\n\n\n\n\n\n\n\n\n\n\n\n
← Back to Home
BREAKING

ତ୍ରିରଙ୍ଗା ଧରିବା ପୂର୍ବରୁ ଦୀପକେଙ୍କୁ ଅଟକ!

ତ୍ରିରଙ୍ଗା ରାଲି ପୂର୍ବରୁ ଅଟକ ରଖିଲା ଦିଲ୍ଲୀ ପୋଲିସ! କୋକ୍ରୋଚ୍ ଜନତା ପାର୍ଟି ବା ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ନୋଟିସ୍ ଜାରି ସତ୍ତ୍ୱେ ତ୍ରିରଙ୍ଗା ରାଲିରେ ଯୋଗଦେବାକୁ ଘରୁ ବାହାରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଦୀପକେଙ୍କ ବାସଭବନରେ ପହଞ୍ଚି ନୋଟିସ୍ ଜାରି କରିଥିଲା। ତ୍ରିରଙ୍ଗା ରାଲିକୁ ନେଇ ପୋଲିସର ଏହି ପଦକ୍ଷେପ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ନେଇ ଆଗକୁ କି ପଦକ୍ଷେପ ନିଆଯିବ, ତାହା ଉପରେ ନଜର ରହିଛି।

Started 16/10/2026, 05:19 PMLast updated 5 hours ago
No updates have been published yet.