\n\n\n\n\n\n\n\n\n\n\n\n
← Back to Home
BREAKING

ଭୁବନେଶ୍ୱରରେ ଟ୍ରାଫିକ୍ ଛାଟ୍!

ରାଜଧାନୀ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି! ପାର୍ବଣ ସମୟରେ ଭିଡ଼ ନିୟନ୍ତ୍ରଣ ସହ ସୁଗମ ଯାତାୟାତ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ। ଟ୍ରାଫିକ୍ ପରିଚାଳନା ପାଇଁ ନିୟୋଜିତ ହେବେ ୭୩ ଜଣ ଅଫିସର ଏବଂ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ। ମଦ୍ୟପାନ କରି ଗାଡ଼ି ଚାଳନା ଓ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ରହିବ କଡ଼ା ନଜର। ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ନିୟମ ମାନି ଗାଡ଼ି ଚଳାଇବାକୁ ଅପିଲ୍ କରିଛନ୍ତି। ନିୟମ ଉଲ୍ଲଂଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

Started 16/10/2026, 04:45 PMLast updated 4 hours ago
No updates have been published yet.