ଅପେକ୍ଷାର ଅନ୍ତ ଘଟିଛି! ଶେଷରେ ଗର୍ଜିଛି ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବଡ଼ ହତିଆର। ଯେଉଁ ୟର୍କର କିଙ୍ଗଙ୍କୁ ନେଇ ଚର୍ଚ୍ଚା ହେଉଥିଲା, ଯାହାଙ୍କ Wicket ମରୁଡ଼ିକୁ ନେଇ ପ୍ରଶ୍ନ ଉଠୁଥିଲା, ସେ ଏବେ ପଡ଼ିଆ ଭିତରେ ଶାଣିତ ଜବାବ ଦେଇଛନ୍ତି। ସେ ହେଉଛନ୍ତି ଜସପ୍ରୀତ ବୁମରା! IPL ୨୦୨୬ର ଷଷ୍ଠ ମ୍ୟାଚ୍ ଏବଂ ପ୍ରଥମ ବଲ୍! ସାମ୍ନାରେ ଥିଲେ ଗୁଜରାଟ ଟାଇଟାନ୍ସର ଷ୍ଟାର୍ ବ୍ୟାଟର ସାଇ ସୁଦର୍ଶନ। କିନ୍ତୁ ବୁମରାଙ୍କ ସେହି ଘାତକ ବଲ୍ ଆଗରେ ସୁଦର୍ଶନଙ୍କ ପାଖରେ କୌଣସି ଉତ୍ତର ନଥିଲା। ପ୍ରଥମ ବଲ୍ରେ ହିଁ Wicket ଚଟକାଇ ବୁମରା ପ୍ରମାଣ କରିଛନ୍ତି କି ସେ କାହିଁକି ବିଶ୍ୱର ନମ୍ବର-୧ ବୋଲର। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଗୋଟିଏ Wicket ପାଇଁ ବୁମରାଙ୍କୁ କେତେ ଲମ୍ବା ଅପେକ୍ଷା କରିବାକୁ ପଡ଼ିଛି? ପୂରା ୩୨୫ ଦିନ! ଗତବର୍ଷ ମେ ୩୦ ତାରିଖ ଏଲିମିନେଟର ମ୍ୟାଚ୍ ପରଠାରୁ ବୁମରା IPLରେ ଗୋଟିଏ ବି ସଫଳତା ପାଇନଥିଲେ। ଏହି ମରୁଡ଼ି ଭାଙ୍ଗିବା ପାଇଁ ତାଙ୍କୁ ୧୪୬ଟି ବଲ୍ ପକାଇବାକୁ ପଡ଼ିଛି। ଚଳିତ ସିଜିନର ପ୍ରଥମ ୫ଟି ମ୍ୟାଚ୍ରେ ସେ ସମ୍ପୂର୍ଣ୍ଣ Wicket ଶୂନ୍ୟ ରହିଥିଲେ, ଯାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା।ହେଲେ ଏବେ ସେ କେବଳ ଫେରିନାହାନ୍ତି, ବରଂ ଇତିହାସ ରଚିଛନ୍ତି। ନିଜର ୧୫୧ତମ IPL ମ୍ୟାଚ୍ରେ ୧୮୪ତମ Wicket ହାସଲ କରି ସେ ମହାନ ବୋଲର ଡ୍ୱେନ୍ ବ୍ରାଭୋଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ଜସପ୍ରୀତ ବୁମରା IPL ଇତିହାସର ପଞ୍ଚମ ସର୍ବାଧିକ Wicket ହାସଲକାରୀ ବୋଲର। ଏହି ସଫଳତା ପରେ ଏବେ ବିରୋଧୀ ଦଳର ଶିବିରରେ ପୁଣି ଥରେ ଭୟ ସୃଷ୍ଟି ହୋଇଛି। କାରଣ ବୁମରା ଫର୍ମକୁ ଫେରିବା ମାନେ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟର ରାସ୍ତା ଖୋଲିଯିବା।
©2026 B Tv WordPress Video Theme by WPEnjoy
