ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋଦୀଙ୍କ ଖାସ୍ ସରପ୍ରାଇଜ୍!
‘ମେଲୋଡି’ ରହସ୍ୟ ଉପରୁ ଉଠିଲା ପରଦା…
କ’ଣ ଥିଲା ସେହି ଉପହାର?
କ୍ୟାମେରା ସାମ୍ନାରେ ହସି ହସି ମୋଦୀ-ମେଲୋନୀ କହିଲେ “Melodi”
ଡିନର, ଟଫି ଏବଂ କୂଟନୀତି: ପୁଣି ଟ୍ରେଣ୍ଡିଂରେ #Melodi ଟିମ୍!
ସୋସିଆଲ ମିଡିଆରେ ପୁଣି ଟ୍ରେଣ୍ଡ କରୁଛି #Melodi | ଆନ୍ତର୍ଜାତୀୟ ମଞ୍ଚରେ ଜବରଦସ୍ତ କେମେଷ୍ଟ୍ରି, ଆଉ ଏବେ ଏକ ସ୍ୱତନ୍ତ୍ର ଉପହାର! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ବନ୍ଧୁତା ଏବେ ନେଇଛି ଏକ ନୂଆ ମୋଡ଼।
କ’ଣ ଥିଲା ସେହି ସିକ୍ରେଟ୍ ଉପହାର?…ଉପହାରଟି ହେଉଛି- ‘ମେଲୋଡି’ (Melodi) ଚକୋଲେଟ୍!
ବୁଧବାର ଅର୍ଥାତ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନୀ ନିଜେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ଖୁସିରେ କହୁଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ଆମ ପାଇଁ ଏକ ବହୁତ ବଢିଆ ଟଫି ଆଣିଛନ୍ତି।” ଆଉ ତା’ପରେ ଦୁହେଁ ହସି ହସି ଏକାଠି କହୁଛନ୍ତି… “ମେଲୋଡି!”।
ମୋଦୀ ଏବଂ ମେଲୋନୀଙ୍କ ନାମକୁ ମିଶାଇ ସୋସିଆଲ ମିଡିଆରେ ଯେଉଁ ‘ମେଲୋଡି’ ଟ୍ରେଣ୍ଡ୍ ଚାଲିଥିଲା, ତାହାକୁ ନିଜେ ଦୁଇ ନେତା କିପରି ଉପଭୋଗ କରୁଛନ୍ତି, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ। ଥରେ ମନେ ପକାନ୍ତୁ ଜୁନ୍ ୨୦୨୫ର ସେହି ଦିନକୁ, ଯେବେ ମେଲୋନୀ ଏକ ସେଲଫି ଭିଡିଓ ପୋଷ୍ଟ କରି ଲେଖିଥିଲେ “ହ୍ୟାଲୋ, ଫ୍ରମ୍ ଦି ମେଲୋଡି ଟିମ୍”। ୨୦୨୪ ଜି-୭ ସମ୍ମିଳନୀରୁ ଆରମ୍ଭ ହୋଇଥିବା ଏହି ଅପୂର୍ବ ବନ୍ଧୁତା ଆଜି ଆହୁରି ନିବିଡ଼ ହୋଇଛି।
ନିଜର ୫-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ପରେ ମୋଦୀ ପହଞ୍ଚିଥିଲେ ରୋମରେ। ସେଠାରେ ମେଲୋନୀ ତାଙ୍କୁ ଡିନର ପାଇଁ ଆମନ୍ତ୍ରଣ କରିବା ସହ ଉଭୟ ନେତା ଏକାଠି ବୁଲିଥିଲେ ରୋମର ପ୍ରସିଦ୍ଧ ତଥା ପ୍ରାଚୀନତମ ଆମ୍ଫିଥିଏଟର ‘କୋଲୋସିୟମ’। ବିଶ୍ୱ ଦରବାରରେ ଭାରତ ଏବଂ ଇଟାଲୀ ସମ୍ପର୍କର ଏହି ନୂଆ ଅଧ୍ୟାୟ, ଆଗକୁ କେଉଁ ରୂପ ନେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।
