ଇରାନର ‘ଡେଥ୍ ୱାରେଣ୍ଟ’! ଟ୍ରମ୍ପଙ୍କ ମୁଣ୍ଡ ଦିଅ, ୫୦୦ କୋଟି ନିଅ!

ଟ୍ରମ୍ପଙ୍କ ମୁଣ୍ଡ ଦିଅ, ୫୦୦ କୋଟି ନିଅ!

ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଇରାନର ‘ଡେଥ୍ ୱାରେଣ୍ଟ’!

ପେଣ୍ଟାଗନରେ କମ୍ପନ: ଟାର୍ଗେଟରେ ଟ୍ରମ୍ପ ଓ ନେତାନ୍ୟାହୁ!

କୋଟି କୋଟି ଟଙ୍କାର ଗୁପ୍ତ ଫଣ୍ଡ୍, ହ୍ୟାକରଙ୍କ ମହା-ଷଡ଼ଯନ୍ତ୍ର!

ଟ୍ରମ୍ପଙ୍କ ଉପରେ ପୁଣି ଘନଉଛି ଶନିଦଶା, କିଏ କରିବ ରକ୍ଷା?

ବିଶ୍ୱ ରାଜନୀତିରେ ଏବେ ଖେଳିଯାଇଛି ସବୁଠୁ ବଡ଼ ଭୂମିକମ୍ପ। ଆମେରିକାର ପେଣ୍ଟାଗନରେ ବି ଏବେ ନିଦ ହଜିଯାଇଛି। କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଇରାନ ଘୋଷଣା କରିଛି ଶତାବ୍ଦୀର ସବୁଠାରୁ ଭୟଙ୍କର ‘ଡେଥ୍ ଆଓ୍ୱାର୍ଡ’।

ଟ୍ରମ୍ପଙ୍କ ମୁଣ୍ଡ ଆଣିଲେ ମିଳିବ ପୂରା ୫୦୦ କୋଟି ଟଙ୍କା! ହଁ ଆଜ୍ଞା, ଆପଣ ଠିକ୍ ଶୁଣୁଛନ୍ତି। ଇରାନ ସଂସଦରେ ପାସ୍ ହେବାକୁ ଯାଉଛି ଏକ ବିପଜ୍ଜନକ ଆଇନ- ଯାହାର ନାଁ ରହିଛି ‘ସେନା ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଶୋଧ’। ହିଟ୍ ଲିଷ୍ଟରେ କେବଳ ଟ୍ରମ୍ପ ନାହାନ୍ତି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଆମେରିକୀୟ ସେନାର ବଡ଼ ବଡ଼ କମାଣ୍ଡର ମଧ୍ୟ ଅଛନ୍ତି।

କଥା କେବଳ ସଂସଦରେ ଅଟକି ନାହିଁ। ମୋବାଇଲ୍ ମେସେଜ୍ ଜରିଆରେ ସାଧାରଣ ଲୋକଙ୍କୁ ଏହି ରକ୍ତାକ୍ତ ଅଭିଯାନରେ ଯୋଡା ଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ଲୋକଙ୍କ ସମର୍ଥନ ଓ କୋଟି କୋଟି ଟଙ୍କାର ଗୁପ୍ତ ପାଣ୍ଠି ସଂଗ୍ରହ ସରିଲାଣି। ଆଉ ସବୁଠୁ ସାଙ୍ଘାତିକ କଥା ହେଲା, ‘ହାଣ୍ଡାଲା’ ଭଳି କୁଖ୍ୟାତ ହ୍ୟାକିଂ ଗୋଷ୍ଠୀ ହାତରେ ଅଛି ୫୦ ମିଲିୟନ ଡଲାରର ସିକ୍ରେଟ୍ ବଜେଟ୍। ଏହି ମହା-ଷଡ଼ଯନ୍ତ୍ର ଦେଖି ଆମେରିକୀୟ ଗୁପ୍ତଚର ସଂସ୍ଥା ବି ଆଶ୍ଚର୍ଯ୍ୟ।

ପୂର୍ବରୁ ନିର୍ବାଚନ ବେଳେ ଅଳ୍ପକେ ବର୍ତ୍ତିଥିବା ଟ୍ରମ୍ପଙ୍କ ପାଇଁ କ’ଣ ସତରେ ପୁଣି ଆସିଛି ବଡ଼ ବିପଦ? ଇରାନର ଏହି ଚେତାବନୀ ପରେ ଆମେରିକା ନେବ କି କିଛି କଡ଼ା ପଦକ୍ଷେପ? ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *