କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ। ଆସନ୍ତା ୧୯ ତାରିଖରେ ଜେନାଖାଲରୁ ବାହାରିବ ମା’ଙ୍କ ପବିତ୍ର ଛତର। ଏଥିପାଇଁ ଏବେ ଜେନାଖାଲରେ ଜୋରସୋରରେ ଚାଲିଛି ସାଜସଜ୍ଜା ଓ ପ୍ରସ୍ତୁତି।
ମା’ଙ୍କ ଦର୍ଶନ ପାଇବା ସହ ଆଶୀର୍ବାଦ ଲାଭ କରିବାକୁ ଚାହିଁ ବସିଛନ୍ତି ଅସଂଖ୍ୟ ଶ୍ରଦ୍ଧାଳୁ। ଏହି ଯାତ୍ରା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ଅଞ୍ଚଳର ପରମ୍ପରା, ଆସ୍ଥା ଓ ବିଶ୍ୱାସର ଏକ ଅନନ୍ୟ ପ୍ରତୀକ।
ଯାତ୍ରାର ଦିନ ପାଖେଇ ଆସୁଥିବାରୁ ଜେନାଖାଲରେ ବଢ଼ୁଛି ଚଳଚଞ୍ଚଳତା। ମା’ଙ୍କ ଛତର ଯାତ୍ରାକୁ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏବେ ସମସ୍ତଙ୍କ ଅପେକ୍ଷା ସେହି ପବିତ୍ର ମୁହୂର୍ତ୍ତକୁ, ଯେତେବେଳେ ମା’ଙ୍କ ଛତର ଯାତ୍ରା ଆରମ୍ଭ ହେବ।
