କଟକ ରାଜନୀତିରେ ହଠାତ୍ ବଢିଗଲା ଉଷ୍ମତା! ସୋମବାର ସକାଳୁ ସକାଳୁ ଦେଖିବାକୁ ମିଳିଲା ଏମିତି ଏକ ଦୃଶ୍ୟ, ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ମା’ କଟକ ଚଣ୍ଡୀଙ୍କ ଦର୍ଶନ ସାରି ସିଧା ମହମ୍ମଦ ମୋକିମଙ୍କ ଦୁଆରେ ପହଞ୍ଚିଗଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ବନ୍ଦ କୋଠରୀ ଭିତରେ ଚାଲିଲା ବେଶ୍ କିଛି ସମୟ ଆଲୋଚନା। ଗୋଟିଏ ପଟେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ଆଉ ଅନ୍ୟପଟେ କଟକର ଦୁଇ ଟାଣୁଆ ଚେହେରା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦୋଷ। ଏହି ସାକ୍ଷାତକାର ପରେ ଏବେ ପ୍ରଶ୍ନ ଉଠୁଛି- ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ନା ଆଗକୁ କୌଣସି ବଡ଼ ରାଜନୈତିକ ଖେଳ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ? ଗଣମାଧ୍ୟମ ସାମ୍ନାରେ ଦିଲ୍ଲୀପ ରାୟ କହିଛନ୍ତି, “ମୁଁ କେବଳ କୃତଜ୍ଞତା ଜଣାଇବାକୁ ଆସିଥିଲି।” ସୋଫିଆ ଓ ମୋକିମଙ୍କ ସହଯୋଗ ପାଇଁ ହିଁ ତାଙ୍କର ବିଜୟ ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେପଟେ ମୋକିମ୍ ମଧ୍ୟ ଏହାକୁ ଏକ ପୁରୁଣା ସମ୍ପର୍କର ନିବିଡ଼ତା ବୋଲି କହି ରାଜନୈତିକ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ରାଜନୀତିରେ କେହି କାହାକୁ ବିନା କାରଣରେ ଭେଟନ୍ତି ନାହିଁ। ବିଶେଷ କରି ଯେତେବେଳେ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏମିତି ହେଭିୱେଟ୍ ନେତା ଏକାଠି ହୁଅନ୍ତି, ସେତେବେଳେ ସସପେନ୍ସ ବଢିବା ସ୍ୱାଭାବିକ। କୃତଜ୍ଞତା ପଛରେ କୌଣସି ଗୋଟିଏ ଚାଲ୍ ଲୁଚି ରହିନି ତ? ନା ଏହା ସତରେ ପୁରୁଣା ବନ୍ଧୁତ୍ୱର ଏକ ସରଳ ଅଧ୍ୟାୟ?
©2026 B Tv WordPress Video Theme by WPEnjoy
