ପଶାପାଲି’ରେ ଖୋଲିବ ରାଜନେତାଙ୍କ ମୁଖା ! ଶ୍ରୀମୟୀଙ୍କ ଟାର୍ଗେଟରେ କିଏ ?

ନେତ୍ରୀରୁ ପୁଣି ଅଭିନେତ୍ରୀ: ପରଦାକୁ ଆସିବ ଅସଲ ରାଜନୀତିର ଖେଳ !

ରିଲ୍ ରେ ଡବଲ୍ ରୋଲ୍: ଭୟରେ ଓଡ଼ିଶା ରାଜନୀତିର ବଡ଼ବଡ଼ିଆ !

‘ପଶାପାଲି’ରେ ଖୋଲିବ ରାଜନେତାଙ୍କ ମୁଖା ! ଶ୍ରୀମୟୀଙ୍କ ଟାର୍ଗେଟରେ କିଏ ?

ରାଜନୀତିରୁ ବ୍ରେକ୍, ହେଲେ ଥମିନି ଚର୍ଚ୍ଚା… ‘ପଶାପାଲି’ ଆଣିବ କି ବଡ଼ ରାଜନୈତିକ ଭୂକମ୍ପ ?

ରାଜନୀତିର ଚକ୍ରବ୍ୟୂହରେ ଏବେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଖେଳ… ନାଁ ତାର ‘ପଶାପାଲି’ ! ଅଭିନୟ ଜଗତରୁ ଦୂରେଇ ଯାଇ ଦିନେ ଓଡ଼ିଶା ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଶ୍ରୀମୟୀ ମିଶ୍ର । ବିଜେଡିର ଜଣେ ବହୁ ଚର୍ଚ୍ଚିତ ଏବଂ ଟାଣୁଆ ନେତ୍ରୀ ଭାବେ ସେ ନିଜର ଦବଦବା ଜାହିର କରିଥିଲେ। ଏବେ କୌଣସି ଦଳୀୟ ରାଜନୀତିରେ ନଥାଇ ବି, ସବୁବେଳେ ନିଜର ବୟାନବାଜି ପାଇଁ ଲାଇମ୍-ଲାଇଟ୍ ରେ ରହୁଥିବା ଶ୍ରୀମୟୀ, ପୁଣିଥରେ ଫେରୁଛନ୍ତି ନିଜର ପୁରୁଣା ଦୁନିଆକୁ। ହେଲେ ଏଥର କାହାଣୀ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ହେଉଛି ରାଜନୀତିର ଏକ ନିଚ୍ଛକ ବାସ୍ତବତା !

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସାଲେପୁରରେ ଶୁଭ ମହୁରତ ହୋଇଛି ଶ୍ରୀମୟୀଙ୍କ ଆଗାମୀ ଚଳଚ୍ଚିତ୍ର “ପଶାପାଲି” ର। ପ୍ରଯୋଜକଙ୍କ ଏକ ଚର୍ଚ୍ଚିତ ପୁସ୍ତକ ଉପରେ ଆଧାରିତ ଏହି ସିନେମା, ଏବେକାର ରାଜନୈତିକ ପାଣିପାଗର ହୁବହୁ ଚିତ୍ର ଦର୍ଶକଙ୍କ ସାମ୍ନାକୁ ଆଣିବ। ସବୁଠାରୁ ବଡ଼ କଥା ହେଉଛି, ଏହି ଫିଲ୍ମରେ ଶ୍ରୀମୟୀଙ୍କୁ ଏକ ଦମଦାର୍ ‘ଡବଲ୍ ରୋଲ୍’ରେ ଦେଖିବାକୁ ମିଳିବ।

କିନ୍ତୁ ଅସଲ ଟ୍ଵିଷ୍ଟ୍ ଆଉ ସସ୍‌ପେନ୍ସ ଲୁଚି ରହିଛି ଫିଲ୍ମର କାହାଣୀରେ ! ଚର୍ଚ୍ଚା ଜୋର୍ ଧରିଛି ଯେ, ଶ୍ରୀମୟୀଙ୍କ ଏହି “ପଶାପାଲି” କେଉଁଠି ନା କେଉଁଠି ବିଜେଡିର କିଛି ତୁଙ୍ଗ ନେତାଙ୍କ ମୁଖା ଖୋଲିବ। ଖାଲି ସେତିକି ନୁହେଁ, ଓଡ଼ିଶା ରାଜନୀତିର ସବୁଠୁ ବିବାଦୀୟ ତଥା ଚର୍ଚ୍ଚିତ ଚେହେରା ଭି.କେ. ପାଣ୍ଡିଆନଙ୍କ ଗୁମର ମଧ୍ୟ ଏହି ଫିଲ୍ମରେ ପଦାରେ ପଡ଼ିପାରେ ବୋଲି ରାଜନୈତିକ ମହଲରେ ଫୁସଫୁସ୍ ଚାଲିଛି। ନିଜ ରାଜନୈତିକ ଜୀବନର ତିକ୍ତ ଅନୁଭୂତିକୁ ସେ କଣ ଏବେ ରୂପେଲି ପରଦାରେ ଆସ୍ତ୍ର କରିବେ ? ଯେଉଁମାନେ ଦିନେ ତାଙ୍କୁ କୋଣଠେସା କରିଥିଲେ, ସେମାନଙ୍କୁ ସିନେମା ମାଧ୍ୟମରେ ମାତ୍ ଦେବେ କି ଶ୍ରୀମୟୀ ? 

ତେବେ ଏହି କଥାରେ କେତେ ସତ୍ୟତା ଅଛି ଆଉ କେତେ ଗୁଜବ ? ‘ପଶାପାଲି’ରେ କାହାର ପଶା ଓଲଟିବ ଆଉ କାହାର ଗୋଟି କଟିବ, ତାହା ଫିଲ୍ମ ରିଲିଜ୍ ହେଲେ ହିଁ ସ୍ପଷ୍ଟ ହେବ। କିନ୍ତୁ ଗୋଟିଏ କଥା ନିଶ୍ଚିତ, ଶ୍ରୀମୟୀଙ୍କ ଏହି ସିନେମାଟିକ୍ କମବ୍ୟାକ୍ ଓଡ଼ିଶା ରାଜନୀତିରେ ଏକ ନୂଆ ଝଡ଼ ସୃଷ୍ଟି କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *