ମନରେଗା ଯୋଜନାରେ ମହାଦୁର୍ନୀତି।

ଯୋଜନାର ମହାଦୁର୍ନୀତି। ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ…କାମ ଶୂନ, ବିଲ୍ ଫୁଲ୍ ! ଗରିବ ଶ୍ରମିକଙ୍କ ହକ୍ ମାରି ମାଲାମାଲ୍ ହେଉଛନ୍ତି ଦୁର୍ନୀତିଖୋର ବାବୁ ଓ ନେତା। କଳାହାଣ୍ଡି ଜୁନାଗଡ଼ରେ ସାମ୍ନାକୁ ଆସିଛି ମନରେଗା 

ଦୃଶ୍ୟ ହେଉଛି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚକୁଲି ଗ୍ରାମପଞ୍ଚାୟତର। ଏଠାରେ ମନରେଗା ଯୋଜନା ପାଲଟିଛି ହରିଲୁଟ୍‌ର ମୁଖ୍ୟ ମାଧ୍ୟମ। ଭଳିଆ ବଗିଚା ଠାରୁ ଭାଟି ଘର କ୍ଷେତ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନାଁରେ କାଗଜପତ୍ରରେ ଚାଲିଛି ବଡ଼ ଖେଳ। ଗୋଟିଏ ବି କୋଦାଳ ମାଟି ନହାଣି, ଫେକ୍ ବିଲ୍ ମାଧ୍ୟମରେ ଜବ୍ କାର୍ଡଧାରୀଙ୍କ ନାମରେ ହଡ଼ପ ହୋଇଯାଇଛି ୧ ଲକ୍ଷ ୬୨ ହଜାରରୁ ଉର୍ଦ୍ଧ୍ଵ ଟଙ୍କା!

ଯେତେବେଳେ ସ୍ଥାନୀୟ ଲୋକେ ଅଭିଯୋଗ କଲେ ଆଉ ଗଣମାଧ୍ୟମରେ ଏହି ମହାଦୁର୍ନୀତିର ଗୁମର ଫିଟିଲା, ହଠାତ୍ ଛାନିଆ ହୋଇଗଲେ ଦୁର୍ନୀତିଆ। ତଦନ୍ତ ଭୟରେ ରାତିାରାତି ଆରମ୍ଭ ହେଲା କଭର୍-ଅପ୍ ନାଟକ। ସରପଞ୍ଚ, ଏଡିଇଓ (ADEO) ଏବଂ ପିଇଓ (PEO) ମିଶି ଗୋଟିଏ ପୁରୁଣା ସୂଚନା ଫଳକ ଆଣି ପୋତିଦେଲେ। ଲୋକଦେଖାଣିଆ ଭାବେ ତରବରିଆ କରି କିଛି ମୁରୁମ ବି ବିଛାଇ ଦେଲେ। ବାବୁମାନେ ଭାବିଲେ, ଏତିକି ଲିପାପୋଛା କଲେ ପାପ ଲୁଚିଯିବ! 

ହେଲେ ଏତେ ବଡ଼ ଖୋଲାଖୋଲି ଲୁଟ୍ ଚାଲିଥିବା ବେଳେ ଜୁନାଗଡ଼ ବିଡିଓ (BDO) ଆଖିରେ ପଟି ବାନ୍ଧିଛନ୍ତି କାହିଁକି? ତାଙ୍କର ଏହି ନିରବତା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହାର ଛତ୍ରଛାୟାରେ ଆଉ କାହା ଆଶୀର୍ବାଦରୁ ବଢିଛି ଏହି ମାଫିଆଙ୍କ ସାହସ? ଶ୍ରମିକଙ୍କ ଝାଳବୁହା ଧନକୁ ଲୁଟୁଥିବା ଏହି ରାକେଟର ଉଚ୍ଚସ୍ତରୀୟ ତଦନ୍ତ ହେବ କେବେ? ନା କେବଳ ଫାଇଲ୍ ତଳେ ଚାପି ହୋଇ ରହିଯିବ ଗରିବଙ୍କ ଅଧିକାର? ଏହାର ଜବାବ ମାଗୁଛନ୍ତି ଚକୁଲି ବାସୀ।

Leave a Reply

Your email address will not be published. Required fields are marked *