ମୋଦିଙ୍କୁ ସରପଞ୍ଚଙ୍କ ଚିଠି! ଖୋଲିବ ସବୁ ଗୁମର…ବିଧାୟକଙ୍କ ଷଡ଼ଯନ୍ତ୍ର ଫାସ୍ କଲେ ଚାମେଲି 

ଶୁଣିଲେନି ମୁଖ୍ୟମନ୍ତ୍ରୀ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି 

‘ମନ୍ କି ବାତ୍’ ଶୁଣି ହୋଇଥିଲେ ସରପଞ୍ଚ, 

ଆଜି ହସ୍ପିଟାଲରେ ମାଗୁଛନ୍ତି ନ୍ୟାୟର ଭିକ୍ଷା!

ଓଡ଼ିଶା ଆସିଲେ ମୋଦିଙ୍କୁ ଭେଟିବେ ଚାମେଲି!

ଥାନା ଭିତରେ ହାଇଡ୍ରାମା ପରେ ହାଜତ… 

ଚାମେଲିଙ୍କ ସହ ସେଦିନ ପ୍ରକୃତରେ ଘଟିଥିଲା କ’ଣ ?

ହସ୍ପିଟାଲ୍ ବେଡ୍… ଶରୀରରେ ଯନ୍ତ୍ରଣା… ଆଉ ହାତରେ ଗୋଟିଏ ବିସ୍ଫୋରକ ଚିଠି! ଏ ଚିଠି କୌଣସି ସାଧାରଣ ଲୋକଙ୍କ ପାଖକୁ ନୁହେଁ, ବରଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଲେଖାଯାଇଛି। କିଏ ଏହି ମହିଳା? ଆଉ କାହିଁକି ସେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି?ଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ, ଚାମେଲି ଓଝା। ଗତ ୧୧ ତାରିଖର ସେହି ଦିନ… ଯେବେ ବାକି ଥିବା ବିଲ୍ ସମ୍ପର୍କରେ ପଚାରି ବୁଝିବାକୁ ବିଡିଓଙ୍କ ଅଫିସକୁ ଯାଇଥିଲେ ଚାମେଲି। ଆଲୋଚନାରୁ ବଢ଼ିଲା ବିବାଦ। ଭାଇ ମୋବାଇଲରେ ଭିଡିଓ କରୁଥିବା ବେଳେ, ସ୍ଥାନୀୟ ନେତା ଓ ଅଧିକାରୀମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେଲା। କିନ୍ତୁ କାହାଣୀ ଏତିକିରେ ସରିନଥିଲା!ଏଣ୍ଟ୍ରି ମାରିଲା ପୋଲିସ। ମହିଳା ଏସଆଇଙ୍କ ହାତକୁ କାମୁଡ଼ିବା ଏବଂ ପୋଲିସକୁ ଆକ୍ରମଣ ଅଭିଯୋଗରେ ରାତାରାତି ଗିରଫ ହେଲେ ଚାମେଲି ଓ ତାଙ୍କ ଭାଇ। ଗୋଟିଏ ପଟେ ବିଡିଓ ଓ ପୋଲିସର ଏତଲା, ଅନ୍ୟପଟେ ଚାମେଲିଙ୍କ ପାଲଟା ଅଭିଯୋଗ- ସବୁକିଛି ଏକ ବଡ଼ ରହସ୍ୟ ଘେରରେ ଫସିଗଲା।ଅସୁସ୍ଥତା କାରଣରୁ ଚାମେଲି ଏବେ ମେଡିକାଲ୍‌ରେ। ଏସଡିଜେଏମ୍ କୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ତ ମିଳିଗଲା, ଏନଏଚଆରସି ମଧ୍ୟ ରିପୋର୍ଟ ତଲବ କଲେ, କିନ୍ତୁ ଜାମିନ ମିଳିବା ପରେ ଚାମେଲି ଖେଳିଛନ୍ତି ଏକ ବଡ଼ ଚାଲ୍! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। କହିଛନ୍ତି- “ଆପଣଙ୍କ ‘ମନ୍ କି ବାତ୍’ ଶୁଣି ଦେଶ ଗଠନ ପାଇଁ ବାହାରିଥିଲି, ହେଲେ ସ୍ଥାନୀୟ ବିଧାୟକଙ୍କ ଷଡ଼ଯନ୍ତ୍ର ମୋତେ ମିଛ ମାମଲାରେ ଫସାଇଦେଲା।” ଦରକାର ପଡ଼ିଲେ ଓଡ଼ିଶା ଗସ୍ତରେ ଆସିଲେ ମୋଦିଙ୍କୁ ଭେଟିବେ ବୋଲି ସେ ରୋକଠୋକ୍ ଶୁଣାଇ ଦେଇଛନ୍ତି।ବର୍ତ୍ତମାନ ବଡ଼ ପ୍ରଶ୍ନ… ଜଣେ ଲୋକପ୍ରତିନିଧିଙ୍କୁ ପ୍ରକୃତରେ ନ୍ୟାୟ ମିଳିବ ତ? ନା ପ୍ରଭାବଶାଳୀଙ୍କ ଚାପରେ ଚାପି ହୋଇଯିବ ସତ୍ୟର ସ୍ୱର? ପ୍ରଧାନମନ୍ତ୍ରୀ ଏହି ଚିଠି ଉପରେ କି ଆକ୍ସନ୍ ନେବେ? ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *