ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ, ଏବେ ରଖିଲେ ସଫେଇ! ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରିଜ ମୋହନ ରାମ କହିଛନ୍ତି, ସେ ସାମ୍ବିଧାନିକ ପରିଧି ମଧ୍ୟରେ ରହି ଦାୟିତ୍ୱ ତୁଲାଇବେ। କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବେ ନାହିଁ। ରାଜନେତା ଓ ସାମ୍ବିଧାନିକ ପଦବୀ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି କହି ବିବାଦୀୟ ବୟାନକୁ ଖଣ୍ଡନ କରିଛନ୍ତି।
