ନବୀନ ନିବାସରୁ ଡେଞ୍ଜର ସାଇରନ୍!
ନବୀନଙ୍କ ପିଠି ପଛରେ କେଉଁ ସିଣ୍ଡିକେଟ୍ର ଚକ୍ରାନ୍ତ?
୨୪ ବର୍ଷର ଦୁର୍ଗ ଭିତରେ କାହିଁକି ସୁପ୍ରିମୋଙ୍କ କଣ୍ଟ୍ରୋଲ୍ ଫେଲ୍?
ଦଳ ଭିତରେ ବଢ଼ୁଛି କ୍ରସ୍-ୱାର୍; ଟାର୍ଗେଟ୍ରେ କେଉଁ ହେଭିୱେଟ୍?
କାହାର ଚେର କାଟିବେ ନବୀନ ପଟ୍ଟନାୟକ?
ହିଞ୍ଜିଳିର ଗଦ୍ଦାରଙ୍କ ଉପରେ କେବେ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍?
କିଏ ସେହି ବିଶୃଙ୍ଖଳାକାରୀ ନେତା?
ଦଳରୁ ବହିଷ୍କାର ହେବେ ନା ଚୁପ୍ଚାପ୍ କାଟି ଦିଆଯିବ ରାଜନୈତିକ ଡେଣା?
ନବୀନ ନିବାସରେ ହଠାତ୍ ବିସ୍ଫୋରଣ| ନିଜ ଦୁର୍ଗ ହିଞ୍ଜିଳି-ଶେରଗଡ଼ର ନେତାଙ୍କୁ ସାମ୍ନାରେ ବସାଇ ସିଧାସଳଖ ରେଡ୍-ଆଲର୍ଟ ଜାରି କଲେ ନବୀନ ପଟ୍ଟନାୟକ|ସବୁବେଳେ ଚୁପ୍ ରହୁଥିବା ସୁପ୍ରିମୋଙ୍କ ମୁହଁରୁ ବାହାରିଲା କ୍ରୋଧର ନିଆଁ..ଶେରଗଡ଼ରେ କିଛି ଲୋକ ବଦମାସୀ କରୁଛନ୍ତି, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି; ମୁଁ ସବୁ ଜାଣିଛି, ଠିକ୍ ସମୟରେ ଚେର କାଟିବି!” ନବୀନଙ୍କ ଏହି ଗୋଟିଏ ହୁଙ୍କାରରେ ଏବେ ଶଙ୍ଖ ଶିବିରରେ କମ୍ପନ|
କ୍ଷମତା ଯିବା ପରେ କ’ଣ ନିଜ ଘର ଭିତରେ ହିଁ ନବୀନଙ୍କ ନିୟନ୍ତ୍ରଣ ହରାଇ ବସିଲାଣି? ଯେଉଁ ହିଞ୍ଜିଳି ମାଟି ତାଙ୍କୁ ୨୪ ବର୍ଷ ଧରି ରାଜ୍ୟର ମୁକୁଟ ପିନ୍ଧାଇଥିଲା, ସେହି ମାଟିର ନେତାମାନେ ଏବେ ସୁପ୍ରିମୋଙ୍କ ପିଠି ପଛରେ କେଉଁ ବିଷାକ୍ତ ଗୋଟିଚାଳନା କରୁଛନ୍ତି? କିଏ ସେହି ଗଦ୍ଦାର, ଯାହାଙ୍କ ନାଁ ନନେଇ ବି ସିଧାସଳଖ ରାଜନୈତିକ ଏନ୍କାଉଣ୍ଟରର ଚେତାବନୀ ଦେଲେ ନବୀନ? ଏହା କେବଳ ତାଗିଦ୍ ନା ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜ ଗଡ଼ ବଞ୍ଚାଇବାକୁ ଚରମ ହତାଶା?
ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ, ଆଉ ଏପଟେ ଦଳ ଭିତରେ ଭୀଷଣ ଅନ୍ତର୍ଘାତୀ ଗୃହଯୁଦ୍ଧ| ବିଜେପି ଯେତେବେଳେ ଗାଁ ଦାଣ୍ଡରେ ମାଷ୍ଟରପ୍ଲାନ୍ କରୁଛି, ସେତେବେଳେ ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହିଁ ଦଳୀୟ ନେତାଙ୍କ ମନମାନୀ ସୀମା ଟପିଲାଣି| ଯଦି ସୁପ୍ରିମୋ ନିଜ ଗଡ଼ ସମ୍ଭାଳି ପାରୁନାହାନ୍ତି, ତେବେ ସାରା ରାଜ୍ୟର ପଞ୍ଚାୟତରେ ବିଜେଡି ଲଢ଼ିବ କେମିତି? ଠିକ୍ ସମୟରେ ଆକ୍ସନ ନେବାର ଧମକ ଦେଇ ନବୀନ କାହାର ରାଜନୈତିକ କ୍ୟାରିୟର୍ରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛନ୍ତି? ଆଗକୁ ଆସୁଛି ଶଙ୍ଖ ଦଳର ସବୁଠୁ ବଡ଼ ସର୍ଜିକାଲ୍ ଷ୍ଟ୍ରାଇକ୍|
