\n\n\n\n\n\n\n

ସରକାରୀ ଯୋଜନା ଫେଲ୍, ପୁଣି ଡାକୁଛି ଦାଦନ !

ନୂଆଖାଇ ପରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରୁ ପୁଣି ଆରମ୍ଭ ହେଲାଣି ଦାଦନ ପ୍ରକ୍ରିୟା। ସରକାରୀ ଯୋଜନା ଫେଲ୍ ମାରିଥିବା ବେଳେ ବେକାରୀ ସମସ୍ୟା ଯୋଗୁଁ ରାଜ୍ୟ ବାହାରକୁ ମୁହାଁଉଛନ୍ତି ଶ୍ରମିକ। ଏହାକୁ ରୋକିବା ପାଇଁ ପ୍ରଶାସନର ସଚେତନତା ସଭା କେବଳ ନାମମାତ୍ର ପାଲଟିଛି।

ଦାଦନଗଡ଼ ଭାବେ ପରିଚିତ ଖପ୍ରାଖୋଲ ବ୍ଲକର ଭାନପୁର ପଞ୍ଚାୟତରେ ମଙ୍ଗଳବାର ଏକ ଦାଦନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ଏବଂ ଶ୍ରମ ବିଭାଗ ଅଧିକାରୀମାନେ ଶ୍ରମିକଙ୍କୁ ମନରେଗାରେ ୧୨୫ ଦିନର କାମ, ଜୀବିକା ମିଶନରୁ ବିନା ସୁଧରେ ଋଣ ଏବଂ କୃଷି ଓ ପଶୁପାଳନ ସବସିଡି ବାବଦରେ ବୁଝାଇଥିଲେ। ଦାଦନ ଯିବାକୁ ଥିଲେ ପଞ୍ଚାୟତରେ ପଞ୍ଜୀକରଣ କରିବାକୁ କୁହାଯାଇଥିଲା।

ହେଲେ ବୁଦ୍ଧିଜୀବୀଙ୍କ ପ୍ରଶ୍ନ, ଯଦି ଏତେ ସବୁ ଯୋଜନା ଅଛି, କୋଟି କୋଟି ଟଙ୍କା କୁଆଡ଼େ ଯାଉଛି? ମନରେଗା କାମ କିଏ କରୁଛି? ସରକାରୀ ଅବହେଳା କାରଣରୁ ଗାଁରେ କାମ ନପାଇ ଏବେ ରେଳ ଷ୍ଟେସନଗୁଡ଼ିକରେ କେବଳ ଦାଦନ ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳୁଛି।