ମାର୍କେଟକୁ ଆସିଗଲା ୫ ଲିଟିରିଆ ଗ୍ୟାସ
ଆଉ ଲଗେଇବାକୁ ପଡିବନି ଲମ୍ବା ଲାଇନ
ଶୀଘ୍ର ଯାଆନ୍ତୁ ନେଇ ଆସନ୍ତୁ
ଏଥର ଗ୍ୟାସ ମିଳିବା ହେଲା ଆହୁରି ସହଜ
ତେଲ କିଣନ୍ତୁ ଏଲପିଜି ଗ୍ୟାସ ପାଆନ୍ତୁ
ବାସ ID କାର୍ଡ ଦେଖାନ୍ତୁ, ୫ କେଜି ଗ୍ୟାସ୍ ନେଇଯାଆନ୍ତୁ
ଆସିଲା ଖୁସି ଖବର | ଆଉ ଗ୍ୟାସ୍ ଏଜେନ୍ସି ଆଗରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ଆଉ କଳାବଜାରୀଙ୍କ ହାବୁଡ଼ରେ ପଡ଼ି ହଇରାଣ ହେବାକୁ ପଡ଼ିବନି। କାରଣ ଏବେ ସିଧାସଳଖ ପେଟ୍ରୋଲ୍ ପମ୍ପରୁ ମିଳିବ ଗ୍ୟାସ୍ ସିଲିଣ୍ଡର! ହଁ ଆଜ୍ଞା, ଛାତ୍ରଛାତ୍ରୀ, ଶ୍ରମିକ ଏବଂ ପ୍ରବାସୀଙ୍କୁ ନଜରରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତୁ ଜାଣିବା କେମିତି ମିଳିବ ଏହି ଗ୍ୟାସ୍ ଆଉ କେତେ ପଡ଼ିବ ଦାମ୍?
କେନ୍ଦ୍ର ସରକାରଙ୍କ ‘ଫ୍ରି ଟ୍ରେଡ୍ ଏଲପିଜି ବ୍ୟବସ୍ଥା’ ଅଧୀନରେ ରାଜ୍ୟରେ ଏବେ ୫ କେଜିଆ ଛୋଟ ଗ୍ୟାସ୍ ସିଲିଣ୍ଡର ଉପଲବ୍ଧ କରାଯାଉଛି। ତୈଳ ବିତରଣ କମ୍ପାନୀ ଯଥା IOCL (ଆଇଓସିଏଲ୍), BPCL (ବିପିସିଏଲ୍) ଓ HPCL (ଏଚପିସିଏଲ୍) ର ପେଟ୍ରୋଲ ପମ୍ପଗୁଡ଼ିକରେ ଏହା ସହଜରେ ମିଳିପାରିବ। ଏହି ସୁବିଧା ବିଶେଷ କରି ସହରାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ ପ୍ରବାସୀ ଭାରତୀୟଙ୍କ ପାଇଁ କରାଯାଇଛି। ଆପଣଙ୍କୁ କେବଳ ନିଜର ଏକ ପରିଚୟ ପତ୍ର ବା ID କାର୍ଡ ଦେଖାଇବାକୁ ହେବ ଏବଂ ଆପଣ ସିଲିଣ୍ଡର ଘରକୁ ନେଇପାରିବେ। ରାଜ୍ୟ ସରକାର ପୂର୍ବରୁ ଲଗାଇଥିବା କଟକଣାକୁ କୋହଳ କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି।
ଏବେ ଆସନ୍ତୁ ହିସାବ କରିବା ପକେଟ୍ ଖର୍ଚ୍ଚ କଥା। ଏହି ନୂଆ ୫ କେଜିଆ ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ଆପଣଙ୍କୁ ୧୫୩୭ ଟଙ୍କା ଦେବାକୁ ପଡ଼ିବ। ଆଉ ଯଦି ଆପଣଙ୍କର ଗ୍ୟାସ୍ ସରିଯାଏ, ତେବେ ଏହାକୁ ରିଫିଲ୍ କରିବା ପାଇଁ ୫୮୩ ଟଙ୍କା ଦେବାକୁ ହେବ। କିନ୍ତୁ ଧ୍ୟାନ ରଖନ୍ତୁ ଗୋଟିଏ କଥା! ବଜାରରେ ବିକ୍ରି ହେଉଥିବା ଅନ୍ୟ କୌଣସି ବେଆଇନ ସିଲିଣ୍ଡରରେ ଗ୍ୟାସ୍ ରିଫିଲ୍ ହୋଇପାରିବ ନାହିଁ, ଏଥିପାଇଁ କେବଳ କମ୍ପାନୀ ସିଲିଣ୍ଡର ହିଁ ଆବଶ୍ୟକ। ଯେଉଁମାନେ ପୂର୍ବରୁ କମ୍ପାନୀର ୫ କେଜିଆ ସିଲିଣ୍ଡର କିଣିଛନ୍ତି, ସେମାନେ ତାହାକୁ ଫେରାଇ ନୂଆ ସିଲିଣ୍ଡର ନେଇପାରିବେ।
ଏସବୁ ଭିତରେ କଳାବଜାରୀଙ୍କ ପାଇଁ ସରକାରଙ୍କ କଡ଼ା ଚେତାବନୀ! ଗ୍ୟାସ୍ କଳାବଜାରୀ ରୋକିବାକୁ ରାଜ୍ୟରେ ଜୋରଦାର ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ବେଆଇନ ସିଲିଣ୍ଡର ଜବତ କରାଯାଇଛି। ଆଉ ଯେଉଁ ଲାଇସେନ୍ସପ୍ରାପ୍ତ ଏଜେନ୍ସି ଏହି କଳାବଜାରୀରେ ସାମିଲ୍ ଥିବା ଜଣାପଡ଼ିବେ, ସେମାନଙ୍କ ଲାଇସେନ୍ସ ସିଧାସଳଖ ବାତିଲ୍ କରାଯିବ।
