୋଇଯାଇଛି.. କିନ୍ତୁ ଭାରତୀୟ ଗଣତନ୍ତ୍ରର ଏହି ୧୦ ଜଣ ଦିଗ୍ଗଜ ଏମିତି ଏକ ଅଭେଦ୍ୟ ଚକ୍ରବ୍ୟୂହ ରଚନା କରିଛନ୍ତି, ଯାହାକୁ ଆଜି ଯାଏଁ କୌଣସି ବିରୋଧୀ ଭେଦ କରିପାରିନାହାନ୍ତି| ଏହା କେବଳ ଲୋକପ୍ରିୟତା ନୁହେଁ, ବରଂ ଜନମତ ଉପରେ ଏକଚାଟିଆ ଆଧିପତ୍ୟର ସବୁଠୁ ରୋକ୍ଠୋକ୍ ପ୍ରମାଣ| ହେଲେ ରାଜନୀତିର ସବୁଠୁ ବଡ଼ ସତ ହେଉଛି ସିଂହାସନ ଯେତେ ବଡ଼ ହେଉନା କାହିଁକି, ପତନ ସବୁବେଳେ ଅପ୍ରତ୍ୟାଶିତ ଭାବେ ଆସେ|ପ୍ରଶ୍ନ ଉଠୁଛି, ଅପରାଜେୟ କୁହାଯାଉଥିବା ଏହି ୧୦ ମହାରଥୀଙ୍କ ଭିତରୁ ଆଗାମୀ ନିର୍ବାଚନୀ ଯୁଦ୍ଧରେ କାହାର ଅହଙ୍କାର ଆଉ ଦୁର୍ଗ ସବୁଠୁ ପ୍ରଥମେ ଭୁଶୁଡ଼ି ପଡ଼ିବ? କିଏ ଚାଖିବ ଜୀବନର ପ୍ରଥମ ପରାଜୟର ତିକ୍ତ ସ୍ୱାଦ? କମେଣ୍ଟ କରି ନିଜର ରୋକ୍ଠୋକ୍ ମତ ନିଶ୍ଚୟ ଦିଅନ୍ତୁ|
