ବିକାଶ ଗାଏବ, ଫଟୋ ସେସନ୍ରେ ବିଧାୟିକା
ବ୍ରହ୍ମଗିରିରେ ବିକାଶର ଫମ୍ପା ଡ୍ରାମା; ରାସ୍ତା ନିର୍ମାଣ ନାଁରେ ଖାଲ ଖୋଳି ୩ ମାସ ହେଲା ଗାଏବ ଠିକା ସଂସ୍ଥା
ବଡ଼ବଡ଼ ଭାଷଣ ମାରୁଥିବା ବିଧାୟିକା ଆଜି କାମରେ କାହିଁକି ପଛରେ ?
ବିକାଶ ନାଁରେ ମୋହନ ସରକାର କରୁଛନ୍ତି ଡାହା ମିଛ ଆଉ ପ୍ରହସନର ପ୍ରଚାର |ବିଜେପିର ବଡ଼ ବଡ଼ ଦାବି, ହେଲେ ଗ୍ରାଉଣ୍ଡରେ ସବୁ ଫମ୍ପା| ପୁରୀ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ବ୍ରହ୍ମଗିରି ଏବଂ ସାତପଡ଼ାରେ ଚାଲିଛି କେବଳ ଫଟୋ ଉଠା ରାଜନୀତି|୩୧୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମଗିରି ବଜାରର ଅବସ୍ଥା ଏବେ ଶୋଚନୀୟ | ରାସ୍ତାରେ ଖାଲଖମା, ମୁକୁଳା ଡ୍ରେନ୍ ଭିତରେ ଖସିପଡ଼ୁଛନ୍ତି ନିରୀହ ଗୋରୁ-ଗାଈ ଆଉ ସାଧାରଣ ଲୋକ|ଦୁର୍ଘଟଣା ପ୍ରତିଦିନ ଘଟୁଛି, ଜନତା ତ୍ରାହି ତ୍ରାହି ଡାକୁଛନ୍ତି, ହେଲେ ସରକାରୀ ବାବୁ କି ନେତାଙ୍କ ନିଦ ଭାଙ୍ଗୁନି|
ଶୁଣନ୍ତୁ ଏହି ଡବଲ୍ ଇଞ୍ଜିନ୍ ସରକାରର କାରନାମା| ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ବଡ଼ ଧୁମଧାମ୍ରେ ପ୍ରକଳ୍ପର ଶୁଭାରମ୍ଭ କଲେ , ବିଭାଗୀୟ ଅଫିସର ଆଉ ଠିକାଦାରଙ୍କୁ ଧରି କ୍ୟାମେରା ଆଗରେ ପୋଜ୍ ଦେଲେ|ଲୋକେ ଭାବିଲେ ନରକ ଯନ୍ତ୍ରଣାରୁ ମୁକ୍ତି ମିଳିବ|କିନ୍ତୁ କିଛି ଦିନ କାମ କରିବା ପରେ ଠିକା ସଂସ୍ଥା ଫେରାର୍ | ଗତ ତିନି ମାସ ହେଲାଣି କାମ ସମ୍ପୂର୍ଣ୍ଣ ଠପ୍ |ଚାରିଆଡ଼େ ଗାତ ଖୋଳି ରାସ୍ତା ଛାରଖାର, ଡ୍ରେନ୍ର ଦୂଷିତ ପାଣି ଜମି ରହି ବ୍ରହ୍ମଗିରି ପାଲଟିଛି ନରକ କୁଣ୍ଡ |
ଲୋକେ ଅଭିଯୋଗ ନେଇ କଲେକ୍ଟରଙ୍କ ଅଫିସ୍ ଦୌଡ଼ୁଛନ୍ତି , ଥାନା-ପ୍ରଶାସନ ଆଗରେ କାନ୍ଦୁଛନ୍ତି, କିନ୍ତୁ ବିଧାୟିକା ମ୍ୟାଡାମ୍ କେଉଁଠି ? ଜନତାଙ୍କ ନରକ ଯନ୍ତ୍ରଣା ବେଳେ ମ୍ୟାଡାମ୍ ବିଦେଶ ବୁଲି ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଷ୍ଟାଟସ୍ ପୋଷ୍ଟ୍ କରିବାରେ ବ୍ୟସ୍ତ| ପର୍ଯ୍ୟଟନର ବିକାଶ ନାଁରେ ମୁଖ୍ୟ ରାସ୍ତା ଖତମ୍ | ସ୍ଥାନୀୟ ଲୋକଙ୍କ ରୋଜଗାର ମାଟିରେ ମିଶିଲା | ପ୍ରଶ୍ନ ଉଠୁଛି ଏହା ବିକାଶ ନା ଜନତାଙ୍କ ମୁହଁରେ ଶକ୍ତ ଚାପୁଡ଼ା ? ବିଧାୟିକା କ’ଣ ଖାଲି ଇନଷ୍ଟାଗ୍ରାମ୍ ରୀଲ୍ସ ଆଉ ଫଟୋ ସେସନ୍ ପାଇଁ ଭୋଟ୍ ନେଇଥିଲେ? ବ୍ରହ୍ମଗିରିର ଏହି ଧ୍ୱଂସଲୀଳା ପାଇଁ କିଏ ଦାୟୀ?
