ଅଧ ଘଣ୍ଟାରେ ଥରିଲା ବିଜେଡି!
ବନ୍ଦକୁ ସମର୍ଥନ ଘୋଷଣା…କାଠଗଡ଼ାରେ ନବୀନଙ୍କ ଦୋମୁହାଁ ରାଜନୀତି!
ନବୀନ ନିବାସ ବୈଠକ ପରେ ପ୍ରମିଳାଙ୍କ ବୋମା..୩୦ ମିନିଟ୍ ଭିତରେ ବୟାନ ବଦଳାଇଲା କିଏ?
ଦିଲ୍ଲୀରୁ ଆସିଲା କଲ୍… ସରେଣ୍ଡର କଲେକି ନବୀନ?
ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସହ କାନ୍ଧ ମିଳାଇଲେ…ଓଡ଼ିଶାରେ ବିଜେପି ଭୟରେ ପଛଘୁଞ୍ଚା କାହିଁକି?
ସମଦୂରତା ନା ବିଜେପିର ‘B-TEAM’?
ନବୀନ ନିବାସରୁ ବାହାରି ଓଡ଼ିଶା ବନ୍ଦକୁ ସମର୍ଥନ… ଆଉ ମାତ୍ର ଅଧ ଘଣ୍ଟା ଭିତରେ ଭୟରେ ୟୁ-ଟର୍ଣ୍ଣ! ଦିଲ୍ଲୀରୁ କାହାର ଫୋନ୍ କଲ୍ ଆସିବା ମାତ୍ରେ ଥରିଗଲା ବିଜେଡିର ହାଇକମାଣ୍ଡ? ନବୀନଙ୍କ ନିର୍ଦ୍ଦେଶ ନା ଅମିତ ଶାହଙ୍କ ଖଟକା…ପ୍ରମିଳା ମଲ୍ଲିକଙ୍କ କାଉଣ୍ଟର କଲା କିଏ ?
ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ମଞ୍ଚରେ ବସି କାନ୍ଧରେ କାନ୍ଧ ମିଳାଇବା, ଆଉ ଭୁବନେଶ୍ୱରରେ ଅଧ ଘଣ୍ଟା ଭିତରେ ଥରି ଥରି ୟୁ-ଟର୍ଣ୍ଣ ମାରିବା ଓଡ଼ିଶା ରାଜନୀତିରେ ବିଜେଡିର ଏହି ଦୋମୁହାଁ ଚରିତ୍ର ପୁଣିଥରେ ସାରା ରାଜ୍ୟ ଆଗରେ ଉଲଗ୍ନ ହୋଇଯାଇଛି|ଗତକାଲି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ରାଲିରେ ଇଣ୍ଡିଆ ବ୍ଲକ୍ ସହ ଏକାଠି ଠିଆ ହୋଇ ଗର୍ଜନ କଲା ବିଜୁ ଜନତା ଦଳ। ଆଉ ଆଜି ସକାଳେ ନବୀନ ନିବାସରେ ହାଇ-ଲେଭଲ୍ ବୈଠକ ସାରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ୟାମେରା ଆଗକୁ ଆସି ବୋମା ଫୁଟାଇଲେ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବ ବିଜେଡି|
ଏହି ବୟାନ ଆସିବା ମାତ୍ରେ ରାଜ୍ୟ ରାଜନୀତିରେ ପ୍ରକମ୍ପନ ସୃଷ୍ଟି ହେଲା| ଚର୍ଚ୍ଚା ଜୋର୍ ଧରିଲା ଯେ ତେବେ କ’ଣ ବିଜେପି ବିରୋଧରେ ଇଣ୍ଡିଆ ମେଣ୍ଟର କୋଳରେ ଶରଣ ପଶିଲେ ନବୀନ ବାବୁ? କିନ୍ତୁ ଅଧ ଘଣ୍ଟା ବି ପୂରିଲାନି… ନିଜ ସରକାରୀ ବାସଭବନକୁ ମିଡିଆକୁ ଜରୁରୀକାଳୀନ ଭାବେ ଡକାଇ ପ୍ରମିଳା ମଲ୍ଲିକ ଏମିତି ଥରି ଥରି ୟୁ-ଟର୍ଣ୍ଣ ନେଲେ ଯାହା ସାରା ରାଜ୍ୟକୁ ସ୍ତବ୍ଧ କରିଦେଲ|କହିଲେ ନା ନା, ବନ୍ଦକୁ କୌଣସି ସମର୍ଥନ କରିବନି ବିଜେଡି, କଂଗ୍ରେସ ପ୍ରତି ଆମର କୌଣସି ଦୁର୍ବଳତା ନାହିଁ, ଆମେ ସମଦୂରତାରେ ଅଛୁ|
ପ୍ରଶ୍ନ ଉଠୁଛି, ମାତ୍ର ୩୦ ମିନିଟ୍ ଭିତରେ ପ୍ରମିଳାଙ୍କ ଭଳି ଟାଣୁଆ ନେତ୍ରୀଙ୍କ ସ୍ୱରକୁ କିଏ ଚାପିଦେଲା? ନବୀନ ନିବାସର ଆବଦ୍ଧ କୋଠରୀରେ ଚର୍ଚ୍ଚା ନହୋଇଥିଲେ ପ୍ରମିଳା ଏତେ ବଡ଼ ବୟାନ ଦେଇଥାନ୍ତେ କେମିତି? କଂଗ୍ରେସ ସିଧାସଳଖ ତମାଚା ମାରି କହିଛି ଦିଲ୍ଲୀରୁ ମୋଦୀ-ଶାହଙ୍କ ଫୋନ୍ କଲ୍ ଆସିଲା, ଇଡି-ସିବିଆଇ ଫାଇଲ୍ ଖୋଲିବାର ଧମକ ମିଳିଲା, ଆଉ ଡରିମରି ଆଣ୍ଠୁ ମାଡ଼ିଦେଲା ବିଜେଡି|ବିଜେପି ବି କଟାକ୍ଷ କରିଛି ଶହେଟା ମିଛ ମିଶି କେବେ ସତ ହୋଇପାରିବନି|
ସରକାର ଗଲା ପରେ ହତାଶ ହୋଇପଡ଼ିଥିବା କର୍ମୀଙ୍କୁ ଭୁଆଁ ବୁଲାଇବା ପାଇଁ ଏହି ଫେକ୍ ବିପ୍ଳବ କରୁଛି ବିଜେଡି| ଦିଲ୍ଲୀରେ ରାଲି, ଭୁବନେଶ୍ୱରରେ ବନ୍ଦ ଡାକରା, ଆଉ ତୁରନ୍ତ ୟୁ-ଟର୍ଣ୍ଣ ଏହା ସମଦୂରତା ନା ବିଜେପିର ‘ବି-ଟିମ୍’ ହୋଇ ବଞ୍ଚିବାର ନିର୍ଲଜ ପରିଚୟ? ନବୀନଙ୍କ ପଲଟୁ ରାଜନୀତି କାଠଗଡ଼ାରେ ଠିଆ ହୋଇଛି| କାହା ଚାପରେ ପ୍ରମିଳା ନିଜ ଥୁକକୁ ନିଜେ ଚାଟିଲେ? ଜବାବ ମାଗୁଛି ସାରା ଓଡ଼ିଶା|
