\n\n\n\n\n\n\n

ଉଚ୍ଚ ଔଷଧ ଦର ପାଇଁ କର୍ପୋରେଟ୍ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଆଉ ମନମାନି କରିପାରିବେନି ଘରୋଇ ହସ୍ପିଟାଲ!
ଔଷଧ ଦର ଏବଂ ଚିକିତ୍ସା ଖର୍ଚ୍ଚକୁ ନେଇ ଆସିବ ବଡ଼ ନିଷ୍ପତ୍ତି !
ହସ୍ପିଟାଲ ଲୁଟ୍ ଉପରେ ବି ହେବ କଡ଼ା ଆକ୍ସନ !
ଏବେ କମିବ ସବୁ ଔଷଧ ଦର !
ରୋଗୀଙ୍କୁ ମିଳିବ ଏକ ବଡ଼ ଆଶ୍ୱସ୍ତି !

ଭୁବନେଶ୍ବର: ଘରୋଇ ଡାକ୍ତରଖାନା ଏବଂ କର୍ପୋରେଟ୍ ହସ୍ପିଟାଲ ଗୁଡ଼ିକର ମନମାନି ଉପରେ ଏବେ ଲାଗିବ ବ୍ରେକ୍। ଔଷଧ ଦର ଏବଂ ଚିକିତ୍ସା ଖର୍ଚ୍ଚକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଔଷଧ ବିକ୍ରିରେ ହେଉଥିବା ଖୋଲାଖୋଲି ଲୁଟ୍ କୁ କୋର୍ଟ କଠୋର ଭାଷାରେ ନିନ୍ଦା କରିଛନ୍ତି।ବିଚାରପତିଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ୨୭୦୦ ଟଙ୍କାର ଔଷଧ ଉପରେ ୨୭ ହଜାର ଟଙ୍କାର ଏମ୍.ଆର୍.ପି. କିପରି ଛପାଯାଉଛି? ଏତେ ବଡ଼ ବ୍ୟବଧାନର ଲାଭ କିଏ ନେଉଛି ଏବଂ ଏହି ଟଙ୍କା କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଛି। ଏହାଦ୍ୱାରା ସାଧାରଣ ରୋଗୀ ଏବଂ ଟିକସଦାତାଙ୍କ ଉପରେ ଏକ ବିରାଟ ଆର୍ଥିକ ବୋଝ ପଡୁଛି ବୋଲି ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିଛନ୍ତି।ଘରୋଇ ଡାକ୍ତରଖାନା ଗୁଡ଼ିକ ଏକ ଶିଳ୍ପସଂସ୍ଥା ବା ଉଦ୍ୟୋଗ ଭଳି କାମ କରୁଛନ୍ତି। ରୋଗୀଙ୍କୁ ନିଜ ଫାର୍ମାସିରୁ ହିଁ ବାଧ୍ୟତାମୂଳକ ଭାବେ ଔଷଧ କିଣିବାକୁ ବାଧ୍ୟ କରାଯାଉଛି। ଜେନେରିକ୍ ଔଷଧ ବଦଳରେ ମହଙ୍ଗା ବ୍ରାଣ୍ଡେଡ୍ ଔଷଧ ଲେଖି କର୍ପୋରେଟ୍ ସଂସ୍ଥାମାନେ ମୋଟା ଅଙ୍କର ଲାଭ ଉଠାଉଥିବା ନେଇ ସରକାରୀ ପକ୍ଷରୁ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି।ସୁପ୍ରିମକୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଆଗାମୀ ଦିନରେ ଔଷଧ ଦର ନିୟନ୍ତ୍ରଣ ହେବାର ଏକ ବଡ଼ ଆଶା ସୃଷ୍ଟି ହୋଇଛି। ଅତ୍ୟାବଶ୍ୟକ ଔଷଧ ଉପରେ ଏକ ସମାନ ଲାଭାଂଶ ଧାର୍ଯ୍ୟ କରିବା ଦିଗରେ ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଲାଗୁ ହେଲେ ଔଷଧର ମୂଲ୍ୟ ବ୍ୟାପକ ଭାବେ ହ୍ରାସ ପାଇବ ଏବଂ ସାଧାରଣ ଗରିବ ରୋଗୀମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ।