ୟୁରୋପରେ ରାହୁଲ ଦ୍ରାବିଡ଼ଙ୍କ ନୂଆ ଇନିଂସ୍!
ଅଧିନାୟକ ମଙ୍ଗ ଧରିବେ ରବିଚନ୍ଦ୍ରନ୍ ଅଶ୍ୱିନ!
ଆସୁଛି ନୂଆ ଟି-୨୦ ଲିଗ୍ ଇଟିପିଏଲ୍ (ETPL)
ଏକାଠି ହେବେ କ୍ରିସ୍ ଗେଲ୍, ଦ୍ରାବିଡ଼ ଓ ଅଭିଷେକ ବଚ୍ଚନ
୬ଟି ସହର, ୩ଟି ଦେଶ ଆଉ କ୍ରିକେଟର ମହାକୁମ୍ଭ
କ୍ରିକେଟ୍ ଦୁନିଆରୁ ଆସିଲା ଏକ ବଡ଼ ଖବର! ଆଇପିଏଲ୍ ପରେ ଏବେ ୟୁରୋପ୍ ମାଟିରେ କମ୍ପନ ସୃଷ୍ଟି କରିବାକୁ ଯାଉଛି ଏକ ନୂଆ ଟି-୨୦ ମହାସମର। ଯେଉଁଠି ଫୁଟବଲର ଦବଦବା ରହିଛି, ସେଠାରେ ଏବେ ଖେଳାଯିବ କ୍ରିକେଟ୍। ଆଉ ସବୁଠାରୁ ବଡ଼ ସସପେନ୍ସ ହେଉଛି… ଏହି ନୂଆ ଲିଗ୍ରେ ଏଣ୍ଟ୍ରି ମାରିଛନ୍ତି ଆମର ପ୍ରିୟ ରାହୁଲ ଦ୍ରାବିଡ଼! କିନ୍ତୁ ଖେଳାଳି କିମ୍ବା କୋଚ୍ ଭାବରେ ନୁହେଁ… ବରଂ ଏକ ସମ୍ପୂର୍ଣ୍ଣ ନୂଆ ତଥା ବସ୍ ଅବତାରରେ!
ନୂଆକରି ଆରମ୍ଭ ହେବାକୁ ଯାଉଥିବା ୟୁରୋପିଆନ୍ ଟ୍ବେଣ୍ଟି-୨୦ ପ୍ରିମିୟର୍ ଲିଗ୍ ବା ଇଟିପିଏଲ୍ (ETPL)ରେ ‘ଡବଲିନ୍ ଗାର୍ଡିଅନ୍ସ’ ନାମକ ଦଳକୁ କିଣିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼। ଆଉ ସବୁଠାରୁ ଖାସ୍ କଥା ହେଉଛି, ଏହି ଦଳର କମାଣ ସମ୍ଭାଳିବେ ଭାରତର ସ୍ପିନ୍ ଯାଦୁଗର ଆର୍. ଅଶ୍ୱିନ! ଦ୍ରାବିଡ଼ ମାଲିକ ଏବଂ ଅଶ୍ୱିନ ଅଧିନାୟକ… ଭାବନ୍ତୁ ଏହି ମାଷ୍ଟରମାଇଣ୍ଡ ଯୋଡ଼ି ୟୁରୋପ୍ ମାଟିରେ କେମିତି ଧମାଲ୍ କରିବେ!
କ୍ରିକେଟ୍ ଆୟରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ନେଦରଲାଣ୍ଡ କ୍ରିକେଟ୍ ବୋର୍ଡର ମିଳିତ ସହଯୋଗରେ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏହି ଲିଗ୍। ଡବଲିନ୍, ବେଲଫାଷ୍ଟ, ଏଡିନବର୍ଗ, ଗ୍ଲାସଗୋ, ରୋଟରଡାମ୍ ଏବଂ ଆମଷ୍ଟରଡାମ୍ ଭଳି ୬ଟି ଦମଦାର ଟିମ୍ ମଧ୍ୟରେ ହେବ କଣ୍ଟେ କି ଟକ୍କର।
ଖାଲି ଦ୍ରାବିଡ଼ ନୁହଁନ୍ତି, ଏହି ଲିଗ୍ରେ ଗ୍ଲାମର୍ କା କା ତଡ଼କା ଲଗାଇବାକୁ ନିଜର ଏକ ଟିମ୍ କିଣିଛନ୍ତି ବଲିଉଡ୍ ତାରକା ଅଭିଷେକ ବଚ୍ଚନ। ଏହାସହ କ୍ରିସ୍ ଗେଲ୍, ଷ୍ଟିଭ୍ ୱ’, ଫାଫ୍ ଡୁ’ପ୍ଲେସିସ୍, ଜଣ୍ଟି ରୋଡସ୍ ଏବଂ ହେନରିକ୍ କ୍ଲାସେନଙ୍କ ଭଳି ଦିଗ୍ଗଜ ମାନେ ମଧ୍ୟ ବିଭିନ୍ନ ଦଳର ଅଂଶଧନ କିଣି ଏହି ଲିଗ୍କୁ ଆହୁରି ହାଇ-ପ୍ରୋଫାଇଲ୍ କରିଦେଇଛନ୍ତି।
ଫୁଟବଲ୍ ଦେଶରେ କ୍ରିକେଟ୍ର ବିକାଶ ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଦ୍ରାବିଡ଼ ଆଶା ରଖିଛନ୍ତି। ତେବେ କଣ ୟୁରୋପରେ ମଧ୍ୟ ବାଜିମାତ୍ କରିପାରିବେ ଦ୍ରାବିଡ଼ ଓ ଅଶ୍ୱିନଙ୍କ ଟିମ୍? କମେଣ୍ଟ କରି ନିଜର ମତାମତ ଦିଅନ୍ତୁ। ଆଉ ଏହିଭଳି ଦମଦାର ଏକ୍ସକ୍ଲୁସିଭ୍ ରିପୋର୍ଟ ପାଇଁ ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।
