EPFO ପେନସନଧାରୀ ଏବଂ ଖାତାଧାରୀଙ୍କ ପାଇଁ ଆସିଛି ଏକ ବହୁତ ବଡ଼ ଖୁସି ଖବର! ଯଦି ଆପଣ ବି ଜଣେ EPF ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ । ଏଣିକି ପେନସନ୍ ବାବଦକୁ ମାସିକ ମାତ୍ର ୧ ହଜାର ନୁହେଁ, ବରଂ ମିଳିପାରେ ପୂରା ୭ ହଜାର ୫୦୦ ଟଙ୍କା! ହଁ ଆଜ୍ଞା, ବର୍ତ୍ତମାନର ପେନସନକୁ ସିଧାସଳଖ ସାଢେ ୭ ଗୁଣା ବୃଦ୍ଧି କରିବାକୁ ଦିଆଯାଇଛି ବଡ଼ ପ୍ରସ୍ତାବ। କଥା ଖାଲି ସେତିକିରେ ସରିନି! EPFO ଖାତାଧାରୀମାନଙ୍କ ପାଇଁ ଅପେକ୍ଷା କରିଛି ଆଉ ଏକ ଜବରଦସ୍ତ ଲାଭ। ଆପଣଙ୍କ ଜମା ରାଶି ଉପରେ ଏଣିକି ୮.୨୫ ପ୍ରତିଶତ (ଆଠ ଦଶମିକ୍ ଦୁଇ ପାଞ୍ଚ ପ୍ରତିଶତ) ସୁଧ ଦେବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ବାସ୍, ଏବେ କେବଳ ଅର୍ଥ ମନ୍ତ୍ରଣାଳୟର ମୋହର ବାଜିବା ବାକି ଅଛି। ମଞ୍ଜୁରୀ ମିଳିବା କ୍ଷଣି ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ଆଉ ଗୋଟିଏ ସବୁଠୁ ବଡ଼ ଆଶ୍ୱସ୍ତିର ଖବର ହେଉଛି- ଏବେ ପିଏଫ୍ ଟଙ୍କା ଉଠାଇବା ହେବ ଆହୁରି ସହଜ! କାରଣ ଖୁବଶୀଘ୍ର ଆସୁଛି PF ଟଙ୍କା ଉଠାଣ ପାଇଁ ସ୍ୱତନ୍ତ୍ର ଏଟିଏମ୍ (ATM) ବ୍ୟବସ୍ଥା। ଯାହା ଫଳରେ ଗ୍ରାହକମାନେ ବିନା କୌଣସି ଝିନଝଟ୍ ରେ ଦରକାର ବେଳେ ସହଜରେ ନିଜ ଟଙ୍କା ଉଠାଇ ପାରିବେ।
©2026 B Tv WordPress Video Theme by WPEnjoy
