\n\n\n\n\n\n\n

SIRକୁ ସମର୍ଥନ! ମାଝୀଙ୍କୁ ଅଡ଼ୁଆ?

ଦିଲ୍ଲୀରେ SIR କୁ ପ୍ରବଳ ବିରୋଧ
ଏପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଛନ୍ତି

ଗଣତନ୍ତ୍ରର ସ୍ୱଚ୍ଛତା ପାଇଁ
SIR ଏକ ଆବଶ୍ୟକ ଓ ଗଠନମୂଳକ ପଦକ୍ଷେପ।

ତେବେ ପ୍ରଶ୍ନ ହେଉଛି,

ଯଦି SIR ଏକ ଆବଶ୍ୟକ ପ୍ରକ୍ରିୟା,

ତେବେ ଏତେ ସଂଖ୍ୟକ ନାମ ବାଦ୍ ପଡ଼ିବା ପରେ

ପୁଣି ସ୍ୱତନ୍ତ୍ର ଅଭିଯାନର ଆବଶ୍ୟକତା କାହିଁକି ପଡ଼ିଲା?

୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ୍! ଏହାକୁ ନେଇ ରାଜନୈତିକ ଝଡ଼! ଆଉ ଏବେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ପୁଣି ତାଲିକାରେ ସାମିଲ କରିବା ପାଇଁ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଅଭିଯାନ!

ଏହା କ’ଣ ଏକ ସ୍ୱାଭାବିକ ପ୍ରଶାସନିକ ସଂଶୋଧନ, ନା ଭୋଟର ତାଲିକା ପ୍ରସ୍ତୁତିରେ ରହିଥିବା ତ୍ରୁଟିକୁ ସୁଧାରିବା ପାଇଁ ଜରୁରୀ ପଦକ୍ଷେପ?

ଆଉ ଏହି ପୂରା ଘଟଣା ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ପାଇଁ ରାଜନୈତିକ ଅଡ଼ୁଆ ସୃଷ୍ଟି କରିବ କି?

ପ୍ରଥମ ପ୍ରଶ୍ନ, ୨୦.୫୬ ଲକ୍ଷ ନାମ ବାଦ୍ ପଡ଼ିବା ପରେ ପୁଣି ନାମ ଯୋଡ଼ିବା ପାଇଁ ଅଭିଯାନ କାହିଁକି?

SIR ପରେ ଓଡ଼ିଶାର ଭୋଟର ତାଲିକାରୁ ୨୦.୫୬ ଲକ୍ଷ ନାମ ବାଦ୍ ପଡ଼ିଥିବା ତଥ୍ୟ ସାମ୍ନାକୁ ଆସିଛି। ଏହା ମଧ୍ୟରେ ମୃତ, ସ୍ଥାନାନ୍ତରିତ, ଡୁପ୍ଲିକେଟ୍ ଓ ଅନୁପସ୍ଥିତ ଭୋଟରଙ୍କ ନାମ ରହିଛି।

ଏହାପରେ ରାଜ୍ୟରେ ୨୬,୪୪୬ଟି ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯାଇ ଅକ୍ଟୋବର ୭ରୁ ୯ ତାରିଖ ମଧ୍ୟରେ ୩୩,୫୧୫ଟି ଆବେଦନ ଗ୍ରହଣ କରାଯାଇଥିବା ତଥ୍ୟ ଆସିଛି। Form 6 ଜରିଆରେ ଯୋଗ୍ୟ ଭୋଟର ପୁନଃ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। BLOମାନେ ମଧ୍ୟ ଘରକୁ ଘର ଯାଞ୍ଚ କରିବେ।

ତେବେ ଏହି ଆବେଦନଗୁଡ଼ିକ ମଧ୍ୟରୁ କେତେଜଣଙ୍କ ନାମ ଭୁଲରେ ବାଦ୍ ପଡ଼ିଥିଲା ଏବଂ କେତେଜଣଙ୍କ ନାମ ପୁନଃ ଯୋଡ଼ାଗଲା, ସେନେଇ ସ୍ପଷ୍ଟ ତଥ୍ୟ ଆସିବା ଜରୁରୀ।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ SIRକୁ ସମର୍ଥନ କରୁଥିବା ବେଳେ ବିରୋଧୀ ଦଳ ଭୋଟରଙ୍କ ଅଧିକାର ନେଇ ପ୍ରଶ୍ନ ଉଠାଉଛନ୍ତି।

ଏବେ ପ୍ରଶ୍ନ, ଏହି ସମର୍ଥନ ଆଗକୁ ସରକାରଙ୍କ ପାଇଁ ଅଡ଼ୁଆ ହେବ କି? ଏହାର ଉତ୍ତର ନିର୍ଭର କରିବ ପୁନଃ ପଞ୍ଜୀକରଣର ସଫଳତା ଓ ଯୋଗ୍ୟ ଭୋଟରଙ୍କ ଅଧିକାର କେତେ ସୁରକ୍ଷିତ ରହୁଛି, ତାହା ଉପରେ।

କାରଣ ଗଣତନ୍ତ୍ରରେ ଭୋଟର ତାଲିକା ସ୍ୱଚ୍ଛ ହେବା ଯେତିକି ଜରୁରୀ, ଜଣେ ବି ଯୋଗ୍ୟ ଭୋଟର ଯେପରି ବଞ୍ଚିତ ନହୁଅନ୍ତି, ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।