ବିବାଦ ଘେରରେ ଛନ୍ଦି ହେଉଛନ୍ତି ଧର୍ମେନ୍ଦ୍ର; ମୁକୁଳେଇବା ପାଇଁ ଆସିଲେ ମନ୍ତ୍ରୀ…

ଅଡୁଆରେ ଧର୍ମେନ୍ଦ୍ର… ଶିକ୍ଷାମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା ?

ଗୋଟେପଟେ NEET ଅନ୍ୟପଟେ ଆମେରିକାରେ ଘର…

ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି ଶିକ୍ଷାମନ୍ତ୍ରୀ !

ସପକ୍ଷରେ ବାହାରିଲେ ୪ ରାଜ୍ୟର ମନ୍ତ୍ରୀ…

କିଏ କହୁଛି ସତ ? କାହାର ହେବ ପର୍ଦ୍ଦାଫାଶ ?

ଧର୍ମେନ୍ଦ୍ର ପ୍ରଧାନ… ଦେଶର ଶିକ୍ଷାମନ୍ତ୍ରୀ। କିନ୍ତୁ ଏବେ ନିଟ୍ ଏବଂ ସିବିଏସଇ ପେପର ଲିକ୍ ବିବାଦ ତାଙ୍କ ତଣ୍ଟିରେ କଣ୍ଟା ସାଜିଛି। ଚାରିଆଡ଼ୁ ଇସ୍ତଫା ଦାବି ଜୋର୍ ଧରିଥିବା ବେଳେ ଏବେ ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ । ଆଉ ଆଣିଛନ୍ତି ଏକ ସାଂଘାତିକ ଅଭିଯୋଗ!

କଥା ଉଠିଛି ସାତ ଦରିଆ ପାର୍ ଆମେରିକାରୁ। ବିଜେଡିର ସିଧାସଳଖ ପ୍ରଶ୍ନ- ଧର୍ମେନ୍ଦ୍ରଙ୍କ ଝିଅ ଆମେରିକାରେ ପଢୁଥିବା ବେଳେ ଏଡୁଟେକ ସଂସ୍ଥାର ନିର୍ଦ୍ଦେଶକ ରାଧାକୃଷ୍ଣ ଜୟରମଣ କଣ ତାଙ୍କର ଲୋକାଲ ଗାର୍ଡିଆନ୍ ଥିଲେ? ସିବିଏସଇ ଖାତା ଦେଖିବାକୁ ଏହି ସଂସ୍ଥାକୁ ଦାୟିତ୍ୱ ଦେବା ପାଇଁ କଣ ତିନି ତିନି ଥର ନିୟମ ବଦଳାଯାଇଥିଲା? କେବଳ ଏତିକି ନୁହେଁ, ପତ୍ନୀ ମୃଦୁଳା ପ୍ରଧାନଙ୍କ ନାଁରେ ଥିବା ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ର ଆମେରିକା ସମ୍ପତ୍ତିକୁ ନେଇ ମଧ୍ୟ ଦଳ ଉଠାଇଛି ବଡ଼ ପ୍ରଶ୍ନ। ବିଜେଡି କହିଛି- ଧର୍ମେନ୍ଦ୍ର ହେଉଛନ୍ତି ସ୍ୱାଧୀନ ଭାରତର ସବୁଠୁ ବିଫଳ ଶିକ୍ଷାମନ୍ତ୍ରୀ।

ତେବେ ଏତେ ସବୁ ଅଭିଯୋଗ ଭିତରେ ସରକାରୀ କ୍ୟାମ୍ପରୁ ଆସିଛି ବଡ଼ ସ୍ପଷ୍ଟୀକରଣ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ ବାହାରିଲେ ମନ୍ତ୍ରୀଗଣ | ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ସଫଳତାକୁ ଦେଖି ଈର୍ଷାନ୍ଵିତ ହୋଇ କିଛି ବିରୋଧୀ ଗୋଷ୍ଠୀ ସୋସିଆଲ ମିଡିଆରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି, ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଲଗାତାର ମିଥ୍ୟା ପ୍ରଚାର କରାଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ସେପଟେ କଂଗ୍ରେସ ଏବଂ ଅନ୍ୟ କିଛି ନିର୍ଦ୍ଦିଷ୍ଟ ଦଳ ବିଭିନ୍ନ ସମୟରେ ‘ଟୁଲକିଟ୍’ ବ୍ୟବହାର କରି ସରକାର ତଥା ନେତାମାନଙ୍କ ବିରୋଧରେ ଏଭଳି ହୀନ ପ୍ରୟାସ କରୁଛନ୍ତି, ଯାହା ଏବେ ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ଏହି ସମସ୍ତ ଫେକ୍ ପୋଷ୍ଟଗୁଡ଼ିକ କ୍ରୋଏସିଆର ଏକ ଆଇପି ଆଡ୍ରେସ୍ ବ୍ୟବହାର କରି ଭାଇରାଲ୍ କରାଯାଉଛି।ଆମେରିକାରେ ରହୁଥିବା ରାଜେନ୍ଦ୍ର ମହାପାତ୍ରଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୌଣସି ପ୍ରକାର ସମ୍ପର୍କ ନାହିଁ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି।ସେହିପରି ଡ. ଆର. ଜୟରାମନ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ କେନ୍ଦ୍ରମନ୍ତ୍ରୀଙ୍କୁ କେବେବି ଭେଟି ନାହାନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ଗୋଟିଏ ପଟେ ବିଜେଡିର ଗୁରୁତର ଅଭିଯୋଗ ଆଉ ଇସ୍ତଫା ଦାବି, ଅନ୍ୟପଟେ କ୍ରୋଏସିଆ ଲିଙ୍କ୍ ରହସ୍ୟ ଏବଂ ଟୁଲକିଟ୍ ତତ୍ତ୍ୱ। ପ୍ରଶ୍ନ ଉଠୁଛି, ଅସଲ ଖଳନାୟକ କିଏ? ଶିକ୍ଷା ବ୍ୟବସ୍ଥାର ଏହି ବଡ଼ ବିଭ୍ରାଟ ପଛରେ ରହିଛି କାହାର ଷଡ଼ଯନ୍ତ୍ର?

Leave a Reply

Your email address will not be published. Required fields are marked *