\n\n\n\n\n\n\n

ଆଉ ଖଟିବାକୁ ପଡିବନି ଦାଦନ !

ଜୀବିକା ପାଇଁ ଆଉ ଛାଡିବାକୁ ପଡିବନି ଭିଟାମାଟି। ନିଜ ଅଞ୍ଚଳରେ ମିଳିବ ରୋଜଗାର। ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଥିବା ଲୋକଙ୍କୁ ସଚେତନ କରିବା ପାଇଁ ନୂଆପଡ଼ା ବ୍ଲକ ଦର୍ଲିମୁଣ୍ଡା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ପ୍ରବାସୀ ଶ୍ରମିକ ସଚେତନତା ଶିବିର।

ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ, ସରକାରୀ ଯୋଜନାର ସୁଫଳ ନେଇ ଗାଁରେ ଆୟ ବୃଦ୍ଧି କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ଏଥିସହ ଶିଶୁ ଶ୍ରମିକ ପ୍ରଥା ଓ ବାଲ୍ୟବିବାହ ରୋକିବା ଉପରେ କଡ଼ା ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମରେ ‘ଝିଅ ପାଇଁ ଗଛଟିଏ’, ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ଏବଂ ‘ପକ୍ଷୀ ପାଇଁ ଦିନଟିଏ’ ଭଳି ନିଆରା ପଦକ୍ଷେପ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।

ସ୍ୱଚ୍ଛତା ଦୂତମାନଙ୍କୁ ସମ୍ମାନିତ କରିବା ସହ ଜିଲ୍ଲାପାଳ ନିଜେ ପୂର୍ବତନ ପ୍ରବାସୀ ଶ୍ରମିକ ଗୋକୁଳ ମିର୍ଧା ଏବଂ ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀଙ୍କ ଘରକୁ ଯାଇ ପରାମର୍ଶ ଦେଇଥିଲେ।