ସଙ୍କଟରେ ବିଶ୍ୱ… ଭାରତ ଉପରକୁ ଆସୁଛି କି ବଡ଼ ବିପଦ?
ପିଏମ୍ ମୋଦୀଙ୍କ ବଡ଼ ଚେତାବନୀ: ସୁନା କିଣନ୍ତୁ ନାହିଁ, ବିଦେଶ ଯାଆନ୍ତୁ ନାହିଁ!
ପେଟ୍ରୋଲ-ଡିଜେଲ୍ ବ୍ୟବହାର କମାନ୍ତୁ, ପୁଣି ଫେରାଇ ଆଣନ୍ତୁ ‘Work from Home’
ଖାଇବା ତେଲରୁ କୃଷି କ୍ଷେତ୍ର… ଦେଶବାସୀଙ୍କୁ ବଦଳାଇବାକୁ ପଡ଼ିବ ଅଭ୍ୟାସ !
ହାଇଦ୍ରାବାଦରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ଇନ୍ଧନ ବଞ୍ଚାନ୍ତୁ, ଦେଶପ୍ରେମ ଦେଖାନ୍ତୁ !
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ଅଭାବନୀୟ ଅନୁରୋଧ କରିଛନ୍ତି- “ଗୋଟିଏ ବର୍ଷ ପାଇଁ ସୁନା କିଣନ୍ତୁ ନାହିଁ, ଆଉ ବିଦେଶରେ ବିବାହ ଉତ୍ସବ କରନ୍ତୁ ନାହିଁ!” କିନ୍ତୁ କାହିଁକି? କାରଣ ପଶ୍ଚିମ ଏସିଆର ସଙ୍କଟ ଏବଂ ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱର ସପ୍ଲାଏ ଚେନକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି।
ରବିବାର ହାଇଦ୍ରାବାଦରେ ୯,୩୭୭ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ମୋଦୀ ଦେଇଛନ୍ତି ଦେଶପ୍ରେମର ଏକ ନୂଆ ମନ୍ତ୍ର। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏବେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସକୁ ଅତି ସଞ୍ଜମତାର ସହ ବ୍ୟବହାର କରିବାର ସମୟ ଆସିଛି। କାର୍ପୁଲିଂ କରନ୍ତୁ, ମେଟ୍ରୋର ବ୍ୟବହାର କରନ୍ତୁ ଆଉ କୋଭିଡ୍ ସମୟର ‘ୱାର୍କ ଫ୍ରମ୍ ହୋମ୍’ କିମ୍ବା ଅନ୍ଲାଇନ୍ ବୈଠକ ଅଭ୍ୟାସକୁ ପୁଣି ଥରେ ନିଜ ଜୀବନଶୈଳୀରେ ସାମିଲ କରନ୍ତୁ।
କେବଳ ଇନ୍ଧନ ନୁହେଁ, ପ୍ରତି ପରିବାର ଖାଇବା ତେଲର ବ୍ୟବହାର କମାଇବା ସହ ଚାଷୀମାନଙ୍କୁ ରାସାୟନିକ ସାର ବ୍ୟବହାର ଅଧା କରି ପ୍ରାକୃତିକ କୃଷି ଆପଣାଇବାକୁ ପିଏମ୍ ଆହ୍ୱାନ ଦେଇଛନ୍ତି। ଏସବୁ ପଛର ଗୋଟିଏ ବଡ଼ ଲକ୍ଷ୍ୟ ହେଉଛି- ଆମର ମୂଲ୍ୟବାନ ‘ବିଦେଶୀ ମୁଦ୍ରା’ ବା ଫରେନ୍ ରିଜର୍ଭକୁ ବଞ୍ଚାଇବା।
ସରକାର ନିଜ ଆଡୁ ୩୦୦୦ ଟଙ୍କାର ସାର ବସ୍ତାକୁ କୃଷକଙ୍କୁ ମାତ୍ର ୩୦୦ ଟଙ୍କାରେ ଦେଇ ସବୁ ବୋଝ ମୁଣ୍ଡାଉଛନ୍ତି। ଭିତ୍ତିଭୂମି ଓ ଶକ୍ତି ସୁରକ୍ଷାରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। କିନ୍ତୁ ଏବେ ପାଳି ଦେଶବାସୀଙ୍କର। ତେବେ ପ୍ରଶ୍ନ ଉଠୁଛି, କଣ ପ୍ରକୃତରେ ଦେଶବାସୀ ନିଜ ଅଭ୍ୟାସ ବଦଳାଇ ଏହି ବିଶ୍ୱ ସଙ୍କଟରୁ ଭାରତର ଅର୍ଥନୀତିକୁ ସୁରକ୍ଷିତ ରଖିପାରିବେ? ଆପଣଙ୍କ ମତାମତ କଣ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
