ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି! ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ରାଜ୍ୟବ୍ୟାପୀ ହେବ ଘରକୁ ଘର ଭୋଟର ସର୍ଭେ। ଗ୍ରାମାଞ୍ଚଳରେ ୯୧ ହଜାର ବୁଥ୍ରେ ବାଲାଟ୍ ପେପର ଏବଂ ସହରାଞ୍ଚଳରେ ଇଭିଏମ୍ରେ ହେବ ମତଦାନ। ଜାନୁଆରୀରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ। ଫେବୃଆରୀ ୧୦ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଁ ଲକ୍ଷ୍ୟ ରହିଛି।
