\n\n\n\n\n\n\n

ବିଜେପି ବି ଟିମରେ ପାଣ୍ଡିଆନ

ପାଣ୍ଡିଆନଙ୍କୁ ଜେଲ୍ ପଠାଇବି କହୁଥିବା ନେତା ଆଜି ନିରବ କାହିଁକି?
ଓଡ଼ିଶା ରାଜନୀତିର ଜୟକାନ୍ତ ଶିକ୍ରେ ଫର୍ମୁଲା କି?
ଶହେ ଅପରାଧର ଅଭିଯୋଗ… ତଥାପି ପୋଲିସ ନିରୁପାୟ?
ହେଲିକପ୍ଟର ଭ୍ରମଣରୁ ପ୍ରକଳ୍ପ ଦୁର୍ନୀତି: ଫାଇଲ୍ ଦବିଗଲା କେଉଁଠି?….ଭୋଟ୍ ପାଇଁ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲା କି ବିଜେପି?
ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ହାତ ବାନ୍ଧିଲା କିଏ?
ପାଣ୍ଡିଆନ୍‌ଙ୍କ ନାଁ ଧରିବାକୁ ବିଜେପି ନେତାଙ୍କ ଛାତି ଥରୁଛି କାହିଁକି?….କ୍ଷମତାର ପରଦା ପଛରେ ହୋଇଛି କି ଗୁପ୍ତ ବୁଝାମଣା?
ନିର୍ବାଚନୀ ଜୁମ୍‌ଲା ନା କ୍ଷମତାର ଅଦୃଶ୍ୟ ଡିଲ୍?…ପାଣ୍ଡିଆନ୍‌ଙ୍କ ସୁରକ୍ଷା କବଚ ପଛର ଅସଲ ମାଷ୍ଟରମାଇଣ୍ଡ କିଏ?

ନିର୍ବାଚନ ପୂର୍ବରୁ ଗର୍ଜନ କରୁଥିଲେ…ଜେଲ୍ ପଠାଇବି… ଆଉ କ୍ଷମତାକୁ ଆସିଲା ପରେ ଭିକେ ପାଣ୍ଡିଆନ୍‌ଙ୍କ ଛାଇକୁ ବି ଛୁଇଁପାରୁନାହାନ୍ତି| ବିଜେପିର ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀ କାହିଁକି ଆଜି ନିରବ? ଏହା ଓଡ଼ିଶା ରାଜନୀତିର ଜୟକାନ୍ତ ଶିକ୍ରେ ଫର୍ମୁଲା ନା କ୍ଷମତାର ପରଦା ପଛରେ ଅଦୃଶ୍ୟ ଡିଲ୍?

ଓଡ଼ିଶା ରାଜନୀତିରେ ସବୁଠୁ ବଡ଼ ରାଜନୈତିକ ସର୍କସର ପର୍ଦ୍ଦାଫାଶ | ଯେଉଁ ପାଣ୍ଡିଆନ୍‌ଙ୍କ ବିରୋଧରେ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ରକ୍ତ ଚାଉଳ ଚୋବାଉଥିଲେ, ରାଜରାସ୍ତାରେ ଯୁଦ୍ଧଂଦେହି ଡାକରା ଦେଇ ଜେଲ୍ ପୂରାଇବି ବୋଲି ହୁଙ୍କାର ଛାଡୁଥିଲେ, ଆଜି ସେହି ବିଜେପି ଶାସନକୁ ଆସିବା ପରେ ପାଣ୍ଡିଆନ୍‌ଙ୍କ ନାଁ ଧରିବାକୁ ବି ଡରୁଛନ୍ତି|ସବୁଠୁ ବଡ଼ ପ୍ରଶ୍ନବାଚୀ ଛିଡ଼ା ହୋଇଛି ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ| ଗୋଟିଏ ସମୟରେ ପାଣ୍ଡିଆନ୍‌ଙ୍କ ସବୁ ଗୁମର ଖୋଲି ତାଙ୍କୁ କାଠଗଡ଼ାରେ ଠିଆ କରିବାକୁ ଚ୍ୟାଲେଞ୍ଜ କରୁଥିବା ପୁରୁଖା ନେତା ପ୍ରଦୀପ ଆଜି ଏମିତି କେଉଁ କାରଣ ପାଇଁ ବିଚରା ପାଲଟିଯାଇଛନ୍ତି?

ଫିଲ୍ମ ସିଙ୍ଘମର ସେହି କୁଖ୍ୟାତ ଡାଇଲଗ୍ ମନେ ପକାନ୍ତୁ କୋଇ ଟଚ୍ ନେହିଁ କର ସକ୍ତା ଅବ୍ ଜୟକାନ୍ତ ଶିକ୍ରେ କୋ ଠିକ୍ ସେହିପରି ଅବସ୍ଥା ଆଜି ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି|ପାଣ୍ଡିଆନ୍‌ଙ୍କ ବିରୋଧରେ ହେଲିକପ୍ଟର ଭ୍ରମଣଠାରୁ ଆରମ୍ଭ କରି କୋଟି କୋଟି ଟଙ୍କାର ପ୍ରକଳ୍ପ ଦୁର୍ନୀତି ଯାଏଁ ଶହ ଶହ ସଙ୍ଗୀନ୍ ଅଭିଯୋଗ ଲଦି ବିଜେପି ଭୋଟ୍ ମାଗିଥିଲା |ନିର୍ବାଚନ ମଇଦାନରେ କୁହାଯାଇଥିଲା ସରକାର ଆସିଲେ ଜେଲ୍ କୁଆଡ଼େ ଯିବେ ସୁପର ସିଏମ୍| କିନ୍ତୁ ଆଜି ମୋହନ ସରକାର ଗାଦିରେ ବସିବା ପରେ କାହିଁ ସେହି ଯାଞ୍ଚ? କେଉଁଠି ଗଲା ସେହି ଗର୍ଜନ?

ପାଣ୍ଡିଆନ୍ ଆଜି ବି ଅଭେଦ୍ୟ, ଆଉ ବିଜେପିର ଦାବିଗୁଡ଼ିକ କେବଳ ଭୋଟ୍ ହାତେଇବାର ନିର୍ବାଚନୀ ଜୁମ୍‌ଲା ଥିଲା କି? ଯେଉଁ ପ୍ରଦୀପ ପାଣିଗ୍ରାହୀ ନିଜେ ଜେଲ୍‌ରୁ ଫେରି ପାଣ୍ଡିଆନ୍‌ଙ୍କ ସାମ୍ରାଜ୍ୟ ଧୂଳିସାତ୍ କରିବାର ଶପଥ ନେଇଥିଲେ, ସେ ଆଜି ନିଜ କ୍ଷମତାରେ ଥାଇ ମଧ୍ୟ ସମ୍ପୂର୍ଣ୍ଣ ନିରୁପାୟ କାହିଁକି? ବିଜେଡି ସରକାର ଯାଇଛି ସତ, କିନ୍ତୁ ପାଣ୍ଡିଆନ୍‌ଙ୍କ ଅଦୃଶ୍ୟ ଲଗାମ ଆଜି ବି ଶାସନ କଳକୁ ନିୟନ୍ତ୍ରଣ କରୁଛି କି? କ୍ଷମତାର ପରଦା ପଛରେ ଏମିତି କେଉଁ ଗୁପ୍ତ ବୁଝାମଣା ହୋଇଛି, ଯାହା ପାଇଁ ପାଣ୍ଡିଆନ୍‌ଙ୍କ ଛାଇକୁ ବି ଛୁଇଁବାକୁ ବିଜେପି ନେତାମାନଙ୍କ ଛାତି ଥରୁଛି?